ସୀମା ଲଙ୍ଘିଲା ପାକିସ୍ତାନ, ଗୁଳିମାଡ଼ରେ ଯବାନ ସହିଦ

ପୁଞ୍ଚ: ପୁଣିଥରେ ସୀମା ଲଙ୍ଘିଛି ପାକିସ୍ତାନ। ଆଜି ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣାଘାଟିରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିମାଡ଼ କରିଛି। ଏଥିରେ ଜଣେ ଭାରତୀୟ ଯବାନ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଶତ୍ରୁ ପକ୍ଷରୁ ହମଲାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ତେବେ ଗୁଳି ବିନିମୟ ବେଳେ ହାବିଲଦାର ନିର୍ମଳ ସିଂହ ଗୁରୁତର ଆହତ ହୋଇଥିଲେ। ହାବିଲଦାର […]

r

Hemant Lenka
  • Published: Thursday, 21 January 2021
  • , Updated: 21 January 2021, 09:26 PM IST

ପୁଞ୍ଚ: ପୁଣିଥରେ ସୀମା ଲଙ୍ଘିଛି ପାକିସ୍ତାନ। ଆଜି ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣାଘାଟିରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିମାଡ଼ କରିଛି। ଏଥିରେ ଜଣେ ଭାରତୀୟ ଯବାନ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଶତ୍ରୁ ପକ୍ଷରୁ ହମଲାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ତେବେ ଗୁଳି ବିନିମୟ ବେଳେ ହାବିଲଦାର ନିର୍ମଳ ସିଂହ ଗୁରୁତର ଆହତ ହୋଇଥିଲେ। ହାବିଲଦାର ସିଂହ ୧୦ ଜମ୍ମୁ-କଶ୍ମୀର ରାଇଫଲ ପାଇଁ କାମ କରୁଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ରୀ ସିଂହ ଜଣେ ସାହାସୀ ଯବାନ ଥିଲେ। ତାଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି ସେନା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ବିଗତ ୨ ବର୍ଷ ହେଲାଣି ପାକିସ୍ତାନ ସେନାର ଅସ୍ତ୍ର ବିରତି ଉଲ୍ଲଙ୍ଘନ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ୨୦୨୦ରେ ସୀମାରେ ପାକିସ୍ତାନ ୪୭୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ବିଗତ ୧୭ ବର୍ଷ ମଧ୍ୟରେ ଏହା ସର୍ବାଧିକ।

Related story