ନୂଆଦିଲ୍ଲୀ: ପାକିସ୍ତାନ ପିଓକେ ବାସିନ୍ଦାଙ୍କୁ ଉସକାଉଛି ଏବଂ ସେମାନଙ୍କୁ ଏଲ୍ଓସି ବାଟଦେଇ ଅନୁପ୍ରବେଶ କରାଉଛି ବୋଲି ଅଭିଯୋଗ ଆଣିଛି ଭାରତୀୟ ସେନା। ଆଜି ଭାରତୀୟ ସେନା ପକ୍ଷରୁ କୁହାଯାଇଛି, “ଏଲ୍ଓସି ନିକଟରେ ବୃହତ୍ ପରିମାଣର ନେତା ଠୁଳ ହୋଇଛନ୍ତି, ଯେଉଁମାନେ ପିଓକେ ବାସିନ୍ଦାଙ୍କୁ ଉସକାଉଛନ୍ତି।
ସେମାନଙ୍କୁ ତୋପର ଗୋଳା ଭାବେ ବ୍ୟବହାର କରୁଛି। ସେମାନଙ୍କୁ ଏଲ୍ଓସିର ନିକଟତର ହେବାକୁ ଉସକାଇ ମରଣ ମୁହଁକୁ ଠେଲିବାର ପ୍ରୟାସ ଆରମ୍ଭ କରିଛି।”
ସେନାର ନଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ରଣବୀର ସିଂହ ପାକିସ୍ତାନକୁ ଚେତାବନୀ ଦେବା ସହ କହିଛନ୍ତି, ଯଦି କିଛି ଏପଯସେପଟ ହୁଏ ଭାରତୀୟ ସେନା ଦୃଢ଼ ଜବାବ ଦେବେ। ଏଥିରେ ଯାହା କିଛି ପରିଣାମ ହେବ ସେଥିପାଇଁ ପାକିସ୍ତାନ ଏବଂ ଏହାର ସେନା ଦାୟୀ ରହିବେ। ସେନାର ମତ ସ୍ପଷ୍ଟ ଅଛି। ପକିସ୍ତାନ ସାଧାରଣ ଲୋକଙ୍କୁ ମରଣମୁହଁକୁ ଠେଲିବା ବନ୍ଦ କରୁ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ଶନିବାର ପାକିସ୍ତାନ ସେନା ପକ୍ଷରୁ, ବିଭିନ୍ନ ପୋଷ୍ଟ ଏବଂ ଗାଁ ଉପରେ ଗୁଳିଗୋଳା ମାଡ଼ କରାଯିବା ସହ ମୋର୍ଟାର ମଧ୍ୟ ମାଡ଼ କରାଯାଇଥିଲା। ଜମ୍ମୁ-କଶ୍ମୀରର ପୁଞ୍ଛ ଜିଲ୍ଲାରେ ଏଭଳି ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ।
ସକାଳ ୧୦ଟାରୁ ବାଲାକୋଟ୍ ଏବଂ ମାନ୍କୋଟ୍ଠାରେ ଏଭଳି ଗୁଳିଗୋଳା ମାଡ଼ କରାଯାଇଥିଲା। ଏହାପରେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ପୁଞ୍ଛ ଡେପୁଟୀ କମିଶନର ରାହୁଲ ଯାଦବ କହିଛନ୍ତି, ପାକିସ୍ତାନର ଏହି ଆକ୍ରମଣରେ କୌଣସି ଜନଜୀବନ ହାନିର ଖବର ମିଳିନାହିଁ। ସେଥିପାଇଁ ସୀମା ନିକଟବର୍ତ୍ତୀ ଲୋକଙ୍କୁ ପ୍ରତିଷେଧକମୂଳକ ବ୍ୟବସ୍ଥା କରିବାକୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।