ସୋନିଆଙ୍କ ରାଏବରେଲୀକୁ ଜେଟଲୀଙ୍କ ଶେଷ ଉପହାର

ଲକ୍ଷ୍ନୌ: ଆଉ ଏ ଦୁନିଆରେ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ। ଶନିବାର ମଧ୍ୟାହ୍ଣ ୧୨.୦୭ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ହେଲେ ଅସୁସ୍ଥ ହୋଇ ହସ୍ପିଟାଲକୁ ଯିବା ପୂର୍ବରୁ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ରାଏବରେଲୀ ନିର୍ବାଚନ ମଣ୍ଡଳୀକୁ ଶେଷ ଉପହାର ଦେଇ ଯାଇଥିଲେ। ସାଂସଦ ପାଣ୍ଠିରୁ ରାଏବରେଲୀରେ ୨୦୦ଟି ସୋଲାର ଚାଳିତ ହାଇ-ମାଷ୍ଟ ଲାଇଟ୍‌ ଲଗାଇବା ପାଇଁ ଜେଟଲୀ ଜିଲ୍ଲା ପ୍ରଶାସନକୁ କହିଥିବା ଏବେ ସାମ୍ନାକୁ ଆସିଛି। ବିଜେପି ନେତା […]

rd

Hemant Lenka
  • Published: Monday, 26 August 2019
  • , Updated: 26 August 2019, 03:54 PM IST

ଲକ୍ଷ୍ନୌ: ଆଉ ଏ ଦୁନିଆରେ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ। ଶନିବାର ମଧ୍ୟାହ୍ଣ ୧୨.୦୭ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ହେଲେ ଅସୁସ୍ଥ ହୋଇ ହସ୍ପିଟାଲକୁ ଯିବା ପୂର୍ବରୁ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ରାଏବରେଲୀ ନିର୍ବାଚନ ମଣ୍ଡଳୀକୁ ଶେଷ ଉପହାର ଦେଇ ଯାଇଥିଲେ।
ସାଂସଦ ପାଣ୍ଠିରୁ ରାଏବରେଲୀରେ ୨୦୦ଟି ସୋଲାର ଚାଳିତ ହାଇ-ମାଷ୍ଟ ଲାଇଟ୍‌ ଲଗାଇବା ପାଇଁ ଜେଟଲୀ ଜିଲ୍ଲା ପ୍ରଶାସନକୁ କହିଥିବା ଏବେ ସାମ୍ନାକୁ ଆସିଛି। ବିଜେପି ନେତା ହିରୋ ବାଜପାଇ କହିଛନ୍ତି, “ଅରୁଣ ଜେଟଲୀଙ୍କ ଦେହାନ୍ତର ପୂର୍ବରୁ ଅର୍ଥାତ ଅଗଷ୍ଟ ୧୭ ତାରିଖରେ ରାଏବରେଲୀ ଜିଲ୍ଲା ପ୍ରଶାସନ ନିକଟରେ ଏହି ପ୍ରସ୍ତାବ ପହଞ୍ଚିଥିଲା। ଅରୁଣ ଜେଟଲୀ ଅଗଷ୍ଟ ୯ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଜୁଲାଇ ୩୦ରେ ହିଁ ସୋଲାର ଲାଇଟ୍‌ ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ।”

ଜେଟଲୀଙ୍କ ଏଭଳି ଶେଷ ପ୍ରସ୍ତାବ ରାଏବରେଲୀ ଜିଲ୍ଲା ପ୍ରାଶସନ ପାଖରେ ପହଞ୍ଚିଥିବା ଜିଲ୍ଲା ମାଜିଷ୍ଟ୍ରେଟ ନେହା ଶର୍ମା କହିଛନ୍ତି। ସେ କହିଛନ୍ତି, “ଜିଲ୍ଲା ଗ୍ରାମୀଣ ବିକାଶ ଏଜେନ୍ସି ସହାୟତାରେ ଏହି ପ୍ରକଳ୍ପ ଆରମ୍ଭ ହେବ। ସୋଲାର ହାଇ-ମାଷ୍ଟ ଲାଇଟ୍‌ କେଉଁ ସବୁ ସ୍ଥାନରେ ଲାଗିବ, ତାହା ଚିହ୍ନଟ ହୋଇଛି। ଦୀପାବଳି ପୂର୍ବରୁ ସମଗ୍ର ରାଏବରେଲୀରେ ଏହି ଲାଇଟ୍‌ଗୁଡ଼ିକ ସଂଯୋଗ ହୋଇଯିବ ବୋଲି ଆମେ ଲକ୍ଷ୍ୟ ରଖିଛୁ।”

ଗତବର୍ଷ ଅକ୍ଟୋବର ମାସରେ ଜେଟଲୀ ତାଙ୍କ ସାଂସଦ ପାଣ୍ଠିର ଅର୍ଥ ରାଏବରେଲୀରେ ଖର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ। ଗାନ୍ଧି ପରିବାରର ଗଡ଼ ଭାବେ ପରିଚିତ ରାଏବରେଲୀରେ ବିଜେପି ନିର୍ବାଚନ ଜିତିବା ପାଇଁ ଏଭଳି ଗୋଟି ଚାଳନା କରିଥିବା ସେତେବେଳେ ବିରୋଧୀ ଅଭିଯୋଗ କରିଥିଲେ।

Related story