ଅରୁଣାଚଳ ବିଧାନସଭାରେ ଆସନ୍ତା ସପ୍ତାହରେ ଶକ୍ତି ପରୀକ୍ଷା: ଚୌକି ଛାଡ଼ିପାରନ୍ତି ତାକୀ

ଅରୁଣାଚଳ: ଅରୁଣାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ନବାମ ରେବିୟା ‘ଆଜତକ’ ସହିତ କଥାବାର୍ତ୍ତାରେ କହିଛନ୍ତି ଯେ, ରାଜ୍ୟରେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ସରକାର ଗଠନ କରାଯିବ। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ବିଧାନସଭାରେ ଚଳିତ ସପ୍ତାହରେ ଶକ୍ତି ପରୀକ୍ଷା କରାଯିବ। ନିଜ ଉପରେ ଲାଗିଥିବା ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ରେବିୟା କହିଛନ୍ତି, “ମୋର ଭୂମିକା କେବେ ବିବାଦରେ ନ ଥିଲା। ଏହା ସଂପୂର୍ଣ୍ଣ ଅମୂଳକ। ବାଚସ୍ପତି ହିସାବରେ ମୁଁ ସଦନର ମାଷ୍ଟର।” ଅରୁଣାଚଳ ବିଧାନସଭାରେ ତାଲା […]

nabam-tuki1

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 06:06 PM IST

ଅରୁଣାଚଳ: ଅରୁଣାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ନବାମ ରେବିୟା ‘ଆଜତକ’ ସହିତ କଥାବାର୍ତ୍ତାରେ କହିଛନ୍ତି ଯେ, ରାଜ୍ୟରେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ସରକାର ଗଠନ କରାଯିବ। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ବିଧାନସଭାରେ ଚଳିତ ସପ୍ତାହରେ ଶକ୍ତି ପରୀକ୍ଷା କରାଯିବ।

ନିଜ ଉପରେ ଲାଗିଥିବା ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ରେବିୟା କହିଛନ୍ତି, “ମୋର ଭୂମିକା କେବେ ବିବାଦରେ ନ ଥିଲା। ଏହା ସଂପୂର୍ଣ୍ଣ ଅମୂଳକ। ବାଚସ୍ପତି ହିସାବରେ ମୁଁ ସଦନର ମାଷ୍ଟର।”

ଅରୁଣାଚଳ ବିଧାନସଭାରେ ତାଲା ପଡ଼ିଥିବା ପ୍ରସଙ୍ଗରେ ରେବିୟା କହିଛନ୍ତି, “ସେଠାରେ ତାଲା ଏଥିପାଇଁ ପଡ଼ିଛି ଯେ, ବିଧାନସଭାକୁ ଜାଳି ଦେବା ସମ୍ପର୍କରେ ରିପୋର୍ଟ ଆସିଥିଲା । ଆଶଙ୍କା କରାଯାଉଥିଲା ୩୦୦ ଲୋକ ବିଧାନସଭାକୁ ଜାଳି ଦେବାକୁ ଚାହୁଁଥିଲେ।”

କଂଗ୍ରେସ ସାଂସଦ ନିନୋଙ୍ଗ ଇରିଙ୍ଗ ‘ଆଜତକ’କୁ କହିଛନ୍ତି, “ମୁଁ ସୋନିଆ ଗାନ୍ଧୀଙ୍କ ସହିତ ସାକ୍ଷାତ ସମୟରେ ଆମେ କଂଗ୍ରେସକୁ ବଞ୍ଚାଇବା ଦରକାର ବୋଲି କହିଛି। ଏହା ଆମର ପ୍ରାଥମିକତା ହେବା ଦରକାର ଓ ଏଥିପାଇଁ କଲିଖୋ ପୁଲ କିମ୍ବା ଆଉ କାହାକୁ ବି ମୁଖ୍ୟମନ୍ତ୍ରୀ କରିବାକୁ ପଡିଲେ କରିବୁ। କଂଗ୍ରେସ ଉପରେ ମୁଁ ନୁହେଁ କି ନବାମ ନୁହନ୍ତି। ଯଦି ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହେବେ ତାହା ହେଲେ ନବାମ ନିଜ ଚୌକି ଛାଡ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି।”

Related story