ଉଗ୍ରବାଦୀ ହମ୍‌ଲାରେ ବିଧାୟକଙ୍କ ସମେତ ୧୧ ମୃତ

ଇଟାନଗର: ଅରୁଣାଚଳ ପ୍ରଦେଶରେ ହୋଇଥିବା ଏକ ଉଗ୍ରବାଦୀ ହମ୍‌ଲାରେ ଜଣେ ଏନ୍‌ପିପି ବିଧାୟକ ଏବଂ ତାଙ୍କ ପୁଅଙ୍କ ସମେତ ମୋଟ ୧୧ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ଦୁଇଜଣ ଗୁରୁତରଭାବରେ ଆହତ ହୋଇଥିବା ସୂଚନା ମିଳିଛି। ଖନ୍‌ସା ପଶ୍ଚିମରୁ ବିଧାୟକ ଥିବା ତିରୋଙ୍ଗ ଆବୋଙ୍କୁ ପୂର୍ବରୁ ମଧ୍ୟ ଧମକ ମିଳିଥିଲା ଏବଂ ଆଜି ହତ୍ୟା କରାଯାଇଛି। ଚଳିତ ନିର୍ବାଚନରେ ମଧ୍ୟ ସେ ଏହି ବିଧାନସଭା ଆସନରୁ ଲଢ଼ିଛନ୍ତି ଏବଂ ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ସହ […]

arunachal

arunachal

Subrat Kumar Nayak
  • Published: Tuesday, 21 May 2019
  • Updated: 21 May 2019, 09:44 PM IST

Sports

Latest News

ଇଟାନଗର: ଅରୁଣାଚଳ ପ୍ରଦେଶରେ ହୋଇଥିବା ଏକ ଉଗ୍ରବାଦୀ ହମ୍‌ଲାରେ ଜଣେ ଏନ୍‌ପିପି ବିଧାୟକ ଏବଂ ତାଙ୍କ ପୁଅଙ୍କ ସମେତ ମୋଟ ୧୧ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ଦୁଇଜଣ ଗୁରୁତରଭାବରେ ଆହତ ହୋଇଥିବା ସୂଚନା ମିଳିଛି। ଖନ୍‌ସା ପଶ୍ଚିମରୁ ବିଧାୟକ ଥିବା ତିରୋଙ୍ଗ ଆବୋଙ୍କୁ ପୂର୍ବରୁ ମଧ୍ୟ ଧମକ ମିଳିଥିଲା ଏବଂ ଆଜି ହତ୍ୟା କରାଯାଇଛି। ଚଳିତ ନିର୍ବାଚନରେ ମଧ୍ୟ ସେ ଏହି ବିଧାନସଭା ଆସନରୁ ଲଢ଼ିଛନ୍ତି ଏବଂ ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ସହ ଏହାର ଫଳାଫଳ ପ୍ରକାଶ ପାଇବ। ଏହି ଆକ୍ରମଣ ପଛରେ ନ୍ୟାସନାଲ ସୋଶାଲିଷ୍ଟ କାଉନ୍‌ସିଲ ଅଫ୍‌ ନାଗାଲ୍ୟାଣ୍ଡ (ଏନ୍‌ଏସ୍‌ସିଏନ୍‌) ଉଗ୍ରବାଦୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି।

ଆବୋ ଏବଂ ତାଙ୍କ ପରିବାର ଲୋକେ ୩ଟି କାର୍‌ରେ ଆସାମରୁ ଫେରୁଥିଲେ। ଏହି ସମୟରେ ନାଗା ବିଦ୍ରୋହୀ ତାଙ୍କ ଗାଡ଼ି ଅଟକାଇବା ସହ କିଛି ବୁଝିବା ଆଗରୁ ଅତର୍କିତ ଆକ୍ରମଣ କରିଥିଲେ।

ଅରୁଣାଚଳପ୍ରଦେଶର ତିରାପ ଜିଲ୍ଲାସ୍ଥିତ ବୋଗାପାନି ଗାଁରେ ଏହି ଘଟଣା ଘଟିଛି। ଏହା ରାଜଧାନୀ ଇଟାନଗରଠାରୁ ୨୬୦ କିଲୋମଟର ଦୂରରେ। ଏହି ଘଟଣାରେ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କହିଛନ୍ତି, ଖନ୍‌ସା ବିଧାୟକ ଥିବା ତିରୋଙ୍ଗ ଆବୋ ଏବଂ ଅନ୍ୟମାନଙ୍କ ହତ୍ୟା ଘଟଣାରେ ଗଭୀର ମର୍ମାହତ।

କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି। ସେ କହିଛନ୍ତି ଉତ୍ତରପୂର୍ବ ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏପରି ପ୍ରୟାସ କରାଯାଉଛି। ଏଭଳି ଘୃଣ୍ୟ କାର୍ଯ୍ୟ କରିଥିବା ଦୋଷୀଙ୍କୁ ଛଡ଼ାଯିବ ନାହିଁ। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ।

ସେହିଭଳି ମେଘାଳୟ ମୁଖ୍ୟମନ୍ତ୍ରୀ ତଥା ଉତ୍ତରପୂର୍ବ ଭାରତର ପ୍ରମୁଖ ଦଳ ଏନ୍‌ପିପିର ମୁଖ୍ୟ କନରାଡ୍‌ କେ ସାଙ୍ଗମା ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି, “ତିରୋଙ୍ଗ ଆବୋ ଏବଂ ତାଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଦଳପକ୍ଷରୁ ନିନ୍ଦା କରାଯାଇଛି। ଏହି ଆକ୍ରମଣ ପଛରେ ଥିବା ଦୋଷୀଙ୍କ ବିରୋଧରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାକୁ ମୁଁ ଆହ୍ୱାନ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story