ଭୟଙ୍କର ଘଟଣା: ୧୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ ଏକ ଭୟଙ୍କର ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟ ଝିଅକୁ ତାଙ୍କ ଘର ମଧ୍ୟରେ ପ୍ରଥମେ ଦୁଷ୍କର୍ମ ଓ ପରେ ଅତି ଅମାନବୀୟ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି। ଏମ୍ସରେ ତାଙ୍କର ଅପରେସନ କରାଯାଇଥିଲେ ହେଁ ଅବସ୍ଥାରେ ଏଯାଏ ସୁଧାର ଆସିନାହିଁ। ସୂଚନା ଅନୁସାରେ, ନାବାଳିକାଟିକୁ ହସ୍ପିଟାଲ ଆଣିବା ବେଳେ ତାଙ୍କର ପ୍ରବଳ ରକ୍ତଶ୍ରାବ ହେଉଥିଲା। […]

uh

Hemant Lenka
  • Published: Thursday, 06 August 2020
  • , Updated: 06 August 2020, 05:47 PM IST

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ ଏକ ଭୟଙ୍କର ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟ ଝିଅକୁ ତାଙ୍କ ଘର ମଧ୍ୟରେ ପ୍ରଥମେ ଦୁଷ୍କର୍ମ ଓ ପରେ ଅତି ଅମାନବୀୟ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି। ଏମ୍ସରେ ତାଙ୍କର ଅପରେସନ କରାଯାଇଥିଲେ ହେଁ ଅବସ୍ଥାରେ ଏଯାଏ ସୁଧାର ଆସିନାହିଁ।

ସୂଚନା ଅନୁସାରେ, ନାବାଳିକାଟିକୁ ହସ୍ପିଟାଲ ଆଣିବା ବେଳେ ତାଙ୍କର ପ୍ରବଳ ରକ୍ତଶ୍ରାବ ହେଉଥିଲା। ସେହିପରି ତାଙ୍କ ଶରୀରରେ ଏକାଧିକ ଗଭୀର କ୍ଷତ ଚିହ୍ନ ରହିଥିଲା। ମଙ୍ଗଳବାର ଝିଅଟିର ବାପା କାମ କରିବା ପାଇଁ ବାହାରକୁ ଯାଇଥିଲେ। ତେଣୁ ଝିଅଟି ଘରେ ଏକାକୀ ଥିବା ବେଳେ ତାଙ୍କୁ ଦୁଷ୍କର୍ମ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତ ତାଙ୍କ ମୁହଁ ଏବଂ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପଡ଼ୋଶୀମାନେ ନାବାଳିକା ଜଣଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବା ପରେ ତାଙ୍କ ବାପା ଓ ପୁଲିସକୁ ଖବର ଦେଇଥିଲେ।

ଘଟଣା ପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ସିସିଟିଭ ଫୁଟେଜ ଯାଞ୍ଚ କରିବା ସହ ଲୋକଙ୍କୁ ପଚରାଉଚାର କରୁଛି। ପ୍ରଥମେ ନାବାଳିକାଟିକୁ ସଞ୍ଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

ଏହି କାଣ୍ଡକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୃଢ଼ ନିନ୍ଦା କରିଛନ୍ତି। ସେ ଏହାକୁ ଅମାନବୀୟ ବୋଲି କହିବା ସହ ପୁଲିସ୍‌ ମୁଖ୍ୟଙ୍କୁ ତୁରନ୍ତ ଦୋଷୀଙ୍କୁ ଧରିବାକୁ କହିଛନ୍ତି। କେଜ୍ରିୱାଲ କହିଛନ୍ତି, ଜଣେ ୧୩ ବର୍ଷୀୟ ଝିଅ ସହ ହୋଇଥିବା ଅମାନବୀୟ କାଣ୍ଡ ସମ୍ପର୍କରେ ଜାଣି ମୋ ଆତ୍ମ ଦୋହଲି ଉଠିଛି। ଏଭଳି କୁଖ୍ୟାତ ଅପରାଧୀ ବାହାରେ ବୁଲିବାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ମୁଁ ଝିଅର ସ୍ୱାସ୍ଥ୍ୟାବସ୍ଥା ବୁଝିବାରୁ ଏମ୍ସ ଯାଉଛି ବୋଲି କେଜ୍ରିୱାଲ ଟ୍ୱିଟ କରିଥିଲେ।

ହସ୍ପିଟାଲରୁ ଆସିବା ପରେ ସେ କହିଛନ୍ତି, “ନାବାଳିକାଟିର ଅବସ୍ଥା ଗୁରୁତର ରହିଛି। ତା’ର ଚେତା ଫେରିନାହିଁ। ତାଙ୍କର ଅପରେସନ ହୋଇଛି। ଏବେ ୨୪ରୁ ୪୮ ଘଣ୍ଟା ଯାଏ ତାଙ୍କୁ ନୀରିକ୍ଷଣରେ ରଖାଯାଇଛି। ମୁଁ ଏହି ଘଟଣାରେ ସବୁଠାରୁ ଶ୍ରେଷ୍ଠ ଓକିଲଙ୍କୁ ନିଯୁକ୍ତ କରିବି ଓ ଦୋଷୀଙ୍କୁ କଠୋର ଶାସ୍ତି ଦେବାକୁ ବ୍ୟବସ୍ଥା କରିବି।”

Related story