କରୋନା: ଅରୁଣାଚଳରେ ବିଦେଶୀଙ୍କୁ ନା

ଇଟାନଗର: କରୋନାର ଭୟାବହତା କ୍ରମଶଃ ବଢ଼ିବାରେ ଲାଗିଥିବାରୁ ଆଜି ଅରୁଣାଚଳ ପ୍ରଦେଶ ସରକାର ବିଦେଶୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ସେଠାକାର ସରକାର କହିଛନ୍ତି, ବିଦେଶୀ ନାଗରିକଙ୍କୁ ପ୍ରୋଟେକ୍ଟେଡ୍‌ ଏରିଆ ପରମିଟ୍‌ ଦିଆଯିବା ବାତିଲ କରାଯାଇଛି। ସୂଚନାଯୋଗ୍ୟ ଯେ, ଚାଇନା ସୀମାବର୍ତ୍ତୀ ଏହି ରାଜ୍ୟକୁ ଯିବାପାଇଁ ବିଦେଶୀ ନାଗରିକଙ୍କୁ ପ୍ରୋଟେକ୍ଟେଡ୍‌ ଏରିଆ ପରମିଟ୍‌ ଦରକାର ପଡ଼ିଥାଏ। ଏନେଇ ଅରୁଣାଚଳ ମୁଖ୍ୟ ଶାସନ ସଚିବ ନରେଶ କୁମାର କହିଛନ୍ତି, ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ କର୍ତ୍ତୃପକ୍ଷ ପ୍ରୋଟେକ୍ଟେଡ୍‌ ଏରିଆ […]

Corona

Corona

Subrat Kumar Nayak
  • Published: Sunday, 08 March 2020
  • Updated: 08 March 2020, 05:00 PM IST

ଇଟାନଗର: କରୋନାର ଭୟାବହତା କ୍ରମଶଃ ବଢ଼ିବାରେ ଲାଗିଥିବାରୁ ଆଜି ଅରୁଣାଚଳ ପ୍ରଦେଶ ସରକାର ବିଦେଶୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ସେଠାକାର ସରକାର କହିଛନ୍ତି, ବିଦେଶୀ ନାଗରିକଙ୍କୁ ପ୍ରୋଟେକ୍ଟେଡ୍‌ ଏରିଆ ପରମିଟ୍‌ ଦିଆଯିବା ବାତିଲ କରାଯାଇଛି।

ସୂଚନାଯୋଗ୍ୟ ଯେ, ଚାଇନା ସୀମାବର୍ତ୍ତୀ ଏହି ରାଜ୍ୟକୁ ଯିବାପାଇଁ ବିଦେଶୀ ନାଗରିକଙ୍କୁ ପ୍ରୋଟେକ୍ଟେଡ୍‌ ଏରିଆ ପରମିଟ୍‌ ଦରକାର ପଡ଼ିଥାଏ। ଏନେଇ ଅରୁଣାଚଳ ମୁଖ୍ୟ ଶାସନ ସଚିବ ନରେଶ କୁମାର କହିଛନ୍ତି, ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ କର୍ତ୍ତୃପକ୍ଷ ପ୍ରୋଟେକ୍ଟେଡ୍‌ ଏରିଆ ପରମିଟ୍‌ ଦେଇପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅରୁଣାଚଳ ସରକାର କହିଛନ୍ତି, “ଭାରତରେ ବର୍ତ୍ତମାନ କୋଭିଡ୍‌-୧୯ ଭାଇରସ୍‌ର ପ୍ରକୋପ ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ରାଥମିକ ଭାବେ ଜଣାପଡ଼ିଛି ନିକଟ ଅତୀତରେ ବିଦେଶରୁ ଆସୁଥିବା ବା ବିଦେଶୀ ନାଗରିକଙ୍କଠାରୁ କରୋନା ଭାଇରସ୍‌ ବ୍ୟାପୁଛି। ତେଣୁ ଅରୁଣାଚଳରେ ଏହି ଭୂତାଣୁ ବ୍ୟାପିବା ଉପରେ ଲଗାମ ଲଗାଇବା ପାଇଁ ସାମୟିକ ଭାବେ ଏହି ପରମିଟ୍‌ ଦେବା ବାତିଲ କରାଯାଇଛି।”

ଏହା ପୂର୍ବରୁ ସିକ୍କିମ୍‌ ମଧ୍ୟ ସମାନ ପଦକ୍ଷେପ ନେଇଥିଲା। ସେହିଭଳି ଚାଇନା ସୀମାବର୍ତ୍ତୀ ଭୁଟାନରେ ମଧ୍ୟ କଟକଣା ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos