ଆସାମରେ ଭୂକଂପ, ତୀବ୍ରତା ୫.୬

ଗୌହାଟୀ: ଆସାମରେ ରବିବାର ସକାଳେ ଅନୁଭୁତ ହୋଇଛି ମଧ୍ୟମ ଧରଣର ଭୂକଂପ। ସକାଳ ପ୍ରାୟ ୬ଟା ୪୦ ମିନିଟରେ ଅନୁଭୁତ ହୋଇଥିଲା ଏହି ଭୂକଂପ। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରହିଥିଲା। ଏହି ଭୂକଂପର କେନ୍ଦ୍ରସ୍ଥଳ ଥିଲା ବାସୁଗାଁଓରୁ ୨୩ କିଲୋମିଟର ଦୂରରେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସେହିଭଳି ଭାରତର ପୂର୍ବରେ ଥିବା ଆଉ କିଛି ଅଞ୍ଚଳ ସହିତ ନେପାଳ, ଭୁଟାନ ଓ ବାଂଲାଦେଶରେ ମଧ୍ୟ ଭୂକଂପ ଝଟକା ଅନୁଭୁତ ହୋଇଛି। ଶନିବାର […]

mapofassam

mapofassam

Rakesh Mallick
  • Published: Sunday, 28 June 2015
  • Updated: 28 June 2015, 04:28 AM IST

Sports

Latest News

ଗୌହାଟୀ: ଆସାମରେ ରବିବାର ସକାଳେ ଅନୁଭୁତ ହୋଇଛି ମଧ୍ୟମ ଧରଣର ଭୂକଂପ। ସକାଳ ପ୍ରାୟ ୬ଟା ୪୦ ମିନିଟରେ ଅନୁଭୁତ ହୋଇଥିଲା ଏହି ଭୂକଂପ। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରହିଥିଲା। ଏହି ଭୂକଂପର କେନ୍ଦ୍ରସ୍ଥଳ ଥିଲା ବାସୁଗାଁଓରୁ ୨୩ କିଲୋମିଟର ଦୂରରେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ସେହିଭଳି ଭାରତର ପୂର୍ବରେ ଥିବା ଆଉ କିଛି ଅଞ୍ଚଳ ସହିତ ନେପାଳ, ଭୁଟାନ ଓ ବାଂଲାଦେଶରେ ମଧ୍ୟ ଭୂକଂପ ଝଟକା ଅନୁଭୁତ ହୋଇଛି।

ଶନିବାର ରାତି ୧୨ଟା ପରେ ରବିବାର ସକାଳ ୭ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ମିଶି ମୋଟ ୧୦ଟି ଭୂକଂପ ଝଟକା ଅନୁଭୁତ ହୋଇଛି। ଆସାମ ପରେ ଆମେରିକାର ଓକଲାହୋମରେ ସକାଳ ପ୍ରାୟ ସାତଟା ବେଳେ ଭୂକଂପ ଝଟକ୍‌ ଲାଗିଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରହିଥିଲା।

ଶନିବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ପ୍ରଥମେ ଭୂକଂପ ହୋଇଥିଲା। ଏହା ପରେ ପାପୁଆ ନ୍ୟୁ ଗିନିରେ ଦୁଇ ଥର ଭୂକଂପ ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଦୁଇଟି ଭୂକଂପର ତୀବ୍ରତା ଯଥାକ୍ରମେ ୪.୯ ଓ ୪.୫ ରହିଥିଲା। ସେହିପରି ରବିବାର ଭୋର ପ୍ରାୟ ୪ଟାରୁ ୭ଟା ମଧ୍ୟରେ ଆମରିକାର ଓକଲାହୋମରେ ତିନି ଥର ଭୂକଂପ ଝଟକା ଅନୁଭୁତ ହୋଇଛି। ଏହା ବ୍ୟତୀତ ମୋରିସସରେ ୪.୯ ଓ ଆଇଲ୍ୟାଣ୍ଡେର ୪.୭ ତୀବ୍ରତାର ଭୂକଂପ ଅନୁଭୁତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos