୧୬୩ଟି ନଦୀରେ ହେବ ବାଜପେୟୀଙ୍କ ଅସ୍ଥି ବିସର୍ଜନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ହୋଇଯାଇଛି। ସେ ପଞ୍ଚଭୂତରେ ବିଲୀନ ହୋଇସାରିଛନ୍ତି। ତାଙ୍କର ଅସ୍ଥିକୁ ଭାଗ ଭାଗ କରି ଉତ୍ତର ପ୍ରଦେଶର ସମସ୍ତ ନଦୀରେ ବିସର୍ଜନ କରିବାକୁ ନିଷ୍ପତ୍ତି ହୋଇଛି। ସର୍ବପ୍ରଥମେ ଆଜି ତାଙ୍କ ଅସ୍ଥିକୁ ହରିଦ୍ୱାରରେ ଗଙ୍ଗାନଦୀରେ ବିସର୍ଜନ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ସାମିଲ ହେବେ ବୋଲି ଜଣାପଡ଼ିଛି। ଏହା ପରେ ଅଟଳଙ୍କ […]

vajpayee

vajpayee

Jitendra Garnayak
  • Published: Sunday, 19 August 2018
  • Updated: 19 August 2018, 03:18 AM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ହୋଇଯାଇଛି। ସେ ପଞ୍ଚଭୂତରେ ବିଲୀନ ହୋଇସାରିଛନ୍ତି। ତାଙ୍କର ଅସ୍ଥିକୁ ଭାଗ ଭାଗ କରି ଉତ୍ତର ପ୍ରଦେଶର ସମସ୍ତ ନଦୀରେ ବିସର୍ଜନ କରିବାକୁ ନିଷ୍ପତ୍ତି ହୋଇଛି।

ସର୍ବପ୍ରଥମେ ଆଜି ତାଙ୍କ ଅସ୍ଥିକୁ ହରିଦ୍ୱାରରେ ଗଙ୍ଗାନଦୀରେ ବିସର୍ଜନ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ସାମିଲ ହେବେ ବୋଲି ଜଣାପଡ଼ିଛି।

ଏହା ପରେ ଅଟଳଙ୍କ ଅସ୍ଥିକୁ ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାର ସମସ୍ତ ୧୬୩ଟି ନଦୀରେ ବିସର୍ଜନ କରାଯିବ।

ଉଲ୍ଲେଖଯୋଗ୍ୟ, କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଡିମେନ୍ସିଆ ରୋଗରେ ଆକ୍ରାନ୍ତ ହୋଇ ୯ ସପ୍ତାହ ଧରି ହସ୍ପିଟାଲରେ ଭର୍ତ୍ତି ଥିବା ବାଜପେୟୀଙ୍କୁ ୩ଦିନ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୧୬ ତାରିଖ ଅପରାହ୍ନ ୫ଟା ୫ ମିନିଟ୍‌ ସମୟରେ ଦିଲ୍ଲୀ ଏମ୍‌ସରେ ତାଙ୍କର ପରଲୋକ ଘଟିଥିଲା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos