‘ସଚିନ ଅଦରକାରୀ, ଅଯୋଗ୍ୟ ଏବଂ ବିଶ୍ୱାସଘାତକ’

ଜୟପୁର: ରାଜସ୍ଥାନରେ କଂଗ୍ରେସ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସଂଖ୍ୟାକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ପାଇଲଟଙ୍କୁ ସାଧାରଣରେ ନିନ୍ଦିତ କରିବାର କୌଣସି ସୁଯୋଗ ହାତଛଡ଼ା କରିବା ମୁଡରେ ନାହାନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଆଜି ସଚିନଙ୍କୁ ଟାର୍ଗେଟ କରି ଗେହଲଟ କହିଛନ୍ତି ଯେ, ପାଇଲଟ ଜଣେ ଅଦରକାରୀ, ଅଯୋଗ୍ୟ ଏବଂ ବିଶ୍ୱାସଘାତକ ଲୋକ। ଯିଏ ଦଳରେ ଗୋଷ୍ଠୀ ବିବାଦକୁ ଉସକାଉଥିଲେ। ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଶୋକ ଗେହଲଟ୍ କହିଛନ୍ତି ଯେ, […]

Sachin Pilot Ashok Gehlot

Subhransu Sekhar
  • Published: Monday, 20 July 2020
  • , Updated: 20 July 2020, 05:18 PM IST

ଜୟପୁର: ରାଜସ୍ଥାନରେ କଂଗ୍ରେସ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସଂଖ୍ୟାକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ପାଇଲଟଙ୍କୁ ସାଧାରଣରେ ନିନ୍ଦିତ କରିବାର କୌଣସି ସୁଯୋଗ ହାତଛଡ଼ା କରିବା ମୁଡରେ ନାହାନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଆଜି ସଚିନଙ୍କୁ ଟାର୍ଗେଟ କରି ଗେହଲଟ କହିଛନ୍ତି ଯେ, ପାଇଲଟ ଜଣେ ଅଦରକାରୀ, ଅଯୋଗ୍ୟ ଏବଂ ବିଶ୍ୱାସଘାତକ ଲୋକ। ଯିଏ ଦଳରେ ଗୋଷ୍ଠୀ ବିବାଦକୁ ଉସକାଉଥିଲେ।

ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଶୋକ ଗେହଲଟ୍ କହିଛନ୍ତି ଯେ, ପାଇଲଟଙ୍କୁ କଂଗ୍ରେସ ରାଜ୍ୟ ସଭାପତି ପଦରୁ ବିଦା କରିବା ପଛର କାରଣ କେହି ପଢ଼ି ନାହାନ୍ତି। ସଚିନ୍ ପାଇଲଟ ଜଣେ ଅଯୋଗ୍ୟ, ଅଦରକାରୀ ଏବଂ ବିଶ୍ୱାସଘାତକ। ସେ କେବଳ ଲୋକଙ୍କୁ ଲଢ଼ଉଛନ୍ତି ବୋଲି ଦଳର ଅଧ୍ୟକ୍ଷ ପଦବୀରୁ ବିଦା କରାଯାଇଛି।

ଗେହଲଟ ଆହୁରି କହିଛନ୍ତି, “ପାଇଲଟ ବିଗତ ଛଅ ମାସ ହେବ ବିଜେପି ସମର୍ଥନରେ ସରକାର ଗଢ଼ିବା ପାଇଁ ପ୍ରୟାସ କରୁଥିଲେ। ସେତେବେଳେ ମୁଁ ଏ ବାବଦରେ କହିଥିଲି। ହେଲେ ସେତେବେଳେ କେହି ଜାଣି ନଥିଲେ ଯେ ଜଣେ ନିରୀହ ଚେହେରା ଥିବା ବ୍ୟକ୍ତି ଏପରି ଷଡ଼ଯନ୍ତ୍ର କରିବେ। ମୁଁ ପରିବା ବିକ୍ରି କରିବାକୁ ଆସି ନାହିଁ, ମୁଁ ମୁଖ୍ୟମନ୍ତ୍ରୀ”।

ଗେହଲଟ କହିଛନ୍ତି ଯେ, ସଚିନ୍ ପାଇଲଟ୍ ଯେଉଁଭଳି ଭାବରେ ଷଡ଼ଯନ୍ତ୍ର କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ବ୍ୟକ୍ତିଗତ ହୋଇପାରେ। ଆମେ ଆମ ବିଧାୟକଙ୍କ ହୋଟେଲରେ ପୂର୍ଣ୍ଣ ସ୍ୱାଧୀନତାରେ ରଖିଛି। ହେଲେ ପାଇଲଟ ତାଙ୍କ ସମର୍ଥକ ବିଧାୟକଙ୍କ ପାଖରୁ ଫୋନ୍ ଛଡ଼ାଇ ନେଇଛନ୍ତି। ତାଙ୍କ ସମର୍ଥକ ବିଧାୟକମାନେ ଆମ ସହିତ ଆସିବାକୁ ଚାହୁଁଛନ୍ତି ବୋଲି ଫୋନ୍ କରି କହିଥିବା ଗେହଲଟ କହିଛନ୍ତି।

ସୂଚନାଯୋଗ୍ୟ, ଗୋଟିଏ ପଟେ କେନ୍ଦ୍ର କଂଗ୍ରେସ ନେତା ପାଇଲଟଙ୍କୁ ଦଳ ନଛାଡ଼ିବା ପାଇଁ ଅନୁରୋଧ କରୁଥିବା ବେଳେ ଏପଟେ ଗେହଲଟ ଗୋଟେ ପରେ ଗୋଟେ ବାଣ ମାରି ଚାଲିଛନ୍ତି ସଚିନଙ୍କୁ।

Related story