ଗୁଆହାଟୀ: ଭାରତୀୟ ସେନା ବାହିନୀରେ ଦୀର୍ଘ ଦିନ ଧରି କାମ କରୁଥିବା ମହମ୍ମଦ ସାନାଉଲ୍ଲା ଅବସର ନେବା ପରେ ହଠାତ ସରକାରୀ ନଥିପତ୍ରରେ ବିଦେଶୀ ନାଗରିକ ପାଲଟି ଯାଇଛନ୍ତି। ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆରସି)ର ସର୍ଭେରେ ତାଙ୍କୁ ଏକ ଟ୍ରିବ୍ୟୁନାଲ୍ ବେଆଇନ୍ ଶରଣାର୍ଥୀ ବୋଲି ଦର୍ଶାଇଥିଲେ।
ଏହାକୁ ନେଇ ବିବାଦ ଉପୁଜିବା ପରେ ଆଜି ଆସାମ ହାଇକୋର୍ଟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି। ଏଥିସହ କୋର୍ଟ ଏନ୍ଆରସି ଏବଂ ଆସାମ ବର୍ଡର ପୁଲିସ୍ ଅଧିକାରୀ ଚନ୍ଦ୍ରମାଲ ଦାସଙ୍କୁ ମଧ୍ୟ ନୋଟିସ୍ କରି ଜବାବ ତଲବ କରିଛନ୍ତି।
ମହମ୍ମଦ ୩୦ ବର୍ଷ ସେନା ବାହିନୀରେ କାର୍ଯ୍ୟ କରି ଅବସର ନେଇଥିଲେ। ଏହାପରେ ସେ ଆସାମ ବର୍ଡର ପୁଲିସ୍ରେ ଯୋଗଦେଇଥିଲେ। ଗତ ସପ୍ତାହରେ ତାଙ୍କୁ ବିଦେଶୀ ନାଗରିକ ବୋଲି ଦର୍ଶାଯିବା ସହ ତାଙ୍କୁ ଗିରଫ କରାଯାଇ ଡିଟେନସନ୍ କେନ୍ଦ୍ରରେ ରଖାଯାଇଛି। ଆଜି ଶୁଣାଣି ବେଳେ ମହମ୍ମଦଙ୍କ ଓକିଲ ଇନ୍ଦିରା ଜୟସିଂ ଜାମିନ୍ ଆବେଦନ କରିଥିଲେ। ହେଲେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଘର ଉଚ୍ଛେଦ ପାଇଁ ନୋଟିସ ମିଳିବାରୁ ଜୀବନ ହାରି ଦେଲେ ମହିଳା
ବୁଚ୍ଚାମ୍ମା ଓ ତାଙ୍କ ସ୍ୱାମୀ ଝିଅମାନଙ୍କୁ ଯୌତୁକରେ ଦେଇଥିବା ଘରଗୁଡ଼ିକ ପ୍ରଶାସନ କାଳେ ଭାଙ୍ଗି ଦେବ, ସେହି ଆଶଙ୍କାରେ ଥିଲେ।
National
ଟଙ୍କା ଚୋରି କରିଥିବା ଭାବି ଫୁଙ୍କନଳିରେ ପିଟି ୧୦ ବର୍ଷର ପୁଅକୁ ମାରି ଦେଲା ବାପା
ପୁଅ ଘରୁ ୫୦୦ ଟଙ୍କା ଚୋରି କରିଥିବା ସନ୍ଦେହରେ ତା’କୁ ବାପା ଦେଇଛି ମୃତ୍ୟୁଦଣ୍ଡ। ଏପରି ଘଟଣା ଗାଜିଆବାଦରେ ଘଟିଛି।
National
କୁଲଗାମରେ ଏନକାଉଣ୍ଟର, ୩ ଯବାନ ଓ ଜଣେ ପୁଲିସ ଆହତ
କୁଲଗାମର ଆରିଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା।
Politics
କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା, ₹୫୦୦ରେ ମିଳିବ ସିଲିଣ୍ଡର, ମହିଳାଙ୍କୁ ମାସକୁ ₹୨୦୦୦
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ।
National
ପରସ୍ପରର ଛାଇ ମାଡ଼ନ୍ତିନି, ଏବେ ଗୋଟିଏ କମିଟିରେ ମହୁଆ-ନିଶିକାନ୍ତ
ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହି କମିଟିରେ ଟିଏମ୍ସି ସାଂସଦ ମହୁଆ ମୋଇତ୍ରା, କଙ୍ଗନା ରଣାଓ୍ୱତ ଓ ଜୟା ବଚ୍ଚନ ପ୍ରମୁଖ ଅଛନ୍ତି।