ଆସାମରେ ତିନି ଏନ୍‌ଡିଏଫ୍‌ବି(ଏସ୍‌) ଆତଙ୍କୀ ନିହତ

କୋଲକାତା: ସେନା ଓ ଆସାମ ପୋଲିସ୍‌ର ମିଳିତ ଅପରେସନ୍‌ରେ ଆଜି ସକାଳେ କୋକ୍ରାଝର ଜିଲ୍ଲାରରେ ଏନ୍‌ଡିଏଫ୍‌ବି(ଏସ୍‌)ର ତିନି ଜଣ ଟପ୍ ଆତଙ୍କୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ରାହୁଲ ବାସୁମାତରେ ଓ ରୀତୁ ବାସୁମାତରେ। ସେମାନଙ୍କଠାରୁ ୪ଟି ପିସ୍ତଲ, ବିପୁଳ ପରିମାଣେ ଗୁଳି ଓ ହ୍ୟାଣ୍ଡ୍ ଗ୍ରେନେଡ୍ ଜବତ କରାଯାଇଛି। ଗୁଇନ୍ଦା ସୂଚନା ଆଧାରରେ ଘଞ୍ଚ ଜଙ୍ଗଲ ଭିତରେ ଯାଉଥିବା ଏହି ଆତଙ୍କୀମାନଙ୍କୁ ପୋଲିସ୍ ଅଟକାଇବାକୁ ଚେଷ୍ଟା କରିବା […]

assam

Rakesh Mallick
  • Published: Sunday, 17 July 2016
  • , Updated: 17 July 2016, 12:28 PM IST

କୋଲକାତା: ସେନା ଓ ଆସାମ ପୋଲିସ୍‌ର ମିଳିତ ଅପରେସନ୍‌ରେ ଆଜି ସକାଳେ କୋକ୍ରାଝର ଜିଲ୍ଲାରରେ ଏନ୍‌ଡିଏଫ୍‌ବି(ଏସ୍‌)ର ତିନି ଜଣ ଟପ୍ ଆତଙ୍କୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ରାହୁଲ ବାସୁମାତରେ ଓ ରୀତୁ ବାସୁମାତରେ। ସେମାନଙ୍କଠାରୁ ୪ଟି ପିସ୍ତଲ, ବିପୁଳ ପରିମାଣେ ଗୁଳି ଓ ହ୍ୟାଣ୍ଡ୍ ଗ୍ରେନେଡ୍ ଜବତ କରାଯାଇଛି।

ଗୁଇନ୍ଦା ସୂଚନା ଆଧାରରେ ଘଞ୍ଚ ଜଙ୍ଗଲ ଭିତରେ ଯାଉଥିବା ଏହି ଆତଙ୍କୀମାନଙ୍କୁ ପୋଲିସ୍ ଅଟକାଇବାକୁ ଚେଷ୍ଟା କରିବା ପରେ ସେମାନେ ଗୁଳି କରିଥିଲେ। ଫଳରେ ଯବାନମାନେ ପାଲଟା ଗୁଳି ଚଳାଇଥିଲେ।

Related story