ୱାର୍ଦ୍ଧା: ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଥିବା ଆର୍ମି ଡିପୋ ନିକଟରେରେ ଏକ ‘ଆର୍ଟିଲେରୀ ଶେଲ୍’ ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୧୮ ଜଣ ଆହତ ହୋଇଛନ୍ତି। ୨୩ ମିଲିମିଟର ଲମ୍ବାର ଏହି ଶେଲ୍କୁ ନିଷ୍କ୍ରିୟ କରାଯିବା ପାଇଁ ଗାଡ଼ିରୁ ଓହ୍ଲାଯାଉଥିବା ସମୟରେ ହିଁ ଏହି ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି।
ନାଗପୁରଠାରୁ ୮୦ କିଲୋମିଟର ଦୂର ପୁଲ୍ଗାଓଁଠାରେ ଏକ ଖାଲି ପଡ଼ିଆକୁ ଏହାକୁ ନିଆଯାଉଥିଲା। ମଧ୍ୟପ୍ରଦେଶର ଖମାରିଆଠାରେ ଥିବା ଯୁଦ୍ଧାସ୍ତ୍ର ଫ୍ୟାକ୍ଟ୍ରିର କମାଣ ଏବଂ ଅନ୍ୟ ଅସ୍ତ୍ର ସବୁକୁ ନିଷ୍କ୍ରିୟ କରିବାପାଇଁ ଏହି ସ୍ଥାନକୁ ବଛାଯାଇଥିଲା।
ୱାର୍ଦ୍ଧାର ବରିଷ୍ଠ ପୁଲିସ୍ ଅଧିକାରୀ ନିଖିଲ୍ ପିଙ୍ଗଲେ କହିବା ଅନୁଯାୟୀ, ନିଷ୍କ୍ରିୟ କରିବାପାଇଁ ବାକ୍ସଗୁଡ଼ିକୁ ଓହ୍ଲାଯାଉଥିବା ସମୟରେ ଗୋଟିଏ ବାକ୍ସ ବିସ୍ଫୋରଣ ହୋଇଥିଲା। ଏହା ଖୋଲାସ୍ଥାନରେ ହିଁ ହୋଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୧୬ ମସିହାରେ ଏଭଳି ଏକ ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା।
https://youtu.be/e9o35RXj3XM
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହିଳା ମନ୍ତ୍ରୀଙ୍କୁ ଦୁର୍ବ୍ୟବହାର ମାମଲା: ବିଜେପି ଏମଏଲସି ସି.ଟି ରବିଙ୍କୁ ଅନ୍ତରୀଣ ଜାମିନ
କର୍ଣ୍ଣାଟକ ମନ୍ତ୍ରୀ ଲକ୍ଷ୍ମୀ ହେବ୍ବଲକରଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ବିଜେପି ଏମଏଲସି ସିଟି ରବିଙ୍କୁ ଗିରଫ କରିଥିଲା ପୁଲିସ। ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ।
Politics
ସଂସଦରେ ଧକ୍କା କାଣ୍ଡ: ରାହୁଲ ଗାନ୍ଧିଙ୍କ କେସ୍ର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ବିଜେପିର ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍ ରାହୁଲ ଗାନ୍ଧିଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ଲଗାଇ ମାମଲା କରିଥିଲା।
National
ବାଂଲାଦେଶ ଓ ପାକିସ୍ତାନରେ ବଢ଼ି ଚାଲିଛି ହିନ୍ଦୁ ବିରୋଧୀ ହିଂସା, ତଥ୍ୟ ଦେଲେ ସରକାର
୨୦୨୪ ବର୍ଷରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାର ସଂଖ୍ୟା ୨୨୦୦ ରହିଛି। ବିଶେଷ କରି ଶେଖ ହସିନାଙ୍କ ଆବାମୀ ଲିଗ ସରକାର ଭୁଶୁଡ଼ିବା ପରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ବଢ଼ିଛି।
Miscellaneous
ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହେଲାନି ସହମତି; ଛୁଆର ନାଁ ଦେଲେ କୋର୍ଟ
ଛୁଆର ନାଁ ଦେବାକୁ ନେଇ ବିବାଦ ପରେ ଛାଡ଼ପତ୍ର ପାଇଁ କୋର୍ଟ ଯାଏଁ ଗଲେ ଦମ୍ପତ୍ତି। ଶେଷରେ ୩ ବର୍ଷର ଶିଶୁର ନାମକରଣ କରି ବିବାଦ ସମାଧାନ କଲେ କୋର୍ଟ।
National
ଶୀତ ଅଧିବେଶନ ଶେଷ: ହଟ୍ଟଗୋଳ ଯୋଗୁ ଲୋକସଭାର ୬୫ ଘଣ୍ଟା ନଷ୍ଟ
ଡିସେମ୍ବର ୧୯ରେ ସଂସଦ ପରିସରରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହାକୁ ନେଇ ଆଜି ଉଭୟ ପକ୍ଷ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରାଯାଇଛି।