ଶେଷରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଇସ୍ତଫାପତ୍ର ପଠାଇଲେ ସିଦ୍ଧୁ

ନୂଆଦିଲ୍ଲୀ: ଜୁନ୍‌ ୧୦ରୁ ପଞ୍ଜାବ ସରକାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପାଖକୁ ପଠାଇଛନ୍ତି। ଏ ସମ୍ପର୍କରେ ସିଦ୍ଧୁ ନିଜେ ଟ୍ୱିଟ କରି ଜଣାଇଛନ୍ତି। ଲୋକସଭା ନିର୍ବାଚନ ପରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁହାଁମୁହିଁ ହୋଇଥିଲେ। ଏହାପରେ ସିଦ୍ଧୁ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା କଥା ଚିଠି […]

wq

wq

Hemant Lenka
  • Published: Monday, 15 July 2019
  • Updated: 15 July 2019, 04:10 PM IST

Sports

Latest News

ନୂଆଦିଲ୍ଲୀ: ଜୁନ୍‌ ୧୦ରୁ ପଞ୍ଜାବ ସରକାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପାଖକୁ ପଠାଇଛନ୍ତି। ଏ ସମ୍ପର୍କରେ ସିଦ୍ଧୁ ନିଜେ ଟ୍ୱିଟ କରି ଜଣାଇଛନ୍ତି। ଲୋକସଭା ନିର୍ବାଚନ ପରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁହାଁମୁହିଁ ହୋଇଥିଲେ।

ଏହାପରେ ସିଦ୍ଧୁ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା କଥା ଚିଠି ଲେଖି ଜଣାଇଥିବା କଥା ଗତକାଲି ସିଦ୍ଧୁ କହିଥିଲେ। ତେବେ ନିୟମ ଅନୁଯାୟୀ, ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଉଥିବା ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜର ଇସ୍ତଫାପତ୍ର ପଠାଇବା କଥା।

ହେଲେ ସିଦ୍ଧୁ ସେମିତି କରି ନଥିଲେ। ତେବେ ଆଜି ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଠିକଣାରେ ନିଜର ଇସ୍ତଫାପତ୍ର ପଠାଇଥିବା କଥା କହିଛନ୍ତି।

ଅନ୍ୟପକ୍ଷରେ ଆଜି ଅମରିନ୍ଦର ସିଂହ ଗଣମାଧ୍ୟମ ସମ୍ମୁଖରେ ସିଦ୍ଧୁଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସିଦ୍ଧୁ ନିଜ ଇଚ୍ଛାରେ ବିଭାଗ ନେଇ ପାରିବେ ନାହିଁ କି ତାଙ୍କୁ ଦିଆଯାଇଥିବା କାର୍ଯ୍ୟ କରିବାକୁ ମନା କରିପାରିବେ ନାହିଁ। ମୁଁ ସିଦ୍ଧୁଙ୍କ ଇସ୍ତଫାପତ୍ରରେ କ’ଣ ଲେଖା ହୋଇଛି ଜାଣିନାହିଁ। ହେଲେ ସମସ୍ତେ ଶୃଙ୍ଖଳାର ପରିସୀମା ମଧ୍ୟରେ ରହିବା ଦରକାର।

ବର୍ତ୍ତମାନ ପଞ୍ଜାବ ବିଜୁଳି ସଙ୍କଟ ଦେଇ ଗତି କରୁଛି। ତେଣୁ ସିଦ୍ଧୁଙ୍କ ଭଳି ଜଣେ ଦକ୍ଷ ଲୋକଙ୍କୁ ଏହି ବିଭାଗର ମନ୍ତ୍ରୀ କରାଯାଇଥିଲା। ହେଲେ ସେ ଏହି ବିଭାଗରେ ଆଦୌ ଯୋଗଦେଇନାହାନ୍ତି।”

ଲୋକସଭା ନିର୍ବାଚନ ପୂର୍ବରୁ ସିଦ୍ଧୁ ପଞ୍ଜାବ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଥିଲେ। ହେଲେ ସହରବାସୀଙ୍କ ପାଇଁ ସେ କିଛି କରି ନଥିବା ଖୋଦ୍‌ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଥିଲେ। ଶେଷରେ ତାଙ୍କ ଠାରୁ ଏହି ବିଭାଗ ପ୍ରତ୍ୟାହାର କରି ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story