ମୁମ୍ବାଇରେ ସିଏଏ ସପକ୍ଷରେ ରାଲି, ମୋଦିଙ୍କ ପ୍ରଶଂସାରେ କଲେ ନାରାବାଜି

ମୁମ୍ବାଇ: ଶନିବାର ସନ୍ଧ୍ୟାରେ ମୁମ୍ବାଇଠାରେ ଶହ ଶହ ଲୋକ ଏକାଠି ହୋଇ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ ଜଣାଇଛନ୍ତି। ସେମାନେ ଦାଦର ରେଲୱେ ଷ୍ଟେସନ୍‌ଠାରେ ଏକାଠି ହେବା ସହ ସିଏଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ନାରାବାଜି ଦିଆଯାଇଛି। ଏହା ପୂର୍ବରୁ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ସିଏଏ ବିରୋଧରେ ଏକ ବୃହତ ରାଲି ଆୟୋଜିତ ହୋଇଥିଲା। ଏଥିରେ ବେଶ କିଛି ବଲିଉଡ୍‌ ସେଲିବ୍ରେଟି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ଅବସରରେ […]

nrc-caa

Subrat Kumar Nayak
  • Published: Saturday, 21 December 2019
  • , Updated: 21 December 2019, 08:47 PM IST

ମୁମ୍ବାଇ: ଶନିବାର ସନ୍ଧ୍ୟାରେ ମୁମ୍ବାଇଠାରେ ଶହ ଶହ ଲୋକ ଏକାଠି ହୋଇ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ ଜଣାଇଛନ୍ତି। ସେମାନେ ଦାଦର ରେଲୱେ ଷ୍ଟେସନ୍‌ଠାରେ ଏକାଠି ହେବା ସହ ସିଏଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ନାରାବାଜି ଦିଆଯାଇଛି।

ଏହା ପୂର୍ବରୁ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ସିଏଏ ବିରୋଧରେ ଏକ ବୃହତ ରାଲି ଆୟୋଜିତ ହୋଇଥିଲା। ଏଥିରେ ବେଶ କିଛି ବଲିଉଡ୍‌ ସେଲିବ୍ରେଟି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ।

ଆଜିର କାର୍ଯ୍ୟକ୍ରମ ଅବସରରେ ସମ୍ବିଧାନ ସମ୍ମାନ ମଞ୍ଚ ପକ୍ଷରୁ ସିଏଏ ଏବଂ ଜାତୀୟ ନାଗରିକତା ସଂହିତା (ଏନ୍‌ଆରସି)କୁ ସମର୍ଥନ କରିବା ପାଇଁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ, ସିଏଏ ଜରିଆରେ ବାଂଲାଦେଶ, ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଧର୍ମ ଆଧାରରେ ନିର୍ଯାତିତ ୬ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତା ମିଳିପାରିବ।

ଆଜି ତ୍ରିରଙ୍ଗା ସହ ଆସିଥିବା ଏହି ଲୋକମାନେ କିଛି ପ୍ଲାକାର୍ଡ ମଧ୍ୟ ଧରିଥିଲେ। ଏହି ପ୍ଲାକାର୍ଡ ସବୁରେ ୱି ୱାଣ୍ଟ ଏନ୍‌ଆରସି, ୱି ସପୋର୍ଟ ଏନ୍‌ଆରସି ଏବଂ ସିଏଏ କେ ସମର୍ଥନ ମେଁ ରାଷ୍ଟ୍ରଭକ୍ତି ମୈଦାନ ମେଁ ଆଦି ସ୍ଲୋଗାନ୍‌ ଥିଲେ। ସେମାନେ ସିଏଏ ଲାଗୁ କରିବାକୁ ଦାବି କରିବା ସହ ମୋଦି ମୋଦି ନାରା ଦେଇଥିଲେ। ଏପରିକି ‘ବାହାର ନିକାଲୋ ବାହାର ନିକାଲୋ ଘୁସପୈଠିଓଁକୋ ବାହାର ନିକାଲୋ’ ଆଦି ନାରା ଦେଇଥିଲେ। ସେମାନେ ମୁମ୍ବାଇର ପ୍ରତିଟି ଷ୍ଟେସନ୍‌ ବାହାରେ ଆଗାମୀ ଦିନରେ ଏଭଳି ସିଏଏ ସମର୍ଥନରେ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।

Related story