ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଲତା

ମୁମ୍ୱାଇ: ହସ୍ପିଟାଲରୁ ଫେରିଛନ୍ତି ଭାରତରତ୍ନ ଲତା ମଙ୍ଗେସକର (୯୦) । ଛାତିରେ ଯନ୍ତ୍ରଣା ଅନୁଭବ କରିବାଲୁ ଲତା ମଙ୍ଗେସକର ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଏହାପରେ ସେ ରାତି ୨ଟାରେ ମୁମ୍ୱାଇର ବ୍ରେଚ କାନଡେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ସେ ଘରକୁ ଫେରିଆସିଥିବା ତାଙ୍କର ନିକଟତମ ବ୍ୟକ୍ତି କହିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ଥିଲା। ତେଣୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ବୋଲି ଜଣାପଡ଼ିଛି। Team of […]

lata1

Subhransu Sekhar
  • Published: Monday, 11 November 2019
  • , Updated: 12 November 2019, 10:37 AM IST

ମୁମ୍ୱାଇ: ହସ୍ପିଟାଲରୁ ଫେରିଛନ୍ତି ଭାରତରତ୍ନ ଲତା ମଙ୍ଗେସକର (୯୦) । ଛାତିରେ ଯନ୍ତ୍ରଣା ଅନୁଭବ କରିବାଲୁ ଲତା ମଙ୍ଗେସକର ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଏହାପରେ ସେ ରାତି ୨ଟାରେ ମୁମ୍ୱାଇର ବ୍ରେଚ କାନଡେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ସେ ଘରକୁ ଫେରିଆସିଥିବା ତାଙ୍କର ନିକଟତମ ବ୍ୟକ୍ତି କହିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ଥିଲା। ତେଣୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ବୋଲି ଜଣାପଡ଼ିଛି।

https://twitter.com/ANI/status/1193855127163043840

ଭାରତୀୟ ସିନେମାର ଜଣେ ଖ୍ୟାତନାମା ଚେହେରା ହେଉଛନ୍ତି ଲତା ମଙ୍ଗେସକର। ହିନ୍ଦୀ ଗୀତ ସାଙ୍ଗକୁ ମୋଟ ୩୬ଟି ଭାଷାରେ ସେ ନିଜର କଣ୍ଠଦାନ କରିଛନ୍ତି। ୨୦୦୧ରେ କେନ୍ଦ୍ର ସରକାର ତାଙ୍କୁ ଭାରତ ରତ୍ନ ଉପାଧିରେ ସମ୍ମାନୀତ କରିଥିଲେ।

Related story