ପାକିସ୍ତାନର ଗୃହମନ୍ତ୍ରୀଙ୍କୁ ଗୁଳିମାଡ଼

କରାଚି: ପାକିସ୍ତାନର ଗୃହମନ୍ତ୍ରୀ ଏହସାନ ଇକବାଲଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ତାଙ୍କ କାନ୍ଧରେ ଗୁଳି ବାଜିଛି। ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେ ଏବେ ବିପଦମୁକ୍ତ ଅଛନ୍ତି। ଏହସାନ ଇକବାଲ ଆଜି ନରୋୱାଲ ସହର ନିକଟସ୍ଥ କାଞ୍ଜରୁରରେ ଏକ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ସେ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା। ଗୁଳିଟି ତାଙ୍କ କାନ୍ଧରେ ବାଜିଛି। ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀର […]

homeminister

Rakesh Mallick
  • Published: Sunday, 06 May 2018
  • , Updated: 07 May 2018, 07:56 AM IST

କରାଚି: ପାକିସ୍ତାନର ଗୃହମନ୍ତ୍ରୀ ଏହସାନ ଇକବାଲଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ତାଙ୍କ କାନ୍ଧରେ ଗୁଳି ବାଜିଛି। ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେ ଏବେ ବିପଦମୁକ୍ତ ଅଛନ୍ତି।

ଏହସାନ ଇକବାଲ ଆଜି ନରୋୱାଲ ସହର ନିକଟସ୍ଥ କାଞ୍ଜରୁରରେ ଏକ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ସେ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା। ଗୁଳିଟି ତାଙ୍କ କାନ୍ଧରେ ବାଜିଛି।

ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀର ବୟସ ୨୦ ରୁ ୨୨ ବର୍ଷ ମଧ୍ୟରେ ହେବ। ତାକୁ ଗିରଫ କରାଯାଇଛି।

Related story