ରାଜ୍ୟପାଳଙ୍କୁ ଭେଟିଲେ ଶିବସେନା କର୍ମୀଙ୍କ ଆକ୍ରମଣର ଶିକାର ପୂର୍ବତନ ନୌସେନା ଅଧିକାରୀ

ମଦନ ଶର୍ମା ପୂର୍ବତନ ନୌସେନା ଅଧିକାରୀ ଶିବସେନା କର୍ମୀଙ୍କ ଦ୍ୱାରା ମଦନ ଶର୍ମା ଆକ୍ରମଣର ଶିକାର ହୋଇଥିଲେ ଉଦ୍ଧବ ଠାକରେଙ୍କ କାର୍ଟୁନ ଶେୟାର କରି ଆକ୍ରମଣର ଶିକାର ହୋଇଥିଲେ ରାଜ୍ୟପାଳଙ୍କ ନିକଟରେ ମହାରାଷ୍ଟ୍ର ସରକାରଙ୍କୁ ବରଖାସ୍ତ କରିବା ପାଇଁ ଦାବି କଲେ ମୁମ୍ବାଇ: ମୁମ୍ବାଇରେ ଶିବସେନା କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମା ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ରାଜଭବନରେ ଭେଟିଛନ୍ତି। ଉଦ୍ଧବ ଠାକରେ ସରକାରଙ୍କୁ ବରଖାସ୍ତ […]

madan meets bhagat

Subhransu Sekhar
  • Published: Tuesday, 15 September 2020
  • , Updated: 15 September 2020, 02:58 PM IST
  • ମଦନ ଶର୍ମା ପୂର୍ବତନ ନୌସେନା ଅଧିକାରୀ
  • ଶିବସେନା କର୍ମୀଙ୍କ ଦ୍ୱାରା ମଦନ ଶର୍ମା ଆକ୍ରମଣର ଶିକାର ହୋଇଥିଲେ
  • ଉଦ୍ଧବ ଠାକରେଙ୍କ କାର୍ଟୁନ ଶେୟାର କରି ଆକ୍ରମଣର ଶିକାର ହୋଇଥିଲେ
  • ରାଜ୍ୟପାଳଙ୍କ ନିକଟରେ ମହାରାଷ୍ଟ୍ର ସରକାରଙ୍କୁ ବରଖାସ୍ତ କରିବା ପାଇଁ ଦାବି କଲେ

ମୁମ୍ବାଇ: ମୁମ୍ବାଇରେ ଶିବସେନା କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମା ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ରାଜଭବନରେ ଭେଟିଛନ୍ତି। ଉଦ୍ଧବ ଠାକରେ ସରକାରଙ୍କୁ ବରଖାସ୍ତ କରିବାକୁ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି।

ଗତ ସପ୍ତାହରେ ମଦନ ଶର୍ମା ଉଦ୍ଧବ ଠାକରେଙ୍କ ଏକ କାର୍ଟନକୁ ସୋଶାଲ ମିଡିଆରେ ଶେୟାର କରିଥିଲେ। ପରେ ଶିବସେନା କର୍ମୀ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଦନ ଶର୍ମା ଥାନାରେ ଅଭିଯୋଗ କରିବା ପରେ ଶିବସେନାର ଛଅ କର୍ମୀ ଗିରଫ ହୋଇଥିଲେ। ପରେ ଥାନାରେ ୧୦ ମିନିଟରେ ଜାମିନ୍ ପାଇଥିଲେ। ଯାହାକୁ ନେଇ ମୁମ୍ୱାଇ ପୁୁଲିସର କାର୍ଯ୍ୟଶୈଳୀକୁ ବିରୋଧ କରିଥିଲେ ମଦନ ଶର୍ମା। ଏମିତିକି ବିଜେପି ମଧ୍ୟ ମଦନ ଶର୍ମାଙ୍କ ସମର୍ଥନରେ ବାହାରି ଉଦ୍ଧବ ସରକାର ଏବଂ ମୁମ୍ୱାଇ ପୁଲିସ ବିରୋଧରେ ଧାରଣା ଦେଇଥିଲେ।

ରାଜ୍ୟପାଳଙ୍କୁ ଭେଟିବା ପରେ ମଦନ ଶର୍ମା କହିଛନ୍ତି, ମୁଁ ରାଜ୍ୟପାଳଙ୍କୁ ସ୍ମାରପକ ପତ୍ର ପ୍ରଦାନ କରିଛି। ଯେଉଁଥିରେ ମହାରାଷ୍ଟ୍ର ସରକାରକୁ ବରଖାସ୍ତ କରିବା ସହିତ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଛି। ଏଥିସହ ଏବେଠୁ ବିଜେପି ଏବଂ ଆରଏସଏସକୁ ସମର୍ଥନ କରିବି ବୋଲି ମଦନ ଶର୍ମା କହିଛନ୍ତି।

ଆକ୍ରମଣର ଶିକାର ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ନିବେଦନ କରିଥିଲେ ୬୨ ବର୍ଷୀୟ ଏହି ଅବସରପ୍ରାପ୍ତ ନୌସେନା ଅଧିକାରୀ।

ଏହାପୂର୍ବରୁ ଶନିବାର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ମଦନ ଶର୍ମାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫୋନ୍ କରିଥିଲେ। ଏପରି ଘଟଣାକୁ ନିନ୍ଦା କରିବା ସହିତ ମଦନ ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ରାଜନାଥ ସିଂହ।

Related story