ଅଡ଼ିଓ କ୍ଲିପ ଅରିଜିନାଲ, କେନ୍ଦ୍ରମନ୍ତ୍ରୀ ଭଏସ ଟେଷ୍ଟ ଦିଅନ୍ତୁ କହିଲେ ଗେହଲଟ

ଜୟପୁର: ରାଜସ୍ଥାନ ସରକାର ଭାଙ୍ଗିବା ପାଇଁ ହୋଇଥିବା ଷଡ଼ଯନ୍ତ୍ରର ଅଡିଓ କ୍ଲିପ୍ ଅରିଜିନାଲ୍। ଆବଶ୍ୟକ ପଡ଼ିଲେ ଅଡିଓ କ୍ଲିପକୁ ବାହାର ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଉ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ନା ନନେଇ ଭଏସ ପରୀକ୍ଷା କରିବାକୁ ଗେହଲଟ ପରୋକ୍ଷରେ ଆହ୍ୱାନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଗେହଲଟ କହିଛନ୍ତି, “ଯଦି ସେମାନେ (ଶେଖାଓ୍ୱତ) ଅଡିଓ କ୍ଲିପକୁ ବିଶ୍ୱାସକୁ ନେଉ ନାହାନ୍ତି ତା’ହେଲେ ରାଜସ୍ଥାନ ସରକାର ସଂପୃକ୍ତ […]

ashok gehlot

Subhransu Sekhar
  • Published: Thursday, 23 July 2020
  • , Updated: 24 July 2020, 01:22 AM IST

ଜୟପୁର: ରାଜସ୍ଥାନ ସରକାର ଭାଙ୍ଗିବା ପାଇଁ ହୋଇଥିବା ଷଡ଼ଯନ୍ତ୍ରର ଅଡିଓ କ୍ଲିପ୍ ଅରିଜିନାଲ୍। ଆବଶ୍ୟକ ପଡ଼ିଲେ ଅଡିଓ କ୍ଲିପକୁ ବାହାର ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଉ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ନା ନନେଇ ଭଏସ ପରୀକ୍ଷା କରିବାକୁ ଗେହଲଟ ପରୋକ୍ଷରେ ଆହ୍ୱାନ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଗେହଲଟ କହିଛନ୍ତି, “ଯଦି ସେମାନେ (ଶେଖାଓ୍ୱତ) ଅଡିଓ କ୍ଲିପକୁ ବିଶ୍ୱାସକୁ ନେଉ ନାହାନ୍ତି ତା’ହେଲେ ରାଜସ୍ଥାନ ସରକାର ସଂପୃକ୍ତ ଅଡିଓ କ୍ଲିପକୁ ଆମେରିକାର ଏଫଏସଏଲ ଏଜେନ୍ସିକୁ ପଠାଇ ପଠାଇ ପାରିବେ। ସେ (ଶେଖାଓ୍ୱତ) ଆଗକୁ ଆସି ତଦନ୍ତର ସାମ୍ନା କରିବା ଉଚିତ। ଏମିତିକି ସେ ତାଙ୍କର ଭଏସ ଟେଷ୍ଟ କରାଇବା ଦରକାର। ସମସ୍ତେ କେନ୍ଦ୍ରମନ୍ତ୍ରୀଙ୍କ ଭଏସ ଜାଣିପାରିବେ”।

https://twitter.com/ashokgehlot51/status/1286281113439068161

ଗତକାଲି ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରାଜସ୍ଥାନ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦଙ୍କ ସଂପୃକ୍ତି ଥିବା ଗେହଲଟ କହିଥିଲେ। ଏହି ଚିଠି ଲେଖିବା ପଛର କାରଣ କହିବାକୁ ଯାଇ ଗେହଲଟ ଗୁରୁବାର କହିଛନ୍ତି, ଗଣତନ୍ତ୍ର ସରକାର ପାଇଁ ଏଭଳି ଚିଠି ଲେଖି କହିଛି। ଯଦି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ ନଥାନ୍ତି ତା’ହେଲେ ହୁଏତ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ କହିପାରିଥାନ୍ତେ ତାଙ୍କୁ  କାହିଁକି ଅବଗତ କରାଯାଇ ନଥିଲା।

ସୂଚନାଯୋଗ୍ୟ, କଂଗ୍ରେସ ଏବେ ରାଜ୍ୟରେ ବିଜେପି ଏବଂ ସଚିନ ପାଇଲଟଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଲଢ଼ୁଛି। ସଚିନ ପାଇଲଟଙ୍କ ସହିତ ମାମଲା ଏବେ କୋର୍ଟରେ ପହଞ୍ଚିଛି। ସେହିପରି ବିଜେପି ମାମଲାରେ ଅଡିଓ କ୍ଲିପକୁ ନେଇ କେନ୍ଦ୍ରମନ୍ତ୍ରୀ ଶେଖାଓ୍ୱତଙ୍କୁ ଘେରିଛି ଶାସକ ଦଳ କଂଗ୍ରେସ। ରାଜସ୍ଥାନ ପୁଲିସର ଏସଓଜି ଅଡିଓ କ୍ଲିପ ମାମଲାରେ ଶେଖାଓ୍ୱତଙ୍କୁ ନୋଟିସ୍ କରିଛି। ତେଣେ ଅଡିଓ କ୍ଲିପ କେଉଁଠୁ ଆସିଲା ବୋଲି ବିଜେପି ପ୍ରଶ୍ନ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଚିଠି ଲେଖି ସିବିଆଇ ତଦନ୍ତ ଦାବି କରିଛି।

Related story