ଅଗଷ୍ଟ ୭ରେ ପାଳନ ହେବ ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଜାତୀୟ ହସ୍ତତନ୍ତ ଦିବସ ଭାବେ ଅଗଷ୍ଟ ୭କୁ ଜାତୀୟ ସ୍ତରରେ ପାଳନ କରାଯିବ। ଏ ସଂକ୍ରାନ୍ତରେ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତାବ ଓ ଅନୁରୋଧ ପାଇଲା ପରେ କେନ୍ଦ୍ର ସରକାର ପ୍ରତିବର୍ଷ ଏହି ଦିନକୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରିବାକୁ ସ୍ଥିର କରିଛନ୍ତି। ଚଳିତବର୍ଷ ଠାରୁ ଏହା ସାରା ଦେଶରେ ପାଳନ କରାଯିବ। ଆସନ୍ତା ୭ ତାରିଖ ଦିନ ଚେନ୍ନାଇ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ […]

handloom

Rakesh Mallick
  • Published: Sunday, 02 August 2015
  • , Updated: 02 August 2015, 03:48 PM IST

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଜାତୀୟ ହସ୍ତତନ୍ତ ଦିବସ ଭାବେ ଅଗଷ୍ଟ ୭କୁ ଜାତୀୟ ସ୍ତରରେ ପାଳନ କରାଯିବ। ଏ ସଂକ୍ରାନ୍ତରେ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତାବ ଓ ଅନୁରୋଧ ପାଇଲା ପରେ କେନ୍ଦ୍ର ସରକାର ପ୍ରତିବର୍ଷ ଏହି ଦିନକୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରିବାକୁ ସ୍ଥିର କରିଛନ୍ତି। ଚଳିତବର୍ଷ ଠାରୁ ଏହା ସାରା ଦେଶରେ ପାଳନ କରାଯିବ। ଆସନ୍ତା ୭ ତାରିଖ ଦିନ ଚେନ୍ନାଇ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ  ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ। ଏହି ଅବସରରେ ୨୦୧୨, ୨୦୧୩ ଏବଂ ୨୦୧୪ ବର୍ଷ ପାଇଁ ସନ୍ଥ କବୀର ପୁରସ୍କାର ଓ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଏହି ଅବସରରେ ଉତ୍ତମ ଗୁଣାତ୍ମକ ମାନଯୁକ୍ତ ହସ୍ତତନ୍ତ ଉତ୍ପାଦନର ବିକ୍ରୟ ଓ ବିତରଣ ସକାଶେ ଇଣ୍ଡିଆ ହେଣ୍ଡଲୁମ ଗୁଡ୍ସ ବ୍ରାଣ୍ଡର ଶୁଭାରମ୍ଭ କରାଯିବ। ଏହା ଦ୍ୱାରା ହସ୍ତତନ୍ତ କାରିଗରମାନଙ୍କର ରୋଜଗାର ବୃଦ୍ଧିପାଇବ ଓ ସେମାନେ ସମ୍ମାନର ସହ ଜୀବନଜୀବିକା ନିର୍ବାହ କରିପାରିବେ। ସୂଚନାଯୋଗ୍ୟ ଦେଶରେ ଏବେ ପ୍ରାୟ ୪୩ ଲକ୍ଷରୁ ଅଧିକ ଲୋକ ହସ୍ତତନ୍ତ ଶିଳ୍ପ ଓ ଏଥିସହ ସଂଶ୍ଳିଷ୍ଟ ଶିଳ୍ପରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଗାଁରେ ଥିବା ମହିଳା ଏବଂ ବିପିଏଲ ପରିବାରର । ହସ୍ତତନ୍ତ ଶିଳ୍ପ ଭାରତୀୟ ପରମ୍ପରା ଓ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ସବୁ ରାଜ୍ୟ ସରକାରମାନଙ୍କୁ ଏହି ଜାତୀୟ ଦିବସ ପାଳନ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି କରିବା ସକାଶେ ପରାମର୍ଶ ଦିଆଯାଇଛି। ସମାଜର ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରିବା ଲାଗି କୁହାଯାଇଛି।

Related story