ବିବାହ ନିମନ୍ତେ ଡେରିରେ ପହଞ୍ଚିଲେ କନ୍ୟା, ତଥାପି ତାଳି ମାରି କରାଗଲା ସ୍ୱାଗତ

ଔରଙ୍ଗାବାଦ: ବିବାହ ବେଦୀ ସଜା ସରିଥିଲା। ବର ବି ରୋଷଣୀ କରି ବରଯାତ୍ରୀଙ୍କ ସହ ନାଚଗୀତରେ ମସଗୁଲ ହୋଇ ସମୟ ପୂର୍ବରୁ ପହଞ୍ଚି ସାରିଥିଲେ। ପୂଜକ ବି ମନ୍ତ୍ରପାଠ କରି ବିବାହ ସମ୍ପନ୍ନ କରିବାକୁ ତତ୍ପର। ହେଲେ କନ୍ୟାର ଦେଖା ମିଳିଲା ନାହିଁ । ଏହାସତ୍ତ୍ୱେ ବର ପକ୍ଷ ମଧ୍ୟରେ କୌଣସି ଅସନ୍ତୋଷର ଚିହ୍ନ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଅପେକ୍ଷାର  ଦୀର୍ଘ ସମୟ ପରେ ଫେରିଲା କନ୍ୟା। ସମସ୍ତେ ତାଳି ମାରି ତାଙ୍କ ସ୍ୱାଗତ […]

mrg-pht...

mrg-pht...

Niharika Rout
  • Published: Thursday, 14 March 2019
  • Updated: 14 March 2019, 09:09 AM IST

Sports

Latest News

ଔରଙ୍ଗାବାଦ: ବିବାହ ବେଦୀ ସଜା ସରିଥିଲା। ବର ବି ରୋଷଣୀ କରି ବରଯାତ୍ରୀଙ୍କ ସହ ନାଚଗୀତରେ ମସଗୁଲ ହୋଇ ସମୟ ପୂର୍ବରୁ ପହଞ୍ଚି ସାରିଥିଲେ। ପୂଜକ ବି ମନ୍ତ୍ରପାଠ କରି ବିବାହ ସମ୍ପନ୍ନ କରିବାକୁ ତତ୍ପର। ହେଲେ କନ୍ୟାର ଦେଖା ମିଳିଲା ନାହିଁ ।

ଏହାସତ୍ତ୍ୱେ ବର ପକ୍ଷ ମଧ୍ୟରେ କୌଣସି ଅସନ୍ତୋଷର ଚିହ୍ନ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଅପେକ୍ଷାର  ଦୀର୍ଘ ସମୟ ପରେ ଫେରିଲା କନ୍ୟା। ସମସ୍ତେ ତାଳି ମାରି ତାଙ୍କ ସ୍ୱାଗତ କଲେ। ଶେଷରେ ପଡିଲା ହାତଗଣ୍ଠି। ଆଉ ନୂଆ ଜୀବନ ଆରମ୍ଭ କରିବାକୁ ସ୍ୱାମୀଙ୍କ ସହ ଯୁବତୀଜଣକ ଗଲେ ଶାଶୁ ଘର।

ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ଔରଙ୍ଗାବାଦରେ। ଆଉ ଯୁବତୀଜଣକଙ୍କର ବିବାହ ବେଦୀରେ ପହଞ୍ଚିବାରେ ବିଳମ୍ୱ ପଛର କାରଣ ହେଲା ତାଙ୍କ ପରୀକ୍ଷା। ବିବାହ ଦିନ ହିଁ ଯୁବତୀଙ୍କର ଅର୍ଥଶାସ୍ତ୍ର ପରୀକ୍ଷା ଥିବାରୁ ତାହାକୁ ସେ ହାତ ଛଡା କରିବାକୁ ଚାହିଁ ନ ଥିଲେ। ଆଉ ଯୁବତୀଙ୍କ ଏହି ନିଷ୍ପତ୍ତିକୁ ବରପକ୍ଷ ମଧ୍ୟ  ଜଣାଇଥିଲେ ସମ୍ପୂର୍ଣ୍ଣ ସମର୍ଥନ।

ଯୁବତୀଜଣକ ଏକ ଗରୀବ ପରିବାରରୁ ଆସିଥିବା ବେଳେ ପିଲାବେଳୁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହାସତ୍ତ୍ୱେ ବହୁ କଷ୍ଟ ସ୍ୱୀକାର କରି ସେ ପାଠ ପଢିଥିଲେ। ଜୀବନ ଆରମ୍ଭରୁ ବହୁ କଷ୍ଟ ଦେଖିଥିବା ଯୁବତୀଜଣକ କୌଣସି ପରିସ୍ଥିତିରେ ବି ପାଠ ପଢା ଛାଡ଼ିବାକୁ ଚାହୁଁ ନ ଥିଲେ।

୨୦ ବର୍ଷୀୟା ଏହି ଯୁବତୀଙ୍କର ଏକ ସାମୂହିକ ବିବାହ ଉତ୍ସବରେ ବିବାହ ହେବା ନିମନ୍ତେ ସ୍ଥିର ହୋଇଥିଲା।  ହେଲେ ନିଜ ବିବାହ ପୂର୍ବରୁ ଯୁବତୀଜଣକ ସର୍ତ୍ତ ରଖିଥିଲେ ଯେ, ବିବାହ ତାରିଖ ଓ ପରୀକ୍ଷା ତାରିଖ ଯେପରି ଅଲଗା ଅଲଗା ରୁହେ। ହେଲେ ତାହା ସମ୍ଭବ ହୋଇ ପାରି ନ ଥିଲା। । ପାଠ ପଢା ପ୍ରତି ପ୍ରତିଶ୍ରୁତିବଦ୍ଧତା ଯୋଗୁ ନିଜ ବିବାହ ଦିନ ମଧ୍ୟ ପରୀକ୍ଷା ଦେବାକୁ ଯାଇଥିଲେ ଯୁବତୀଜଣକ।

ପରୀକ୍ଷା ସରିବା ପରେ ସିଧାସଳଖ ବିବାହ ସ୍ଥଳରେ ପହଞ୍ଚିଥିଲେ। ଆଉ ସେଠାରେ ଉପସ୍ଥିତ ଲୋକେ ତାଳି ମାରି ତାଙ୍କ ସ୍ୱାଗତ କରିଥିଲେ। ଏହାପରେ ମନ୍ତ୍ରପାଠ, ହାତଗଣ୍ଠିରେ ସରିଥିଲା ବିବାହ ଉତ୍ସବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story