ପାଟନା: ବିହାରର ପ୍ରସିଦ୍ଧ ତୀର୍ଥସ୍ଥାନ ବୋଧଗୟାଠାରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଷ୍ଟ୍ରେଲୀୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ର ପ୍ରାଥମିକ ତଦନ୍ତ କହୁଛି ଏହା ଏକ ଆତ୍ମହତ୍ୟା। ତାଙ୍କ ମୃତଦେହ ନିକଟରୁ ମିଳିଥିବା ନୋଟ୍ରୁ ଜଣାପଡ଼ିଛି ସେ ଅଷ୍ଟ୍ରେଲୀୟ ଏବଂ ତାଙ୍କ ନାମ ଜନ୍ ଜେମ୍ସ ଆଲନ୍ ହେଲ୍ଥ। କିଛି ସ୍ଥାନୀୟ ଲୋକ ସେ ବାଟ ଦେଇ ଯାଉଥିବା ସମୟରେ ଏହି ମୃତଦେହ ଦେଖିବାକୁ ପାଇଥିଲେ।
ଏହି ନୋଟ୍ରେ ଏକ ଫୋନ୍ ନମ୍ବର ମଧ୍ୟ ଅଛି। ଏବଂ ତାଙ୍କ ଭଉଣୀଙ୍କୁ ଏହି ଆତ୍ମହତ୍ୟା ବାବଦରେ ଜଣାଇଦେବାକୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଯିବା ସହିତ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି ବୋଲି ଗୟା ଏସ୍ପି ଅନୀଲ କୁମାର ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବାଂଲାଦେଶ ଓ ପାକିସ୍ତାନରେ ବଢ଼ି ଚାଲିଛି ହିନ୍ଦୁ ବିରୋଧୀ ହିଂସା, ତଥ୍ୟ ଦେଲେ ସରକାର
୨୦୨୪ ବର୍ଷରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାର ସଂଖ୍ୟା ୨୨୦୦ ରହିଛି। ବିଶେଷ କରି ଶେଖ ହସିନାଙ୍କ ଆବାମୀ ଲିଗ ସରକାର ଭୁଶୁଡ଼ିବା ପରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ବଢ଼ିଛି।
Miscellaneous
ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହେଲାନି ସହମତି; ଛୁଆର ନାଁ ଦେଲେ କୋର୍ଟ
ଛୁଆର ନାଁ ଦେବାକୁ ନେଇ ବିବାଦ ପରେ ଛାଡ଼ପତ୍ର ପାଇଁ କୋର୍ଟ ଯାଏଁ ଗଲେ ଦମ୍ପତ୍ତି। ଶେଷରେ ୩ ବର୍ଷର ଶିଶୁର ନାମକରଣ କରି ବିବାଦ ସମାଧାନ କଲେ କୋର୍ଟ।
National
ଶୀତ ଅଧିବେଶନ ଶେଷ: ହଟ୍ଟଗୋଳ ଯୋଗୁ ଲୋକସଭାର ୬୫ ଘଣ୍ଟା ନଷ୍ଟ
ଡିସେମ୍ବର ୧୯ରେ ସଂସଦ ପରିସରରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହାକୁ ନେଇ ଆଜି ଉଭୟ ପକ୍ଷ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରାଯାଇଛି।
National
ଫର୍ମୁଲା ଇ ରେସ୍ ଦୁର୍ନୀତି: କେଟିଆରଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
୩୦ ତାରିଖ ଯାଏଁ କେଟିଆରଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ। ଦୁର୍ନୀତି ମାମଲାରେ ତଦନ୍ତ ଜାରି ରଖିବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ।
National
ପରିତ୍ୟକ୍ତ ଇନୋଭାରୁ ମିଳିଲା ୫୨ କେଜି ସୁନା ଓ ନଗଦ ୧୦ କୋଟି ଟଙ୍କା
ନାଟକୀୟ ଢଙ୍ଗରେ ଜବତ ହୋଇଛି ୫୨ କେଜି ଓଜନର ସୁନା ବିସ୍କୁଟ ଓ ନଗଦ ୧୦ କୋଟି ଟଙ୍କା।