ଲାଇଭ ଶୋ’ରେ ନିଜ ବହି ଖାଇଲେ ଲେଖକ: କ’ଣ ହେଲା କି ?

Ordigital Desk
  • Published: Sunday, 11 June 2017
  • , Updated: 11 June 2017, 10:32 PM IST
<p>ନୂଆଦିଲ୍ଲୀ: ନିଜେ&nbsp; ଲେଖିଥିବା ବହିକୁ ଖାଇଲେ ଲେଖକ। ଲାଇଭ ଟିଭି ଶୋ&rsquo;ରେ ଚାଲିଲା ଏହି ଦୃଶ୍ୟ। ଏହାକୁ ନେଇ ଖୁବ୍&zwnj; ଚର୍ଚ୍ଚା । ବ୍ରିଟିସ ଲେଖକ ତଥା &lsquo;ବ୍ରେକ୍&zwnj;ଜିଟ୍&zwnj;: ହ୍ୱାଇ ବ୍ରିଟେନ୍&zwnj; ଭୋଟେଡ୍&zwnj; ଟୁ ଲିଭ୍&zwnj; ଇୟୁରୋପିଆନ୍&zwnj; ୟୁନିଅନ୍&zwnj;&rsquo; ବହିର ଅଥର ମାଥ୍ୟୁ ଗୁଡୁଉଇନ୍&zwnj; ନିଜ ବହିକୁ ଚିରି ଖାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ &nbsp;ବ୍ରିଟେନରେ ଚଳିତ ନିର୍ବାଚନ ପୂର୍ବରୁ ମାଥ୍ୟୁ ଗୁଡୁଉଇନ୍&zwnj; ଏକ ସର୍ତ୍ତ ରଖିଥିଲେ। କହିଥିଲେ ଯଦି ଏହି ନିର୍ବାଚନରେ ଜେରିମି କୋର୍ବିଆନ୍ସଙ୍କ ଲେବର ପାର୍ଟି ୩୮ ପ୍ରତିଶତରୁ ଅଧିକ ଭୋଟ ପାଏ ତେବେ ସେ ଲେଖିଥିବା ବହିକୁ ସର୍ବସମ୍ମୁଖରେ ଚିରି ଖାଇବେ। ଲେବର ପାର୍ଟି ୫ ପ୍ରତିଶତ କମ୍&zwnj; ଭୋଟ ପାଇବ ବୋଲି ସେ ଆକଳନ କରିଥିଲେ।</p> <p>[vc_video link=&quot;&quot; align=&quot;center&quot;]</p> <p>ହେଲେ ଫଳାଫଳ ଆସିବା ପରେ ଲେବର ପାର୍ଟି ୪୦ ପ୍ରତିଶତ ଭୋଟ ପାଇଥିବା ଜଣାପଡ଼ିଥିଲା। ଏହି ଫଳାଫଳ ଆସିବା ପରେ ପ୍ରତିକ୍ରିଆ ରଖି ନିଜ ମତରୁ ସେ ଓହରିବେ ନାହିଁ ବୋଲି ମାଥ୍ୟୁ କହିଥିଲେ। ଏହାକୁ ନେଇ ଟିଭିରେ ସେ ଏକ ସାକ୍ଷାତକାର ଦେଉ ଥିବା ବେଳେ ଲାଇଭ ଶୋ&rsquo;ରେ ନିଜ ବହି(&lsquo;ବ୍ରେକଜିଟ୍&zwnj;: ହ୍ୱାଇ ବ୍ରିଟେନ୍&zwnj; ଭୋଟେଡ୍&zwnj; ଟୁ ଲିଭ୍&zwnj; ଇୟୁରୋପିଆନ୍&zwnj; ୟୁନିଅନ୍&zwnj;&rsquo;)କୁ ଖାଇଥିଲେ।&nbsp; ଯାହାକୁ ନେଇ ବ୍ରିଟେନ୍&zwnj;ରେ ଜୋରଦାର ଚର୍ଚ୍ଚା ହୋଇଛି। ୨୭୨ ପୃଷ୍ଠା ସମ୍ବଳିତ ବହିଟିକୁ&nbsp; ମାଥ୍ୟୁ ନିଜେ&nbsp; ଲେଖିଥିଲେ।</p>

Related story