ନଭେମ୍ବର ୧୭ ସୁଦ୍ଧା ଆସିପାରେ ଅଯୋଧ୍ୟା ରାୟ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଆଜି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଏହି ମାମଲାରେ ଜଡ଼ିତ ଥିବା ହିନ୍ଦୁ ଓ ମୁସଲିମ ପକ୍ଷଙ୍କୁ ଅକ୍ଟୋବର ୧୮ ପରେ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ଆଉ ଗୋଟିଏ ବି ଦିନ ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସ୍ପଷ୍ଟ କରି ଦେଇଛନ୍ତି। ସେହିପରି ଶୁଣାଣି ସରିବାର ମାସକ ମଧ୍ୟରେ ଅର୍ଥାତ ନଭେମ୍ବର ୧୭ ସୁଦ୍ଧା ଯଦି କୋର୍ଟ ଅଯୋଧ୍ୟା ମାମଲାରେ […]

ws

Hemant Lenka
  • Published: Friday, 27 September 2019
  • , Updated: 27 September 2019, 04:16 PM IST

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଆଜି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଏହି ମାମଲାରେ ଜଡ଼ିତ ଥିବା ହିନ୍ଦୁ ଓ ମୁସଲିମ ପକ୍ଷଙ୍କୁ ଅକ୍ଟୋବର ୧୮ ପରେ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ଆଉ ଗୋଟିଏ ବି ଦିନ ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସ୍ପଷ୍ଟ କରି ଦେଇଛନ୍ତି।

ସେହିପରି ଶୁଣାଣି ସରିବାର ମାସକ ମଧ୍ୟରେ ଅର୍ଥାତ ନଭେମ୍ବର ୧୭ ସୁଦ୍ଧା ଯଦି କୋର୍ଟ ଅଯୋଧ୍ୟା ମାମଲାରେ ନିଜର ଚୂଡ଼ାନ୍ତ ରାୟ ପ୍ରକାଶ କରିପାରିବେ, ତା’ହେଲେ ଏହା ଏକ ଚମତ୍କାର ଘଟଣା ହେବ ବୋଲି ସେ ମତ ଦେଇଛନ୍ତି।

ନଭେମ୍ବର ୧୭ ସୁଦ୍ଧା ଅଯୋଧ୍ୟା ରାୟ ପ୍ରକାଶ କରିବା ପଛରେ ମଧ୍ୟ କାରଣ ରହିଛି। କାରଣ ବର୍ତ୍ତମାନ ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠର ନେତୃତ୍ୱ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନେଉଛନ୍ତି।

ସେ ନଭେମ୍ବର ୧୭ରେ ହିଁ ଅବସର ଗ୍ରହଣ କରିବେ। ତେଣୁ ଏହା ପୂର୍ବରୁ ସେ ଏହି ବହୁ ଚର୍ଚ୍ଚିତ ମାମଲାର ରାୟ ପ୍ରକାଶ କରିବାକୁ ଚାହୁଁଛନ୍ତି। ଏଥିପାଇଁ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍ ଘଟଣାରେ ସବୁ ପକ୍ଷଙ୍କୁ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ସିଜେଆଇ ୧୦ ଦିନର ସମୟ ଦେଇଛନ୍ତି। ଏହି ସମୟ ସୀମା ପରେ କେହି ବି ଆଉ ନିଜର ପକ୍ଷ ରଖି ପାରିବେ ନାହିଁ ବୋଲି ଜଷ୍ଟିସ୍‌ ଗୋଗୋଇ କହିଛନ୍ତି।

Related story