କରୋନା ଔଷଧ ବାହାର କରିଥିବା ଦାବି କରି ସୁପ୍ରିମକୋର୍ଟ ଯାଇଥିଲେ, ଭୋଗିଲେ ଏମିତି ଅବସ୍ଥା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେଇ ପାରୁଥିବା ଔଷଧ ବାହାର କରିଥିବା ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ସୁପ୍ରିମକୋର୍ଟ ଜବରଦସ୍ତ ଝଟକା ଦେଇଛନ୍ତି। ସେ କରୋନା ଔଷଧ ଆୟୁର୍ବେଦର ବ୍ୟବହାର କରି ବାହାର କରିଥିବା ନିଜ ଆବେଦନରେ ଦର୍ଶାଇଥିଲେ। ଏଥିସହ ସମଗ୍ର ଦେଶରେ ଏହାର ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମଧ୍ୟ ଦାବି କରିଥିଲେ। ହେଲେ ସର୍ବୋଚ୍ଚ ଅଦାଲତ ଏହି ଆବେଦକୁ ଖାରଜ କରିଦେଇଛନ୍ତି। ଏଥିସହ ଆବେଦନକାରୀଙ୍କୁ […]

nz

nz

Hemant Lenka
  • Published: Friday, 21 August 2020
  • Updated: 21 August 2020, 02:44 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେଇ ପାରୁଥିବା ଔଷଧ ବାହାର କରିଥିବା ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ସୁପ୍ରିମକୋର୍ଟ ଜବରଦସ୍ତ ଝଟକା ଦେଇଛନ୍ତି। ସେ କରୋନା ଔଷଧ ଆୟୁର୍ବେଦର ବ୍ୟବହାର କରି ବାହାର କରିଥିବା ନିଜ ଆବେଦନରେ ଦର୍ଶାଇଥିଲେ।

ଏଥିସହ ସମଗ୍ର ଦେଶରେ ଏହାର ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମଧ୍ୟ ଦାବି କରିଥିଲେ। ହେଲେ ସର୍ବୋଚ୍ଚ ଅଦାଲତ ଏହି ଆବେଦକୁ ଖାରଜ କରିଦେଇଛନ୍ତି। ଏଥିସହ ଆବେଦନକାରୀଙ୍କୁ ଏଭିଳ ଉଦଭଟ ଆବେଦନ ପାଇଁ ୧୦ ହଜାର ଟଙ୍କାର ଫାଇନ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱରେ ପ୍ରାୟ ୮ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଥିବା କରୋନା ଭାଇରସକୁ ମାତ ଦେବାକୁ ହରିଆଣର ଆୟୁର୍ବେଦିକ ଡାକ୍ତର ଓମ ପ୍ରକାଶ ଭେଦ ଜ୍ଞାତ୍ର ଔଷଧ ବାହାର କରିଥିବା ଦାବି କରିଥିଲେ। ଏହାର ବ୍ୟବହାର ସମସ୍ତ ଡାକ୍ତରଖାନରେ କରାଯିବା ଉଚିତ ବୋଲି ମତ ଦେଇ ସେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାଏର କରିଥିଲେ।

କିନ୍ତୁ ସୁପ୍ରିମକୋର୍ଟ ଆଜି ଓମପ୍ରକାଶଙ୍କ ଆବେଦନ ଖାରଜ କରିଦେଇଛନ୍ତି। ସେହିପରି ଅଯଥା ଜନସ୍ୱାର୍ଥ ମାମଲା ଦାଏର କରି କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ସର୍ବୋଚ୍ଚ ଅଦାଲତ ତାଙ୍କୁ ଫାଇନ ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos