ପାରିବାରିକ ବିବାଦ ପରେ ଆତ୍ମହତ୍ୟା କଲେ ବାବା ଆମତେଙ୍କ ନାତୁଣୀ

ମୁମ୍ବାଇ: ବିଶିଷ୍ଟ ସାମାଜିକ କର୍ମୀ ତଥା ପଦ୍ମ ବିଭୂଷଣ ବାବା ଆମତେଙ୍କ ପାରିବାରିକ ବିବାଦ ଏବେ ତୀବ୍ର ହୋଇଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ଆମତେଙ୍କ ନାତୁଣୀ ଶୀତଲ ଆମତେ କାରଜଗି ଆଜି ମହାରାଷ୍ଟ୍ରର ୱାରୋରାରେ ଆତ୍ମହତ୍ୟା କରିଛନ୍ତି। ୩୯ ବର୍ଷୀୟ ଶୀତଲ ହେଉଛନ୍ତି ଜଣେ ଡାକ୍ତର। ସେ ବାବା ଆମତେଙ୍କ ଦ୍ୱାରା ପ୍ରତିଷ୍ଠିତ ସାମାଜିକ ସଂଗଠନ ମହାରୋଗୀ ସେବା ସମିତି(ଏମଏସଏସ)ର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଏହି ସଂଗଠନକୁ ଚଳାଇବାକୁ ନେଇ ଶୀତଲ ଓ […]

u

Hemant Lenka
  • Published: Monday, 30 November 2020
  • , Updated: 30 November 2020, 06:59 PM IST

ମୁମ୍ବାଇ: ବିଶିଷ୍ଟ ସାମାଜିକ କର୍ମୀ ତଥା ପଦ୍ମ ବିଭୂଷଣ ବାବା ଆମତେଙ୍କ ପାରିବାରିକ ବିବାଦ ଏବେ ତୀବ୍ର ହୋଇଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ଆମତେଙ୍କ ନାତୁଣୀ ଶୀତଲ ଆମତେ କାରଜଗି ଆଜି ମହାରାଷ୍ଟ୍ରର ୱାରୋରାରେ ଆତ୍ମହତ୍ୟା କରିଛନ୍ତି। ୩୯ ବର୍ଷୀୟ ଶୀତଲ ହେଉଛନ୍ତି ଜଣେ ଡାକ୍ତର।

ସେ ବାବା ଆମତେଙ୍କ ଦ୍ୱାରା ପ୍ରତିଷ୍ଠିତ ସାମାଜିକ ସଂଗଠନ ମହାରୋଗୀ ସେବା ସମିତି(ଏମଏସଏସ)ର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଏହି ସଂଗଠନକୁ ଚଳାଇବାକୁ ନେଇ ଶୀତଲ ଓ ତାଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ବିବାଦ ସୃଷ୍ଟି ହୋଇଥିଲା। ତେବେ ସୋମବାର ମହାରାରାଷ୍ଟ୍ରର ଚନ୍ଦ୍ରାପୁର ଜିଲ୍ଲାର ଆନନ୍ଦୱାନ ବାସଭବନରୁ ଶୀତଲଙ୍କ ମୃତଦେହ ମିଳିଛି।

ପୁଲିସ୍ ମୃତ୍ୟୁର କାରଣ କହି ନଥିଲେ ହେଁ ସ୍ଥାନୀୟ ରିପୋର୍ଟ ଅନୁଯାୟୀ ସେ ବିଷାକ୍ତ ଡୋଜ୍‌ର ଇଞ୍ଜେକସନ ନେଇ ଜୀବନ ହାରିଥିବା ଜଣାପଡ଼ିଛି। ଏବେ ପୁଲିସ୍‌ ମୃତଦେହକୁ ଜବତ କରି ଏହାର ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ନାଗପୁରରୁ ଗୋଟିଏ ଫରେନ୍ସିକ ଟିମ ତାଙ୍କ ବାସଭବନରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ମୃତ୍ୟୁର ସପ୍ତାହେ ପୂର୍ବରୁ ଶୀତଲ ଫେସବୁକରେ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ମହାରୋଗୀ ସେବା ସମିତିର ମ୍ୟାନେଜମେଣ୍ଟରେ କେଉଁଭଳି ଅନିୟମିତତା କରାଯାଇଛି, ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସେ ଏଥିରେ ଟ୍ରଷ୍ଟି ଥିବା ତାଙ୍କ ପରିବାର ଲୋକ ଓ ଅନ୍ୟମାନଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଥିଲେ।

ତେବେ ଭିଡିଓ ପୋଷ୍ଟର ଦୁଇ ଘଣ୍ଟା ମଧ୍ୟରେ ଏହାକୁ ଶୀତଲ ହଟାଇ ଦେଇଥିଲେ। ସେହିପରି ଶୀତଲ ଆଣିଥିବା ସମସ୍ତ ଅଭିଯୋଗକୁ ପରିବାର ଲୋକ ଖଣ୍ଡନ କରିଥିଲେ। ଏଥିସହ ସେମାନେ କହିଥିଲେ ଯେ ଶୀତଲ ଦୀର୍ଘ ଦିନ ହେଲାଣି ଡିପ୍ରେସନରେ ରହିଛନ୍ତି। ତେଣୁ ସେ କ’ଣ କହୁଛନ୍ତି ଓ କରୁଛନ୍ତି ସେକଥା ସେ ମଧ୍ୟ ଜାଣି ନାହାନ୍ତି।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଶୀତଲ ନିଜ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ପେଣ୍ଟିଂର ଫଟୋ ପୋଷ୍ଟ କରିଥିଲେ। ଏଥିରେ ବିଭିନ୍ନ ପ୍ରକାରର ରଙ୍ଗ ରହିଛି। ସେ ଏହାର କ୍ୟାପନସନ ରଖିଥିଲେ “ୱାର ଆଣ୍ଡ ପିସ୍‌।”

ସୂଚନାଯୋଗ୍ୟ, ପ୍ରଖ୍ୟାତ ସାମାଜିକ କର୍ମୀ ବାବା ଆମତେ ନିଜର ନିଚ୍ଛବ ସେବା ପାଇଁ ମଡର୍ଣ୍ଣ ଗାନ୍ଧି ନାଁରେ ପରିଚିତ ଥିଲେ। ସେ ସର୍ବଦା ଲେପ୍ରୋସି ଦ୍ୱାରା ଆକ୍ରାନ୍ତଙ୍କୁ ଥଇଥାନ କରିବା ଓ ସେମାନଙ୍କୁ ସଶକ୍ତୀକରଣ କରିବା ଦିଗରେ କାର୍ଯ୍ୟ କରୁଥିଲେ। ୨୦୦୮ରେ ତାଙ୍କର ଦେହାନ୍ତ ହୋଇଥିଲା।

Related story