ରଖେ ହରି ମାରେ କିଏ: ଦଶତାଲା ଉପରୁ ଖସି ପଡ଼ିଥିବା ଶିଶୁ ବି ବଞ୍ଚିଗଲା
Ordigital Desk
• Published: Wednesday, 14 June 2017
• , Updated: 14 June 2017, 08:37 PM IST
[vc_video link="" align="center"]
ମୃତ୍ୟୁମୁଖରୁ ଶିଶୁଟି ବର୍ତ୍ତି ଯାଇଥିଲା।  ଜଣେ ମହିଳା ଏହି ଘଟଣାକୁ ନିଜ ଆଖିରେ ଦେଖିଥିବା ‘ଦି ଟେଲିଗ୍ରାଫ’କୁ କହିଛନ୍ତି। ସମ୍ପୃକ୍ତ ମହିଳା ଜଣକ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଶୁଣିଲେ ଦେହ ଥରି ଉଠିବ । ସମିରା ଲାମରାନୀ ନାମ୍ନୀ ଏହି ମହିଳାଙ୍କ କହିବା ଅନୁଯାୟୀ, ଉକ୍ତ ଟାୱାରଟି ଅଗ୍ନିକାଣ୍ଡ ଯୋଗୁ ହୁତୁ ହୁତୁ ହୋଇ ଜଳିଥିଲା।  ଜୀବନ ରକ୍ଷା ପାଇଁ ପ୍ରାଣବିକଳରେ ସମସ୍ତେ ଇତଃସ୍ତତ ହୋଇ ଧାଇଁବା ଆରମ୍ଭ କରିଥିଲେ। ନିଆଁର ଗ୍ରାସରୁ ବର୍ତ୍ତିବା ପାଇଁ ଅସହାୟ ଅବସ୍ଥାରେ ଜଣେ ମହିଳା ଶିଶୁକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଟାୱାର ତଳେ ରୁଣ୍ଡ ହୋଇଥିବା ଲୋକଙ୍କ ନଜର ପଡ଼ିଥିଲା ସେହି ଭୟଙ୍କର ଦୃଶ୍ୟ ଉପରେ।  ତଳେ ଲୋକ ଥିବା ଦେଖି ମହିଳା ଜଣକ ନିରୁପାୟ ହୋଇ ଶିଶୁଟିକୁ ଝରକା ଦେଇ ଖସାଇ ଦେଇଥିଲେ। ସମ୍ଭବତଃ ୯ମ କିମ୍ବା ୧୦ମ ତାଲାରୁ ଶିଶୁଟି ଖସିଥିବା ମହିଳା ଜଣକ କହିଛନ୍ତି। ତେବେ ଶିଶୁଟି ତଳେ ପଡ଼ିବା ପୂର୍ବରୁ କେହିଜଣେ ଭଦ୍ରବ୍ୟକ୍ତି ଆଗକୁ ଆସି ତାକୁ ଧରିନେଇଥିଲେ । ଆଉ ଶିଶୁଟି ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲା।
କେବଳ ଏହି ଗୋଟିଏ ଘଟଣା ନୁହେଁ, ୬ଷ୍ଠ ତାଲାରୁ ମଧ୍ୟ କେହିଜଣେ ମହିଳା ତା’ର ୫ ବର୍ଷ  ପୁଅକୁ ବଞ୍ଚାଇବା ପାଇଁ ଖସାଇ ଦେଇଥିବା ପଡ଼ୋଶୀ ଜାରା ନାମ୍ନୀ ମହିଳା କହିଛନ୍ତି। ହେଲେ ପିଲାଟି ବଞ୍ଚିଛି କି ନାହିଁ ତାଙ୍କ ପାଖରେ ସେ ଖବର ନାହିଁ।
(ସୌଜନ୍ୟ ଦି ଟେଲିଗ୍ରାଫ)
Related story