ଭାବବିହ୍ୱଳ କରିଥିଲା ଶ୍ରୀଦେବୀଙ୍କ ଏହି ସବୁ ଧାର୍ମିକ ଚରିତ୍ର, କେତେବେଳେ ‘କୃଷ୍ଣ’ ତ କେତେବେଳେ ‘ମୁରୁଗନ୍‌’

Ordigital Desk
  • Published: Sunday, 25 February 2018
  • , Updated: 25 February 2018, 05:01 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବଲିଉଡ୍&zwnj; ଚଳଚ୍ଚିତ୍ରର କିମ୍ବଦନ୍ତୀ ନାୟିକା ଶ୍ରୀଦେବୀଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ସାରା ଦେଶ। ନିଜ ନିଖୁଣ ଅଭିନୟର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିବା ଶ୍ରୀଦେବୀଙ୍କୁ ଝୁରୁଛି ସାରା ଦେଶ। ହୱା ହୱାଇ, ନାଗିନ୍&zwnj;, ଚାନ୍ଦିନୀ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଥିଲା ବେସ୍&zwnj; ପ୍ରଶଂସନୀୟ। ହେଲେ ଆପଣ ହୁଏତ ଜାଣି ନ ଥିବେ ସାମଜିକ ଚଳଚ୍ଚିତ୍ର ଅପେକ୍ଷା ଏହି ଅଭିନେତ୍ରୀ ଜଣକ ଅନେକ ଧାର୍ମିକ ଚରିତ୍ରରେ ନଜର ଆସିଛନ୍ତି। ବାଳ କଳାକାର ଭାବେ &lsquo;ତୁନାଇଭନ&rsquo; ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ପରଦାକୁ ଆସିଥିଲେ ଏହି ଅଭିନେତ୍ରୀ । ୧୯୬୯ରେ ଏହି ତାମିଲ ଚଳଚ୍ଚିତ୍ରରେ ଭଗବାନ ମୁରୁଗନ୍&zwnj; ବା କାର୍ତ୍ତିକେୟଙ୍କ ଭୂମିକାରେ ଅଭିନୟ କରି ଅନେକଙ୍କୁ ଭାବ ବିଭୋର କରିଥିଲେ।</p> <p>ଏହାପରେ ପରେ ଆସିଥିଲା ତାଙ୍କର ତେଲଗୁ ଚଳଚ୍ଚିତ୍ର &lsquo;&lsquo;ୟଶୋଧା କ୍ରିଷ୍ଣ&rdquo;। ଏଥରେ ବାଳୁତ କୃଷ୍ଣଙ୍କ ଭୁମିକା ଥିଲା ଅବର୍ଣ୍ଣଆନୀୟ । ତାଙ୍କ ଆବର୍ତ୍ତମାନରେ ଆସନ୍ତୁ ଦେଖିବା ଏହି ସବୁ ଚଳଚ୍ଚିତ୍ରରେ କେମିତି ଥିଲେ ଶ୍ରୀଦେବୀ।</p>

Related story