ଯୋଧପୁରରେ ଅନ୍ତିମ ଥର ପାଇଁ ଉଡ଼ିଲା ‘ବାହାଦୂର’

ନୂଆଦିଲ୍ଲୀ: ୧୯୯୯ ମସିହା କାରଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଏୟାରକ୍ରାଫ୍ଟ ମିଗ୍-୨୭। ଆଜି ଏହି ଲଢ଼ୁଆ ବିମାନ ‘ବାହାଦୂର’ ରାଜସ୍ଥାନ ଯୋଧପୁରରେ ଅନ୍ତିମ ଥର ପାଇଁ ଉଡ଼ାଣ ଭରି ଅବସର ଗ୍ରହଣ କରିଛି। ବିଦାୟ ନେବା ବେଳେ ମିଗ୍-୨୭କୁ ଅନ୍ତିମ ଥର ପାଇଁ ବାୟୁସେନା ତରଫରୁ ସମ୍ମାନ ପ୍ରଦର୍ଶନ କରାଯାଇଛି। ୧୯୮୫ ମସିହାରେ ଏହି ବିମାନ ଭାରତୀୟ ବାୟୁସେନାରେ ସାମିଲ୍ ହୋଇଥିଲା। ଏହି ଲଢୁଆ ବିମାନ ରୁଷ ଦ୍ୱାରା […]

mig 27

Subhransu Sekhar
  • Published: Friday, 27 December 2019
  • , Updated: 27 December 2019, 04:08 PM IST

ନୂଆଦିଲ୍ଲୀ: ୧୯୯୯ ମସିହା କାରଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଏୟାରକ୍ରାଫ୍ଟ ମିଗ୍-୨୭। ଆଜି ଏହି ଲଢ଼ୁଆ ବିମାନ ‘ବାହାଦୂର’ ରାଜସ୍ଥାନ ଯୋଧପୁରରେ ଅନ୍ତିମ ଥର ପାଇଁ ଉଡ଼ାଣ ଭରି ଅବସର ଗ୍ରହଣ କରିଛି। ବିଦାୟ ନେବା ବେଳେ ମିଗ୍-୨୭କୁ ଅନ୍ତିମ ଥର ପାଇଁ ବାୟୁସେନା ତରଫରୁ ସମ୍ମାନ ପ୍ରଦର୍ଶନ କରାଯାଇଛି। ୧୯୮୫ ମସିହାରେ ଏହି ବିମାନ ଭାରତୀୟ ବାୟୁସେନାରେ ସାମିଲ୍ ହୋଇଥିଲା।

ଏହି ଲଢୁଆ ବିମାନ ରୁଷ ଦ୍ୱାରା ବିକଶିତ ହୋଇଥିଲା। ଡିଜାଇନ୍ ଏବଂ ନିର୍ମାଣ ସୋଭିଏତ ସଂଘର ମିକୋୟନା-ଗୁରବିଚ ବ୍ୟୁରୋ କରିଥିଲା। ପରେ ୨୦୦୬ରେ ଭାରତ ଡିଜାଇନ୍ ପାଇଁ ଲାଇସେନ୍ସ ପାଇବା ପରେ ଭାରତରେ ଏହି ବିମାନକୁ ବିକଶିତ କରାଯାଇଥିଲା। ଭାରତରେ ଏହି ବିମାନ ବିକାଶିତ ହେବା ପରେ ଏହାର ନାମ ବାହାଦୂର ଦିଆଯାଇଥିଲା। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍) ପ୍ରାରମ୍ଭିକ ଭାବରେ ୧୬୭ ମିଗ୍-୨୭ ବିମାନ ତିଆରି କରିଥିଲା। ଯେଉଁଥିରୁ ୮୬ଟି ବିମାନ ଅପଗ୍ରେଡ୍ କରିଥିଲା। ଏହି ସବୁ ବିମାନ ୧୯୮୫ରେ ଭାରତୀୟ ବାୟୁସେନାରେ ସାମିଲ୍ ହୋଇଥିଲା।

ଏହି ବିମାନର ବିଶେଷତ୍ୱ ହେଲା ଏଥିରେ ଉଭୟ ଆଗ ଏବଂ ପଛ ବେଗ ବଢ଼ାଇ ହେବ। ବିମାନର ବେଗ କମାଇଲେ ମଧ୍ୟ ଲକ୍ଷ୍ୟ ବିଚ୍ୟୁତି ହେବନି। ମିଗ୍-୨୭ର ଏହି ବିଶେଷତ୍ୱ ପାଇଁ ଭାରତ ଏହି ବିମାନକୁ ରୁଷ ପାଖରୁ କିଣିଥିଲା। ଏହି ବିମାନରେ ଯୁଦ୍ଧାସ୍ତ୍ର କମ୍ପ୍ୟୁଟର ମଧ୍ୟ ରହିଥିଲା। ଏହି କମ୍ପ୍ୟୁଟର ସାହାଯ୍ୟରେ ବିଭିନ୍ନ ଯୁଦ୍ଧାସ୍ତ୍ରକୁ କମାଣ୍ଡ ଜରିଆରେ ଛଡ଼ାଯାଉଥିଲା। ଏକା ସାଙ୍ଗରେ ୪ ହଜାର କିଲୋଗ୍ରାମର ଅସ୍ତ୍ରଶସ୍ତ୍ର ନେବାର କ୍ଷମତା ରହିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, କାରଗିଲ ଯୁଦ୍ଧ ବେଳେ ଏହି ବିମାନ ଦେଶକୁ ଗୌରବାନ୍ୱିତ କରିଥିଲା। ସଠିକ୍ ସମୟ ଓ ସଠିକ୍ ସ୍ଥାନରେ ବୋମା ପକାଇବାରେ ଏହି ବିମାନ ସହଯୋଗ କରିଥିଲା। ‘ପରାକ୍ରମ’ରେ ମଧ୍ୟ ଏହି ବିମାନ ସକ୍ରିୟ ଭୂମିକା ଲିଭାଇଥିଲା। ଭାରତୀୟ ବାୟୁସେନା ପାଖରେ ଥିବା ମୋଟ୍ ମିଗ୍-୨୭ ବିମାନରୁ ୧୦ ପ୍ରତିଶତ ବିମାନ ଦୁର୍ଘଟଣାର ଶିକାର ହୋଇ ନଷ୍ଟ ହୋଇଛି।

Related story