୩୭୦କୁ ନେଇ ମୁହାଁମୁହିଁ ହେବେ ବୈଜୟନ୍ତ-ୟେଚୁରୀ

ନୂଆଦିଲ୍ଲୀ: ବ୍ରିଟେନ୍‌ର ସୁପ୍ରସିଦ୍ଧ ବିତର୍କ ମଞ୍ଚ ଅକ୍ସଫୋର୍ଡ ୟୁନିଅନ୍‌ରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ସିପିଏମ୍‌ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀ ମୁହାଁମୁହିଁ ହେବେ। ଏହି ଦୁଇ ନେତା ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ତତ୍‌ ସମ୍ପର୍କିତ ଅନ୍ୟାନ୍ୟ ଦିଗ ବାବଦରେ ବିତର୍କ କରିବାର ଅଛି। ଏହି ବିତର୍କର ଶୀର୍ଷକ ରହିଛି, “ଦି କ୍ରାଇସିସ୍‌ ଇନ୍‌ କଶ୍ମୀର: ସୁଡ୍‌ ସ୍ପେଶାଲ ଷ୍ଟାଟସ୍‌ ହାଭ୍‌ ବିନ୍‌ ରିଭୋକ୍‌ଡ୍‌” ବା “କଶ୍ମୀରରେ ସଙ୍କଟ: ସ୍ୱତନ୍ତ୍ର ପାହ୍ୟା […]

baijayant-sitaram-yechuri

baijayant-sitaram-yechuri

Subrat Kumar Nayak
  • Published: Tuesday, 29 October 2019
  • Updated: 29 October 2019, 06:41 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନ୍‌ର ସୁପ୍ରସିଦ୍ଧ ବିତର୍କ ମଞ୍ଚ ଅକ୍ସଫୋର୍ଡ ୟୁନିଅନ୍‌ରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ସିପିଏମ୍‌ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀ ମୁହାଁମୁହିଁ ହେବେ। ଏହି ଦୁଇ ନେତା ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ତତ୍‌ ସମ୍ପର୍କିତ ଅନ୍ୟାନ୍ୟ ଦିଗ ବାବଦରେ ବିତର୍କ କରିବାର ଅଛି।

ଏହି ବିତର୍କର ଶୀର୍ଷକ ରହିଛି, “ଦି କ୍ରାଇସିସ୍‌ ଇନ୍‌ କଶ୍ମୀର: ସୁଡ୍‌ ସ୍ପେଶାଲ ଷ୍ଟାଟସ୍‌ ହାଭ୍‌ ବିନ୍‌ ରିଭୋକ୍‌ଡ୍‌” ବା “କଶ୍ମୀରରେ ସଙ୍କଟ: ସ୍ୱତନ୍ତ୍ର ପାହ୍ୟା ଉଠାଯିବା ଉଚିତ ଥିଲା କି”

ଏହି ଅବସରରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ କେତେଦୂର ଯଥାର୍ଥ ସେନେଇ ଯୁକ୍ତି ରଖିବେ ପୂର୍ବତନ ସାଂସଦ ବୈଜୟନ୍ତ। ଅନ୍ୟପକ୍ଷରେ ବାମ ଦଳମାନଙ୍କର ଅନ୍ୟତମ ଶୀର୍ଷ ନେତା ୟେଚୁରୀ ଏସବୁକୁ ନିଜ ଯୁକ୍ତି ରଖି ଖଣ୍ଡନ କରିବାର ପ୍ରୟାସ କରିବେ। ସମ୍ବିଧାନର ଅସ୍ଥାୟୀ ଧାରା ୩୭୦କୁ ଦୀର୍ଘ ୭୦ ବର୍ଷ ପରେ ଉଠାଇବା ନେଇ ଉଭୟ ନେତା ଯୁକ୍ତି କରିବା ସହ ଅନ୍ତର୍ଜାତୀୟ ସ୍ତରରେ ନିଜ ନିଜ ପକ୍ଷ ରଖିବେ।

ସୂଚନାଯୋଗ୍ୟ ଯେ, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଛନ୍ତି। ଅଗଷ୍ଟ ୫ରେ ଏନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିବା ପୂର୍ବରାତିରୁ ହିଁ କଟକଣା ଲଗାଇ ସମସ୍ତ ଅବଶ୍ୟମ୍ଭାବୀ ହିଂସାକୁ ନିୟନ୍ତ୍ରଣ କରାଯାଇଛି। ଏହାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବାବଦରେ ଦେଶବାସୀଙ୍କୁ ଜଣାଇବା ପାଇଁ ବିଜେପି ଗଢ଼ିଥିବା ଟିମ୍‌ରେ ବୈଜୟନ୍ତ ମଧ୍ୟ ସଦସ୍ୟ ରହିଛନ୍ତି।

ତେବେ ପୂର୍ବରୁ ଏହି ପ୍ରସଙ୍ଗରେ ମତ ରଖି କଂଗ୍ରେସ ଓ ଏହାର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହଟହଟା ହେବାକୁ ପଡ଼ିଥିଲା। ବର୍ତ୍ତମାନ ୟେଚୁରୀ ଏହି ପ୍ରସଙ୍ଗରେ କ’ଣ ଯୁକ୍ତି ରଖୁଛନ୍ତି ଏହାକୁ ନେଇ ସାରା ଦେଶରେ ଉତ୍ସୁକତା ଆରମ୍ଭ ହୋଇଛି। ଧାରା ୩୭୦ ଉଚ୍ଛେଦ ପରେ ୟେଚୁରୀ କଶ୍ମୀର ଗସ୍ତ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story