ବାଲାସାହେବ ହେଲେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ

ମୁମ୍ବାଇ: ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ କଂଗ୍ରେସ ପୁଣିଥରେ ସଂଗଠନ ସଜାଡ଼ିବାକୁ ଉଦ୍ୟମ କରିଛି। ଏହିକ୍ରମରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ରର ପିସିସି ମୁଖ୍ୟ ଭାବେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତି ଦିଆଯାଇଛି। ଗତ ମେ’ ମାସରେ ମହାରାଷ୍ଟ୍ର ପିସିସି ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଅଶୋକ ଚୌହାନ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେହିପରି ନୀତୀନ ରାଉତ, ବଶ୍ୱରାଜ ଏମ ପାଟିଲ, ବିଶ୍ୱଜିତ କଦମ ଯଶବନ୍ତୀ ଚନ୍ଦ୍ରକାନ୍ତି ଠାକୁର ଓ ମୁଜାଫର ହୋସେନଙ୍କୁ କାର୍ଯ୍ୟକାରୀ ସଭାପତି […]

d

Hemant Lenka
  • Published: Sunday, 14 July 2019
  • , Updated: 14 July 2019, 02:02 PM IST

ମୁମ୍ବାଇ: ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ କଂଗ୍ରେସ ପୁଣିଥରେ ସଂଗଠନ ସଜାଡ଼ିବାକୁ ଉଦ୍ୟମ କରିଛି। ଏହିକ୍ରମରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ରର ପିସିସି ମୁଖ୍ୟ ଭାବେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତି ଦିଆଯାଇଛି।

ଗତ ମେ’ ମାସରେ ମହାରାଷ୍ଟ୍ର ପିସିସି ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଅଶୋକ ଚୌହାନ ନିଜ ପଦରୁ ଇସ୍ତଫା ଦେଇଥିଲେ।

ସେହିପରି ନୀତୀନ ରାଉତ, ବଶ୍ୱରାଜ ଏମ ପାଟିଲ, ବିଶ୍ୱଜିତ କଦମ ଯଶବନ୍ତୀ ଚନ୍ଦ୍ରକାନ୍ତି ଠାକୁର ଓ ମୁଜାଫର ହୋସେନଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିଛି। ମହାରାଷ୍ଟ୍ରରେ କଂଗ୍ରେସ କ୍ଷମତାରେ ଥିବା ବେଳେ ବାଲାସାହେବ ରାଜସ୍ୱ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

Related story