ପାରାସିଟାମଲ ସମେତ ଅନେକ ଔଷଧର ରପ୍ତାନୀ ଉପରେ ରୋକ୍

ନୂଆଦିଲ୍ଲୀ: ଘାତକ କରୋନା ଭାଇରସକୁ ନଜର ରଖି କେନ୍ଦ୍ର ସରକାର ୨୫ରୁ ଅଧିକ ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି। କରୋନା ପାଇଁ ଚୀନରୁ ଆସୁଥିବା କଞ୍ଚାମାଲ ଆମଦାନୀରେ ସମସ୍ୟା ରହିଛି। ତେଣୁ ଉତ୍ପାଦନ ହ୍ରାସ ପାଇବାକୁ ଯାଉଛି। ଦେଶରେ ଔଷଧର ଅଭାବ ନରହୁ ଚିନ୍ତା କରି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ପାରାସିଟାମଲ, ଟିନିଡାଜୋଲ, ମେଟ୍ରୋନିଡାଜୋଲ, ଭିଟାମିନ୍ ବି ୧, ବି ୬, ବି ୧୨, ପ୍ରୋଜେଷ୍ଟେରନ୍ ଭଳି ପ୍ରମୁଖ ଔଷଧ ଉପରେ ରୋକ୍ ଲଗାଇଛନ୍ତି […]

medicine

medicine

Subhransu Sekhar
  • Published: Tuesday, 03 March 2020
  • Updated: 03 March 2020, 04:19 PM IST

Sports

Latest News

ନୂଆଦିଲ୍ଲୀ: ଘାତକ କରୋନା ଭାଇରସକୁ ନଜର ରଖି କେନ୍ଦ୍ର ସରକାର ୨୫ରୁ ଅଧିକ ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି। କରୋନା ପାଇଁ ଚୀନରୁ ଆସୁଥିବା କଞ୍ଚାମାଲ ଆମଦାନୀରେ ସମସ୍ୟା ରହିଛି। ତେଣୁ ଉତ୍ପାଦନ ହ୍ରାସ ପାଇବାକୁ ଯାଉଛି। ଦେଶରେ ଔଷଧର ଅଭାବ ନରହୁ ଚିନ୍ତା କରି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।

ପାରାସିଟାମଲ, ଟିନିଡାଜୋଲ, ମେଟ୍ରୋନିଡାଜୋଲ, ଭିଟାମିନ୍ ବି ୧, ବି ୬, ବି ୧୨, ପ୍ରୋଜେଷ୍ଟେରନ୍ ଭଳି ପ୍ରମୁଖ ଔଷଧ ଉପରେ ରୋକ୍ ଲଗାଇଛନ୍ତି ସରକାର। ଦେଶ ଏବେ ରପ୍ତାନୀ ନୀତିରେ ମଧ୍ୟ ପରିବର୍ତ୍ତନ କରିଛି ବୋଲି ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରି କହିଛି। ଏହା ପୂର୍ବରୁ ଆମଦାନୀ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି।

ପାରାସିଟାମଲ ସମେତ ଔଷଧ ତିଆରିରେ ବ୍ୟବହୃତ ୨୬ ଟି ଫରମୁଲେଶନ ଏବଂ ଆକ୍ଚିଭ ଫାର୍ମାସ୍ୟୁଟିକାଲ୍ସ ଉପାଦାନ (API) ରପ୍ତାନୀ ଉପରେ ସରକାର ନିଷେଧାଶ ଜାରି କରିଛନ୍ତି। ଚୀନ୍ ସମେତ ଅନ୍ୟ ଦେଶରେ କରୋନା ଭାଇରସ ସଂକ୍ରମିତ ହେବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ଟିନିଡାଜୋଲ, ମେଟ୍ରୋନିଡାଜୋଲ, ଭିଟାମିନ୍ ବି ୧, ବି ୬, ବି ୧୨ ଏବଂ ପ୍ରୋଜେଷ୍ଟେରନ୍ ତିଆରିରେ ବ୍ୟବହୃତ ଫରମୁଲେଶନ ରପ୍ତାନୀ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos