ପ୍ରତ୍ୟାହାର ହେଲା ମହାରାଷ୍ଟ୍ର ବନ୍ଦ୍, ହେଲେ ଜାରି ରହିବ ବିକ୍ଷୋଭ ଶୋଭାଯାତ୍ରା

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ମରାଠାମାନଙ୍କୁ ସଂରକ୍ଷଣ ପ୍ରଦାନ ଦାବିରେ ମୁମ୍ବାଇରେ ଚାଲିଥିବା ବନ୍ଦ ପ୍ରତ୍ୟାହୃତ ହୋଇଛି। ‘ମରାଠା କ୍ରାନ୍ତି ମୋର୍ଚ୍ଚା’ ପକ୍ଷରୁ ଗତକାଲିଠୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଆଜି ପ୍ରତ୍ୟାହାର କରିନେଇଛି ମୋର୍ଚ୍ଚା। ମରାଠୀଙ୍କୁ ସଂରକ୍ଷଣ ପ୍ରଦାନ ନେଇ ଗତକାଲିଠାରୁ ଚକା ଜାମ୍ କରିଥିଲା ମୋର୍ଚ୍ଚା। ତେବେ ଦାବି ହାସଲ ପାଇଁ ବିକ୍ଷୋଭ ଶୋଭାଯାତ୍ରା ଜାରି ରହିବ ବୋଲି ମୋର୍ଚ୍ଚା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦୁଇଦିନ ଧରି ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଇଷ୍ଟର୍ଣ୍ଣ […]

maharashtra-ban

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 09:13 PM IST

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ମରାଠାମାନଙ୍କୁ ସଂରକ୍ଷଣ ପ୍ରଦାନ ଦାବିରେ ମୁମ୍ବାଇରେ ଚାଲିଥିବା ବନ୍ଦ ପ୍ରତ୍ୟାହୃତ ହୋଇଛି। ‘ମରାଠା କ୍ରାନ୍ତି ମୋର୍ଚ୍ଚା’ ପକ୍ଷରୁ ଗତକାଲିଠୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଆଜି ପ୍ରତ୍ୟାହାର କରିନେଇଛି ମୋର୍ଚ୍ଚା। ମରାଠୀଙ୍କୁ ସଂରକ୍ଷଣ ପ୍ରଦାନ ନେଇ ଗତକାଲିଠାରୁ ଚକା ଜାମ୍ କରିଥିଲା ମୋର୍ଚ୍ଚା। ତେବେ ଦାବି ହାସଲ ପାଇଁ ବିକ୍ଷୋଭ ଶୋଭାଯାତ୍ରା ଜାରି ରହିବ ବୋଲି ମୋର୍ଚ୍ଚା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦୁଇଦିନ ଧରି ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍‌-ୱେରେ ଜୀବନଯାତ୍ରା ଠପ୍ କରି ଦେଇଥିଲେ। ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁ ମୁମ୍ବାଇର ସବୁଠାରୁ ଅଧିକ ଗାଡ଼ି ଚଳାଚଳ କରୁଥିବା ଇଷ୍ଟର୍ଣ୍ଣ ଏକ୍ସପ୍ରେସ-ୱେରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ମୁମ୍ବାଇ ସହିତ ନଭି-ମୁମ୍ବାଇ ଓ ଥାନେରେ ମଧ୍ୟ ବନ୍ଦ୍‌ର ପ୍ରଭାବ ଦେଖିବାକୁ ମିଳିଛି। ନଭି-ମୁମ୍ବାଇରେ ଉତ୍ତ୍ୟକ୍ତ ଲୋକମାନେ ବସ୍ ଉପରକୁ ଟେକା ପଥର ମାଡ଼ କରିବା ସହ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା।

 

Related story