ଭାବା ଆଟୋମିକ ରିସର୍ଚ୍ଚର ବୈଜ୍ଞାନିକ ନିଖୋଜ

ମହୀଶୂର: କର୍ଣ୍ଣାଟକାର ମହୀଶୂରରେ ଥିବା ଭାବା ଆଟୋମିକ ରିସର୍ଚ୍ଚରେ କାର୍ଯ୍ୟ କରୁଥିବା ଜଣେ ୨୪ ବର୍ଷୀୟ ବୈଜ୍ଞାନିକ ହଠାତ୍‌ ନିଖୋଜ ହୋଇ ଯାଇଛନ୍ତି। ସେ ଏଠାରେ Rare Materials Project ଉପରେ କାମ କରୁଥିଲେ। ବୈଜ୍ଞାନିକ ଜଣଙ୍କ ୪ ଦିନ ହେଲା ନିଖୋଜ ଥିଲେ ହେଁ ପୁଲିସ୍‌ ତାଙ୍କର କୌଣସି ସୂଚନା ପାଇନାହିଁ। ଆସିସଷ୍ଟାଣ୍ଟ ସାଇଣ୍ଟିଫିକ ଅଫିସର ଗୁଲ୍ଲା ଅଭିଷେକ ରେଡ୍ଡୀ ମହୀଶୂରର ୟେଲାୱାଲା ସ୍ଥିତ ନ୍ୟୁ ଜନତା କଲୋନୀରେ ରହୁଥିଲେ। ଭାବା ଆଟୋମିକ ରିସର୍ଚ୍ଚର ନିଯୁକ୍ତି […]

d

Hemant Lenka
  • Published: Saturday, 10 October 2020
  • , Updated: 10 October 2020, 06:42 PM IST

ମହୀଶୂର: କର୍ଣ୍ଣାଟକାର ମହୀଶୂରରେ ଥିବା ଭାବା ଆଟୋମିକ ରିସର୍ଚ୍ଚରେ କାର୍ଯ୍ୟ କରୁଥିବା ଜଣେ ୨୪ ବର୍ଷୀୟ ବୈଜ୍ଞାନିକ ହଠାତ୍‌ ନିଖୋଜ ହୋଇ ଯାଇଛନ୍ତି। ସେ ଏଠାରେ Rare Materials Project ଉପରେ କାମ କରୁଥିଲେ। ବୈଜ୍ଞାନିକ ଜଣଙ୍କ ୪ ଦିନ ହେଲା ନିଖୋଜ ଥିଲେ ହେଁ ପୁଲିସ୍‌ ତାଙ୍କର କୌଣସି ସୂଚନା ପାଇନାହିଁ।

ଆସିସଷ୍ଟାଣ୍ଟ ସାଇଣ୍ଟିଫିକ ଅଫିସର ଗୁଲ୍ଲା ଅଭିଷେକ ରେଡ୍ଡୀ ମହୀଶୂରର ୟେଲାୱାଲା ସ୍ଥିତ ନ୍ୟୁ ଜନତା କଲୋନୀରେ ରହୁଥିଲେ। ଭାବା ଆଟୋମିକ ରିସର୍ଚ୍ଚର ନିଯୁକ୍ତି ମିଳିବାରୁ ବୈଜ୍ଞାନିକ ରେଡ୍ଡୀ ଆନ୍ଧ୍ର ପ୍ରଦେଶର ଛିତୁରୁ ଛାଡ଼ି ମହୀଶୂରକୁ ଚାଲି ଆସିଥିଲେ। ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ସେ ଡିପ୍ରେସନରେ ଥିଲେ। ତେଣୁ କାହାକୁ କିଛି ନ କହି ସେ କୁଆଡ଼େ ଚାଲି ଯାଇଛନ୍ତି।

କିଛି ମାସ ତଳେ ରେଡ୍ଡୀଙ୍କ ବାପାମା’ଙ୍କ ଦେହାନ୍ତ ହୋଇଥିଲା। ସେ ଏଠାରେ ଏକାକୀ ରହୁଥିଲେ। ଅକ୍ଟୋବର ୬ ତାରିଖ ମଧ୍ୟାହ୍ନରେ ପଡ଼ୋଶୀ ଲୋକ ତାଙ୍କୁ ବାଇକ ନେଇ ଘରୁ ବାହାରିଥିବା ଶେଷଥର ପାଇଁ ଦେଖିଥିଲେ। ପୁଲିସ୍‌ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story