ଆସିଲା ଦାଦାଙ୍କ ଆଞ୍ଜିଓପ୍ଲାଷ୍ଟି ରିପୋର୍ଟ, ହସ୍ପିଟାଲ ଆସିବେ ଦିଦି
କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହେବା ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ପରୀକ୍ଷା ହୋଇଛି। କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟଲରେ ଦାଦାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଛି। ରିପୋର୍ଟରେ ତାଙ୍କର ଦୃତପିଣ୍ଡର ତିନୋଟି ଆଟେରୀରେ ବ୍ଲକେଜ ରହିଥିବା ଜଣାପଡ଼ିଛି। ଆଜି ସେ ଡିସଚାର୍ଜ ହେବେ ନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରେସ ରିଲିଜ୍ ଜରିଆରେ କହିଛନ୍ତି।
ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା କରିବା ପାଇଁ ତିନି ଜଣିଆ ଡାକ୍ତରୀ ଟିମ୍ ଗଢ଼ା ହୋଇଛି। ଏହି ଟିମ୍ ଆଞ୍ଜିଓ ପରୀକ୍ଷା କରାଇଥିଲେ। ଯେଉଁଥିରେ ସୌରଭଙ୍କ ଦୃତପିଣ୍ଡରେ ତିନୋଟି ଆଟେରୀରେ ବ୍ଲକେଜ ବା କଣା ଥିବା ଜଣାପଡ଼ିଛି। ଗୋଟିଏ ଆଟେରୀରରେ ୯୦ ପ୍ରତିଶତ ବ୍ଲକେଜ ରହିଛି। ଗୋଟିଏ ଷ୍ଟେଣ୍ଟ ଡାକ୍ତର ଲଗାଇଥିବା ବେଳେ ଆଉ ଦୁଇଟି ଷ୍ଟେଣ୍ଟ ଡାକ୍ତର ଆବଶ୍ୟକ ପଡ଼ିଲେ ଲଗାଇପାରନ୍ତି। ଏବେ ତାଙ୍କର ହୋସ୍ ରହିଛି, କଥାବାର୍ତ୍ତା କରିପାରୁଛନ୍ତି। ସୌରଭ ତାଙ୍କ ଝିଅ ସହିତ ମଧ୍ୟ କଥା ହୋଇଥିବା ଜଣାପଡ଼ିଛି। ଏଭଳି ଅବସ୍ଥାରେ ତାଙ୍କୁ ୪୮ ଘଣ୍ଟିଆ ଡାକ୍ତରୀ ତତ୍ୱାବଧାନରେ ରଖାଯିବ।
A heart attack at 48 is disconcerting. Praying Sourav emerges unscathed….
— Harsha Bhogle (@bhogleharsha) January 2, 2021
ଦାଦାଙ୍କ ସ୍ୱାସ୍ଥ୍ୟ ଖରାପ ଖବର ପାଇବା ପରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ୱାଗ, ସଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, କ୍ରିକେଟ କମେଣ୍ଟେଟର ହର୍ଷ ଭୋଶଲେ ସମେତ ଅନେକ ନେତା ଏବଂ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Dada , jaldi se theek hone ka.
Praying for your quick and speedy recovery @SGanguly99 .— Virender Sehwag (@virendersehwag) January 2, 2021
Just got to know about your ailment Sourav.
Hope each passing day brings you closer to a full and speedy recovery! Get well soon. pic.twitter.com/NIC6pFRRdv— Sachin Tendulkar (@sachin_rt) January 2, 2021
ଅନ୍ୟପଟେ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଜାଣିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏବେ ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଜାଣିବା ପାଇଁ ମମତା ଉଡଲ୍ୟାଣ୍ଡସ୍ ହସ୍ପିଟଲ ଆସୁଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।