କୋଲକାତା: ମହାମାରୀ କରୋନା ପଶ୍ଚିମବଙ୍ଗରେ ଅଭିଶାପର ରୂପ ନେଇଛି। କେଶ୍ ହାରିବାର ରାଗରେ କୋଲକାତା ହାଇକୋର୍ଟର ଜଣେ ଓକିଲ ଜଜ୍ଙ୍କୁ ଏପରି ଅଦ୍ଭୁତ ଅଭିଶାପ ଦେଇଛନ୍ତି। ବିଚାରପତି ତାଙ୍କ ପକ୍ଷରେ ରାୟ ନଦେବାରୁ ଓକିଲ ଜଣକ ଅଭିଶାପ ଦେଇଛନ୍ତି, ଆପଣଙ୍କୁ କରୋନା ହେଇଯାଉ।
ତେବେ ଏପରି ଘଟଣା ପରେ ଜଷ୍ଟିସ୍ ଦିପଙ୍କର ଦତ୍ତ ଓକିଲ ବିଜୟ ଅଧିକାରୀଙ୍କୁ ଭତ୍ସନା କରିଛନ୍ତି। ଓକିଲ ଜଣକ କୋର୍ଟର ମର୍ଯ୍ୟାଦା ହାନି କରିଥିବା ସହ ଏକ ମର୍ଯ୍ୟାଦାଜନକ ବୃତ୍ତିର ଅପମାନ କରିଥିବା କହିଛନ୍ତି। ଏଥିସହ ୧୫ ଦିନ ଭିତରେ ଏପରି କରିବାର କାରଣ ଦର୍ଶାଇବାକୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, କରୋନା ପାଇଁ କୋଲକାତା ହାଇକୋର୍ଟ ମାର୍ଚ୍ଚ ୧୫ ପରଠାରୁ କେବଳ ଜରୁରୀକାଳୀନ ମାମଲା ଶୁଣାଣି କରୁଛନ୍ତି। ମାର୍ଚ୍ଚ ୨୫ ପରଠାରୁ କେବଳ ଭିଡିଓ କନ୍ଫରେନ୍ସରେ ଶୁଣାଣି ହେଉଛି। ଓକିଲ ଜଣକ ଏକ ବସ୍ ଜବତ ସମ୍ପର୍କିତ ମାମଲାକୁ ଜରୁରୀକାଳୀନ ଭାବେ ଶୁଣାଇବାକୁ କହିଥିଲେ। କିନ୍ତୁ କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।
National
ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?
ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।
National
୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ଅପହରଣର ହିରୋ ଦେବୀ ଶାରନ
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ।