ସାବଧାନ! ଅଜାଣତରେ ଇନଷ୍ଟଲ ହେଉଛି ଭାଇରସ ଆପ୍ସ, ଭାରତରେ ଦେଢ କୋଟି ଆଣ୍ଡ୍ରୋଏଡ ମୋବାଇଲ ପ୍ରଭାବିତ

ନୂଆଦିଲ୍ଲୀ: ଆପଣଙ୍କ ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ କେତେ ସୁରକ୍ଷିତ? ସାଇବର ସିକ୍ୟୁରିଟିର ଏକ ରିପୋର୍ଟ ଆସିବା ପରେ ଆଣ୍ଡ୍ରୋଏଡ ଫୋନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦେଶରେ ପାଖାପାଖି ୧.୫ କୋଟି ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଜାଣତରେ ଭାଇରସ ଆକ୍ରମଣର ଶିକାର ହୋଇଛି ବୋଲି ଚେକ୍ ପଏଣ୍ଟ ରିସର୍ଚ୍ଚ ସଂସ୍ଥା କହିଛି। ଏହି ଭାଇରସ ସାରା ବିଶ୍ୱରେ ୨.୫ କୋଟି ଡିଭାଇସକୁ ଆକ୍ରମଣ କରିଥିବା ବେଳେ ୧.୫ କୋଟି ମୋବାଇଲ ଡିଭାଇସ ଭାରତର ବୋଲି ଏହି […]

AgentSmithBlog_1021x580(1)

Subhransu Sekhar
  • Published: Thursday, 11 July 2019
  • , Updated: 11 July 2019, 10:51 AM IST

ନୂଆଦିଲ୍ଲୀ: ଆପଣଙ୍କ ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ କେତେ ସୁରକ୍ଷିତ? ସାଇବର ସିକ୍ୟୁରିଟିର ଏକ ରିପୋର୍ଟ ଆସିବା ପରେ ଆଣ୍ଡ୍ରୋଏଡ ଫୋନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦେଶରେ ପାଖାପାଖି ୧.୫ କୋଟି ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଜାଣତରେ ଭାଇରସ ଆକ୍ରମଣର ଶିକାର ହୋଇଛି ବୋଲି ଚେକ୍ ପଏଣ୍ଟ ରିସର୍ଚ୍ଚ ସଂସ୍ଥା କହିଛି।

ଏହି ଭାଇରସ ସାରା ବିଶ୍ୱରେ ୨.୫ କୋଟି ଡିଭାଇସକୁ ଆକ୍ରମଣ କରିଥିବା ବେଳେ ୧.୫ କୋଟି ମୋବାଇଲ ଡିଭାଇସ ଭାରତର ବୋଲି ଏହି ସଂସ୍ଥା କହିଛି। ଏହି ଭାଇରସ ଗୁଗୁଲ ଆପ୍ସ ଭଳି ଦେଖାଯାଏ। ମୋବାଇଲରେ ଥରେ ଏହା ଇନଷ୍ଟଲ ହେବା ପରେ ଅନ୍ୟ ଆପ୍ସକୁ ଭାଇରସ ଦ୍ୱାରା ଆକ୍ରମଣ କରିଥାଏ।

ଚେକ୍ ପଏଣ୍ଟ ସଂସ୍ଥା ପ୍ରତିକ୍ରିୟାରେ କହିଛି ଏଜେଣ୍ଟ ସ୍ମିଥ୍ ନାମକ ଏହି ଭାଇରସ ମୋବାଇଲକୁ ବହୁତ ଶୀଘ୍ର ନିଜ ନିୟନ୍ତ୍ରଣକୁ ଆଣିଥାଏ। ଏମିତିକି ମୋବାଇଲରେ ଥିବା ଡାଟା, ପାସଓ୍ୱାର୍ଡକୁ ମଧ୍ୟ ଏହା ସଂଗ୍ରହ କରିଥାଏ। ଏହି ଆପ୍ସ ମୋବାଇଲାରେ ସକ୍ରିୟ ଥିବା ବେଳେ ବିଜ୍ଞାପନ ଦେଖାଇଥାଏ। କିନ୍ତୁ ବିଜ୍ଞାପନ ବାହାନାରେ ଏହା ମୋବାଇଲରୁ ଡାଟା ଚୋରି କରିଥାଏ।

ଭାଇରସ ଜରିଆରେ ଆକ୍ରମଣ କରି ପୂର୍ବରୁ ଧରାପଡ଼ିଥିବା ଗୋଲଗନ, ହୁମ୍ମିନବଡ ଏବଂ କପିକ୍ୟାଟ ଭଳି ଏହି ଏଜେଣ୍ଟ ସ୍ମିଥ ଆପ୍ସ ପ୍ରଥମେ ଥାର୍ଡ ପାର୍ଟି ଆପ୍ଲିକେସନ 9Apps ଜରିଆରେ ଆସିଥିଲା। ଏହା ମୁଖ୍ୟତଃ, ହିନ୍ଦୀ, ଆରବିକ, ଋଷିଆନ୍ ଏବଂ ଇଣ୍ଡୋନେସିଆ ମୋବାଇଲ ବ୍ୟବହାରୀଙ୍କ ପାଖରେ ଦେଖିବାକୁ ମିଳେ।

Related story