କରୋନା ଭ୍ୟାକସିନ ଅପଡେଟ୍‌: ୭୫୦ ବଦଳରେ ୩୮୦ ଲୋକଙ୍କ ଉପରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ଏକାଧିକ ଟିକାର ପରୀକ୍ଷଣ ଭାରତରେ କରାଯାଉଛି। ସରକାରଙ୍କ କହିବା କଥା ଆସନ୍ତାବର୍ଷ ଆରମ୍ଭରେ ହିଁ ଏକାଧିକ କରୋନା ଟିକା ଭାରତ ପାଖରେ ରହିଥିବ। ଏସବୁ ଭିତରେ ସ୍ୱଦେଶ ଜ୍ଞାନକୌଶଳରେ ହାଇଦ୍ରାବାଦ ସ୍ଥିତି ଭାରତ ବାଓଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଭାରତ ବାଓଟେକର କରୋନା ଟିକାର କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଏବେ ଭାରତରେ ଚାଲିଛି। ତେବେ ହଠାତ୍‌ କମ୍ପାନୀ […]

c

c

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 03:15 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ଏକାଧିକ ଟିକାର ପରୀକ୍ଷଣ ଭାରତରେ କରାଯାଉଛି। ସରକାରଙ୍କ କହିବା କଥା ଆସନ୍ତାବର୍ଷ ଆରମ୍ଭରେ ହିଁ ଏକାଧିକ କରୋନା ଟିକା ଭାରତ ପାଖରେ ରହିଥିବ। ଏସବୁ ଭିତରେ ସ୍ୱଦେଶ ଜ୍ଞାନକୌଶଳରେ ହାଇଦ୍ରାବାଦ ସ୍ଥିତି ଭାରତ ବାଓଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

ଭାରତ ବାଓଟେକର କରୋନା ଟିକାର କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଏବେ ଭାରତରେ ଚାଲିଛି। ତେବେ ହଠାତ୍‌ କମ୍ପାନୀ ପକ୍ଷରୁ ପରୀକ୍ଷାରେ ସାମିଲ ହେବାକୁ ଥିବା ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ହ୍ରାସ କରିଦେଇଛି। ପୂର୍ବରୁ ୭୫୦ ଜଣଙ୍କ ଉପରେ କରୋନା ଟିକାର ପରୀକ୍ଷା କରାଯିବାର ଥିଲା। କିନ୍ତୁ ଏବେ ଏହି ସଂଖ୍ୟାକୁ ୩୮୦କୁ ହ୍ରାସ କରିଦିଆଯାଇଛି।

ସେହିପରି ଅକ୍ସଫୋର୍ଡ ଆଷ୍ଟ୍ରଜେନେକା ଦ୍ୱାରା ପ୍ରସ୍ତୁତ ଆଉ ଏକ କରୋନା ଟିକାର ଫେଜ୍‌-୩ ପରୀକ୍ଷା ଜୋରସୋରରେ କରାଯାଉଛି।
ଅନ୍ୟପକ୍ଷରେ ବିଶ୍ୱବ୍ୟାଙ୍କ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ କରୋନା ଟିକା ଉତ୍ପାଦନ ଓ ଲୋକଙ୍କ ଚିକିତ୍ସା ପାଇଁ ଆଉ ୧୨ ବିଲିୟନ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି।

ସିଏନବିସି-ଟିଭି୧୮ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାଓଟେକ ନିଜ ଟିକାର ପରୀକ୍ଷା ସାଇଜକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଭାରତରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ଏହି ପରୀକ୍ଷାରେ ସାମିଲ ହେବାକୁ ୭୫୦ ଜଣ ସ୍ୱେଚ୍ଛାସେବୀ ପଞ୍ଜିକୃତ କରିଥିଲେ। କିନ୍ତୁ ଏବେ କମ୍ପାନୀ ପକ୍ଷରୁ ୩୮୦ ଜଣଙ୍କୁ ନେଇ ଫେଜ୍‌-୨ ଟ୍ରାଏଲ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ପରୀକ୍ଷା କେନ୍ଦ୍ରର ସଂଖ୍ୟାକୁ ମଧ୍ୟ ହ୍ରାସ କରାଯାଇଛି।

ଭାରତ ବାଓଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ଟ୍ରାଏଲରେ ୩୫୦ ଜଣ ଲୋକ ସାମିଲ ହୋଇଥିଲେ। ଏହି ପରୀକ୍ଷା ବେଳେ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଛି। ଫେଜ୍‌-୨ ଟ୍ରାଏଲ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଭାରତ ବାଓଟେକ୍‌ ଫେଜ୍‌-୩ ଟ୍ରାଏଲ ପାଇଁ ଡିସିଜିଆଇର ଅନୁମତି ଲୋଡ଼ିଛି। ହେଲେ ଡିସିଜିଆଇ ପ୍ରଥମେ ଫେଜ୍‌-୨ ଟ୍ରାଏଲର ରିପୋର୍ଟ ଦାଖଲ କରିବାକୁ କମ୍ପାନୀକୁ କହିଛି।

ଅନ୍ୟପକ୍ଷରେ ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆଷ୍ଟ୍ରଜେନେକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକାର ଫେଜ୍‌-୩ ଟ୍ରାଏଲ ଜୋରସୋରରେ ଆଗେଇ ଚାଲିଛି। ଭାରତରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ପୁଣେ, ଭୁବନେଶ୍ୱର ଓ ଚଣ୍ଡିଗଡ଼ ଭଳି ସହରରେ ଏହି ଟିକାର ଫେଜ-୩ ଟ୍ରାଏଲ କରାଯାଉଛି। ନଭେମ୍ବର-ଡିସେମ୍ବର ସୁଦ୍ଧା ପରୀକ୍ଷାର ଫଳ ଆସିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story