ପ୍ରଣବ ମୁଖାର୍ଜୀ, ଭୂପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ 'ଭାରତ ରତ୍ନ'

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ ରାଜନେତା ପ୍ରଣବ ମୁଖାର୍ଜୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ମିଳିବ। ତାଙ୍କ ସହ ଦିବଂଗତ ସଂଗୀତକାର ଓ ଗାୟକ ଡ.ଭୂପେନ୍‌ ହଜାରିକା ଓ ସାମାଜିକ କର୍ମୀ ନାନାଜୀ ଦେଶମୁଖଙ୍କୁ ମଧ୍ୟ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଡ.ହଜାରିକା ଓ ନାନାଜୀଙ୍କୁ ମରଣୋତ୍ତର ଭାରତ ରତ୍ନ ମିଳିବ। ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନରେ […]

3-pic

Hemant Lenka
  • Published: Friday, 25 January 2019
  • , Updated: 25 January 2019, 09:10 PM IST

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ ରାଜନେତା ପ୍ରଣବ ମୁଖାର୍ଜୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ମିଳିବ। ତାଙ୍କ ସହ ଦିବଂଗତ ସଂଗୀତକାର ଓ ଗାୟକ ଡ.ଭୂପେନ୍‌ ହଜାରିକା ଓ ସାମାଜିକ କର୍ମୀ ନାନାଜୀ ଦେଶମୁଖଙ୍କୁ ମଧ୍ୟ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଡ.ହଜାରିକା ଓ ନାନାଜୀଙ୍କୁ ମରଣୋତ୍ତର ଭାରତ ରତ୍ନ ମିଳିବ।

ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନରେ ପ୍ରଣବ ମୁଖାର୍ଜୀଙ୍କୁ ସମ୍ମାନିତ କରିବେ। ସେହିପରି ଡ.ହାଜାରିକା ଓ ନାନାଜୀଙ୍କ ପରିବାର ଲୋକ ଏହି ସମ୍ମାନ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଅୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯିବ।

ଶ୍ରୀ ମୁଖାର୍ଜୀ ୨୦୧୨ରୁ ୨୦୧୭ ଯାଏ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଜଣେ ବରିଷ୍ଠ କଂଗ୍ରେସ ନେତା ହିସାବରେ ସେ ୟୁପିଏ ସରକାରଙ୍କ ଅମଳରେ ଏକାଧିକ ମନ୍ତ୍ରିପଦରେ ରହିଥିଲା। ୟୁପିଏ ୨ ଅମଳରେ ଶ୍ରୀ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଏହି ଦାୟିତ୍ୱରେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ଆସାମର ମୂଳ ନିବାସୀ ଡ.ହଜାରିକା ଜଣେ ଗାୟକ ଓ ସଂଗୀତ ନିର୍ଦ୍ଦେଶକ ଭାବେ ଦେଶ ବିଶେଷରେ ବିଶେଷ ଖ୍ୟାତି ଓ କୃତିତ୍ୱ ଅର୍ଜ୍ଜନ କରିଥିଲେ। ସ୍ୱାଧୀନତା ପରେ ସଂଗୀତ କ୍ଷେତ୍ରରେ ସଂଘର୍ଷ କରୁଥିବା ଆଶାୟୀ ମାନଙ୍କୁ ଡ. ହଜାରିକା ପରିଚୟ ଦେଇଥିଲେ। ସେ ୧୯୭ଟି ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି। ସେହିପରି ତାଙ୍କୁ ୧୯୭୭ରେ ପଦ୍ମଶ୍ରୀ ଓ ୨୦୦୧ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମାଜସେବାରେ ବିଶେଷ ଉଲ୍ଲେଖନୀୟ ଅବଦାନ ପାଇଁ ନାନାଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଶ୍ରୀ ନାନାଜୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗ୍ରାମାଞ୍ଚଳରେ ଆତ୍ମନିର୍ଭଶୀଳନା ଦିଗରେ କାର୍ଯ୍ୟରେ ସାରା ଜୀବନ କାର୍ଯ୍ୟ କରିଥିଲେ। ସେ ଭାରତୀୟ ଜନ ସଂଘର ସଦସ୍ୟ ରହିଥିଲେ। ସେହିପରି ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନାନାଜୀ କାର୍ଯ୍ୟ କରିଛନ୍ତି। ତାଙ୍କୁ ୧୯୯୯ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଭାରତ ରତ୍ନ ପାଇଥିବା ୩ ଜଣଙ୍କୁ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

Related story