ବିଏଚ୍‌ୟୁ: ଆନ୍ଦୋଳନକାରୀ ଛାତ୍ରଙ୍କ ବିଜୟ, କଳା ବିଭାଗରେ ସଂସ୍କୃତ ପଢ଼ାଇବେ ଫିରୋଜ୍‌

ବାରଣାସୀ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଦ୍ୟା ଧର୍ମ ବିଜ୍ଞାନ (ଏସ୍‌ଭିଡିଭି) ବିଭାଗରେ ନିଯୁକ୍ତ ହୋଇଥିବା ଫିରୋଜ ଖାନ୍‌ ବର୍ତ୍ତମାନ ଉକ୍ତ ବିଶ୍ୱବିଦ୍ୟାଳୟର କଳା ବିଭାଗରେ ସଂସ୍କୃତ ପଢ଼ାଇବେ। ଉପରୋକ୍ତ ବିଭାଗରେ ଧର୍ମ, ଶାସ୍ତ୍ର ଏବଂ କର୍ମକାଣ୍ଡ ଆଦି ପଢ଼ାଯାଉଥିବାରୁ କିଛି ଛାତ୍ର ଫିରୋଜଙ୍କ ନିଯୁକ୍ତିକୁ ବିରୋଧ କରିଆସୁଥିଲେ। ଫିରୋଜ ମୁସଲିମ୍‌ ସମ୍ପ୍ରଦାୟର ହୋଇଥିବାରୁ ସେ ଏସବୁ ପଢ଼ାଇବା ନେଇ କିଛି ଛାତ୍ର ଆପତ୍ତି କରିଥିଲେ। ତେବେ ବିବାଦ ପରେ କର୍ତ୍ତୃପକ୍ଷ ନିଷ୍ପତ୍ତି ବଦଳାଇଥିବା କୁହାଯାଉଛି। ନୂଆ […]

Firoz

Subrat Kumar Nayak
  • Published: Tuesday, 10 December 2019
  • , Updated: 10 December 2019, 04:22 PM IST

ବାରଣାସୀ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଦ୍ୟା ଧର୍ମ ବିଜ୍ଞାନ (ଏସ୍‌ଭିଡିଭି) ବିଭାଗରେ ନିଯୁକ୍ତ ହୋଇଥିବା ଫିରୋଜ ଖାନ୍‌ ବର୍ତ୍ତମାନ ଉକ୍ତ ବିଶ୍ୱବିଦ୍ୟାଳୟର କଳା ବିଭାଗରେ ସଂସ୍କୃତ ପଢ଼ାଇବେ। ଉପରୋକ୍ତ ବିଭାଗରେ ଧର୍ମ, ଶାସ୍ତ୍ର ଏବଂ କର୍ମକାଣ୍ଡ ଆଦି ପଢ଼ାଯାଉଥିବାରୁ କିଛି ଛାତ୍ର ଫିରୋଜଙ୍କ ନିଯୁକ୍ତିକୁ ବିରୋଧ କରିଆସୁଥିଲେ। ଫିରୋଜ ମୁସଲିମ୍‌ ସମ୍ପ୍ରଦାୟର ହୋଇଥିବାରୁ ସେ ଏସବୁ ପଢ଼ାଇବା ନେଇ କିଛି ଛାତ୍ର ଆପତ୍ତି କରିଥିଲେ। ତେବେ ବିବାଦ ପରେ କର୍ତ୍ତୃପକ୍ଷ ନିଷ୍ପତ୍ତି ବଦଳାଇଥିବା କୁହାଯାଉଛି।

ନୂଆ ବିଭାଗରେ ଯୋଗଦେବା ପୂର୍ବରୁ ସେ ପ୍ରଥମେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଦ୍ୟା ଧର୍ମ ବିଜ୍ଞାନ (ଏସ୍‌ଭିଡିଭି) ବିଭାଗରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନେ ଦୀର୍ଘଦିନ ଧରି ନିଷ୍ପତ୍ତିରେ ଅଟଳ ରହିଥିଲେ। ସୋମବାର ସେମାନେ ଆମରଣ ଅନଶନ ପାଇଁ ମଧ୍ୟ ଧମାଇଥିଲେ।

ସୂଚନାଯୋଗ୍ୟ ଯେ, ଫିରୋଜ୍‌ଙ୍କ ନିଯୁକ୍ତି ସଂସ୍କୃତ ବିଦ୍ୟା ଧର୍ମ ବିଜ୍ଞାନ (ଏସ୍‌ଭିଡିଭି) ବିଭାଗରେ ହୋଇଥିଲେ ମଧ୍ୟ ଏହା ସଂସ୍କୃତ ପଢ଼ାଇବା ଉଦ୍ଦିଷ୍ଟ ବୋଲି ପ୍ରଚାରିତ ହୋଇଯାଇଥିଲା। ଏହାପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା, ସେ ମୁସଲିମ୍‌ ବା ଅନ୍ୟ କୌଣସି ଧର୍ମର ହୋଇଥିଲେ ମଧ୍ୟ ତାଙ୍କୁ ସଂସ୍କୃତ ପଢ଼ାଇବାରୁ କେହି ରୋକିପାରିବେ ନାହିଁ। ଆନ୍ଦୋଳନକାରୀମାନେ ପୂର୍ବରୁ କହିଥିଲେ, “ଫିରୋଜ ଖାନ୍‌ ଅନ୍ୟ କେଉଁ ବିଭାଗରେ ସଂସ୍କୃତ ପଢ଼ାଇବାରେ କିଛି ଆପତ୍ତି ନାହିଁ।”

Related story