ବିଦା ହେବେ ମଧ୍ୟପ୍ରଦେଶ ରାଜ୍ୟପାଳ!

ନୂଆଦିଲ୍ଲୀ: ବ୍ୟାପମ୍ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ମଧ୍ୟପ୍ରଦେଶ ରାଜ୍ୟପାଳ ରାମ ନରେଶ ଯାଦବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପରେ ସରକାର ତାଙ୍କୁ ଗାଦିଚ୍ୟୁତ କରିପାରନ୍ତି। ତାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି କରାଯିବା ନେଇ ଖବର ଆସିବା ପରେ କେନ୍ଦ୍ର ଗୃହ ସଚିବ ଭେଟିଥିଲେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ। ତା’ପରେ ରାଜନାଥ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କୁ ଭେଟିଛନ୍ତି। ଏହାକୁ ନେଇ ଦେଶରେ ଅଲୋଡନ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଫରେଷ୍ଟ ଗାର୍ଡ ନିଯୁକ୍ତି ପରୀକ୍ଷାରେ ରାଜ୍ୟପାଳ […]

RNYADAV

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 03:11 PM IST

ନୂଆଦିଲ୍ଲୀ: ବ୍ୟାପମ୍ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ମଧ୍ୟପ୍ରଦେଶ ରାଜ୍ୟପାଳ ରାମ ନରେଶ ଯାଦବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପରେ ସରକାର ତାଙ୍କୁ ଗାଦିଚ୍ୟୁତ କରିପାରନ୍ତି। ତାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି କରାଯିବା ନେଇ ଖବର ଆସିବା ପରେ କେନ୍ଦ୍ର ଗୃହ ସଚିବ ଭେଟିଥିଲେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ। ତା’ପରେ ରାଜନାଥ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କୁ ଭେଟିଛନ୍ତି। ଏହାକୁ ନେଇ ଦେଶରେ ଅଲୋଡନ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଫରେଷ୍ଟ ଗାର୍ଡ ନିଯୁକ୍ତି ପରୀକ୍ଷାରେ ରାଜ୍ୟପାଳ ୫ ଜଣଙ୍କ ନାଁ ସୁପାରିଶ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ରାମ ନରେଶଙ୍କ ନାଁରେ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ତେବେ  ମଧ୍ୟପ୍ରଦେଶ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ। ସେହିଭଳି ରାମନରେଶ ଯାଦବଙ୍କ ପୁଅ ଶୈଳେଶ ଯାଦବଙ୍କ ନାଁରେ ମଧ୍ୟ ମାମଲା ରୁଜ୍ଜୁ ହୋଇଥିଲା। ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ତାଙ୍କୁ ପଳାତକ ବି ଘୋଷଣା କରାଯାଇଥିଲା। ସନ୍ଦେହଜନକ ଅବସ୍ଥାରେ ଶୈଳେଶଙ୍କ ମୃତଦେହ ଲକ୍ଷ୍ମୌରୁ ଉଦ୍ଧାର ହୋଇଥିଲା।

Related story