ଗୋଆରେ ବି କଂଗ୍ରେସକୁ ଶକ୍ତ ଝଟ୍‌କା, ଇସ୍ତଫା ଦେଲେ ୧୦ ବିଧାୟକ

ପାଣାଜୀ: କଂଗ୍ରେସକୁ ପୁଣିଥରେ ଝଟ୍‌କା ଲାଗିଛି। ଗୋଆରେ ଦଳର ୧୦ ଜଣ ବିଧାୟକ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଆଜି ଚନ୍ଦ୍ରକାନ୍ତଙ୍କ ନେତୃତ୍ୱରେ କଂଗ୍ରେସର ୧୦ ଜଣ ଯାକ ବିଧାୟକ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସେମାନେ ସ୍ୱତନ୍ତ୍ର ସଂଗଠନ କରିବେ ବୋଲି ମଧ୍ୟ କହିଛନ୍ତି। ଗୋଆ ବିଧାନସଭାରେ କଂଗ୍ରେସର […]

t

Hemant Lenka
  • Published: Wednesday, 10 July 2019
  • , Updated: 10 July 2019, 08:54 PM IST

ପାଣାଜୀ: କଂଗ୍ରେସକୁ ପୁଣିଥରେ ଝଟ୍‌କା ଲାଗିଛି। ଗୋଆରେ ଦଳର ୧୦ ଜଣ ବିଧାୟକ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି।

ଆଜି ଚନ୍ଦ୍ରକାନ୍ତଙ୍କ ନେତୃତ୍ୱରେ କଂଗ୍ରେସର ୧୦ ଜଣ ଯାକ ବିଧାୟକ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସେମାନେ ସ୍ୱତନ୍ତ୍ର ସଂଗଠନ କରିବେ ବୋଲି ମଧ୍ୟ କହିଛନ୍ତି।

ଗୋଆ ବିଧାନସଭାରେ କଂଗ୍ରେସର ୧୫ ଜଣ ବିଧାୟକ ରହିଛନ୍ତି। ତେଣୁ ୧୦ ଜଣ ବିଧାୟକ ଇସ୍ତଫା ନିଷ୍ପତ୍ତି ନେଇଥିବାରୁ ଏମାନଙ୍କ ବିରୋଧରେ ଦଳ ବଦଳ ଆଇନ୍‌ ଲାଗୁ ହେବ ନାହିଁ।

କାରଣ ସମୁଦାୟ ବିଧାୟକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ବିଧାୟକ ସମାନ ନିଷ୍ପତ୍ତି ନେଇଛନ୍ତି। ତେବେ କଂଗ୍ରେସର ଏହି ୧୦ ବିଦ୍ରୋହୀ ବିଧାୟକ ବିଜେପିରେ ମିଶିବେ କି ନାହିଁ, ତାହା ଜଣାପଡ଼ିନାହିଁ। ଯଦି ଏମାନେ ବିଜେପିରେ ମିଶନ୍ତି, ତା’ହେଲେ ବିଜେପିର ବିଧାୟକ ସଂଖ୍ୟା ୨୭ରେ ପହଞ୍ଚିଯିବ। ଗୋଆର ମୋଟ ବିଧାନସଭା ଆସନ ସଂଖ୍ୟା ୪୦।

Related story