ବିହାର: ୧.୨୫ ଲକ୍ଷ କୋଟି ଟଙ୍କା ଆର୍ଥିକ ସହାୟତ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ସହରସା ନିର୍ବାଚନୀ ରାଲିରେ ଯୋଗ ଦେଇ ବିହାର ପାଇଁ ଓଜାଡି ଦେଇଛନ୍ତି କୋଟି କୋଟି ଟଙ୍କାର ପ୍ୟାକେଜ୍। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଙ୍ଗଳବାର ବିହାରର ନିର୍ବାଚନକୁ ଆଖି ଆଗରେ ରଖି ୧.୨୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହାସହ ସେ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ  ୬ ହଜାର ୨ଶହ କୋଟି ଟଙ୍କା ବିହାରକୁ ଦେବା ପାଇଁ ତାଙ୍କ ବକ୍ତବ୍ୟରେ କହିଛନ୍ତି। ବିହାରର ବିକାଶ […]

modi

modi

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 10:09 AM IST

Sports

Latest News

modiପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ସହରସା ନିର୍ବାଚନୀ ରାଲିରେ ଯୋଗ ଦେଇ ବିହାର ପାଇଁ ଓଜାଡି ଦେଇଛନ୍ତି କୋଟି କୋଟି ଟଙ୍କାର ପ୍ୟାକେଜ୍। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଙ୍ଗଳବାର ବିହାରର ନିର୍ବାଚନକୁ ଆଖି ଆଗରେ ରଖି ୧.୨୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହାସହ ସେ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ  ୬ ହଜାର ୨ଶହ କୋଟି ଟଙ୍କା ବିହାରକୁ ଦେବା ପାଇଁ ତାଙ୍କ ବକ୍ତବ୍ୟରେ କହିଛନ୍ତି। ବିହାରର ବିକାଶ ପାଇଁ ଲଟକି ଥିବା ୨୨ଶହ କୋଟି ଟଙ୍କା ଦେବାକୁ ସେ କହିଛନ୍ତି। ଆଜି ଶ୍ରୀ ମୋଦି ବିହାରରେ ମୁଜାଫରପୁର ଓ ଗୟାରେ ମହାପରିବର୍ତ୍ତନ ରାଲି କରିଛନ୍ତି।

ଏହାସହ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ମୋଦି ବର୍ଷିଛନ୍ତି। ସେ କହିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ବିଭିନ୍ନ ଦୁର୍ନୀତି କରି ରାଜ୍ୟକୁ ତଳିତଳାନ୍ତ କରିଦେଇଛନ୍ତି। ଦୁର୍ନୀତି ଯୋଗୁଁ ରାଜ୍ୟ 'ବିମାରୁ' ହୋଇପଡିଛି। ତାଙ୍କୁ ହଟେଇ ବିଜେପିକୁ ପୁଣି ଥରେ ବିହାରରେ ଆଣିବାକୁ ଭୋଟର ମାନଙ୍କୁ ସେ ଆହ୍ୱାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos