ଏଥର ନୀତୀଶ ନୁହଁ, ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହେଉ: ବିଜେପି ନେତା

ପାଟଣା: ବିହାର ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି। ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି। ହେଲେ ଏପର୍ଯ୍ୟନ୍ତ ଭୋଟ୍ ଗଣନା ଅନୁୟାୟୀ ବିଜେପି ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି। ଏହାକୁ ଦେଖି ବିଜେପି ନେତା ବିହାରରେ ନିଜ ଦଳରୁ କେହି ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ସେ ଦାବି କରିଛନ୍ତି। ବିଜେପିର ଅନୁସୂଚିତ ମୋର୍ଚ୍ଚାର ସଭାପତି ଅଜିତ ଚୌଧୁରୀ ଦାବି କରିଛନ୍ତି ଯେ ଏଥର ବିହାରର ମୁଖ୍ୟମନ୍ତ୍ରୀ ବିଜେପିରୁ […]

nitish

nitish

Subhransu Sekhar
  • Published: Tuesday, 10 November 2020
  • Updated: 10 November 2020, 07:12 PM IST

Sports

Latest News

ପାଟଣା: ବିହାର ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି। ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି। ହେଲେ ଏପର୍ଯ୍ୟନ୍ତ ଭୋଟ୍ ଗଣନା ଅନୁୟାୟୀ ବିଜେପି ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି। ଏହାକୁ ଦେଖି ବିଜେପି ନେତା ବିହାରରେ ନିଜ ଦଳରୁ କେହି ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ସେ ଦାବି କରିଛନ୍ତି।

ବିଜେପିର ଅନୁସୂଚିତ ମୋର୍ଚ୍ଚାର ସଭାପତି ଅଜିତ ଚୌଧୁରୀ ଦାବି କରିଛନ୍ତି ଯେ ଏଥର ବିହାରର ମୁଖ୍ୟମନ୍ତ୍ରୀ ବିଜେପିରୁ ହେବା ଦରକାର, କାରଣ ଏଥର ରାଜ୍ୟରେ ବିଜେପି ସର୍ବାଧିକ ଆସନରେ ବିଜୟୀ ହୋଇଛି। ବିଜେପି ବିହାରର ଚେହେରା ହେବା ଉଚିତ୍ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜେପିର ବରିଷ୍ଠ ବିଜେପି ନେତା କୌଳାଶ ବିଜୟଭର୍ଗିଆ ସକାଳେ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନୀତୀଶ କୁମାର ସିଏମ ଚେହେରା, କିନ୍ତୁ ସନ୍ଧ୍ୟା ସୁଦ୍ଧା ଆମେ ଜଣାଇବୁ କିଏ ବିହାରର ମୁଖ୍ୟମନ୍ତ୍ରୀ ହେବେ। ଯାହାକି ବିହାର ଅଜିତ ଚୌଧୁରୀଙ୍କ ମନ୍ତବ୍ୟର ଯଥାର୍ଥ ରହିଛି ବୋଲି ବୁଝାଯାଉଛି।

ଅନ୍ୟପଟେ ବିହାରରେ ନୀତୀଶ କୁମାର ଚଳିତ ନିର୍ବାଚନକୁ ତାଙ୍କର ଶେଷ ନିର୍ବାଚନ ବୋଲି ଘୋଷଣା କରି ସାରିଛନ୍ତି। ତେବେ ବିଜେପି ନେତାଙ୍କ ପ୍ରତିକ୍ରିୟାରେ ଜବାବ ଦେଇ ଜେଡିୟୁ ମୁଖପାତ୍ର ଅଜୟ ଆଲୋକ କହିଛନ୍ତି ଯେ ଗଣନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଏହା ପରେ ଆମେ ଦେଖିବା ସିଟ୍ ସଂଖ୍ୟା କେତେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos