ରାଗ ସମ୍ଭାଳି ପାରିଲେନି ନୀତୀଶ, ସଭାରେ ଲୋକଙ୍କୁ ନନସେନ୍ସ କହିଲେ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ନିଜ ରାଗକୁ ନିୟନ୍ତ୍ରଣ କରିପାରି ନାହାନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ନିର୍ବାଚନ ପାଇଁ ସାଧାରଣ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ସମସ୍ତେ “ଲାଲୁ ପ୍ରସାଦ ଜିନ୍ଦାବାଦ” ନାରା ଦେଇଥିଲେ। ଏଥିରେ ରାଗି ଯାଇ ନୀତୀଶ କୁମାର ତାଙ୍କ ସଭାରେ ଉପସ୍ଥିତ ଥିବା ସାଧାରଣ ଲୋକଙ୍କୁ ନନ୍‌ସେନ୍ସ ବୋଲି କହି ବିରକ୍ତ ପ୍ରକାଶ କରିଛନ୍ତି। ଜେଡିୟୁ ପକ୍ଷରୁ ବିହାରର ସାରନ ଜିଲ୍ଲା ପାରସା ନିର୍ବାଚନ […]

i

Hemant Lenka
  • Published: Wednesday, 21 October 2020
  • , Updated: 21 October 2020, 08:25 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ନିଜ ରାଗକୁ ନିୟନ୍ତ୍ରଣ କରିପାରି ନାହାନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ନିର୍ବାଚନ ପାଇଁ ସାଧାରଣ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ସମସ୍ତେ “ଲାଲୁ ପ୍ରସାଦ ଜିନ୍ଦାବାଦ” ନାରା ଦେଇଥିଲେ। ଏଥିରେ ରାଗି ଯାଇ ନୀତୀଶ କୁମାର ତାଙ୍କ ସଭାରେ ଉପସ୍ଥିତ ଥିବା ସାଧାରଣ ଲୋକଙ୍କୁ ନନ୍‌ସେନ୍ସ ବୋଲି କହି ବିରକ୍ତ ପ୍ରକାଶ କରିଛନ୍ତି।

ଜେଡିୟୁ ପକ୍ଷରୁ ବିହାରର ସାରନ ଜିଲ୍ଲା ପାରସା ନିର୍ବାଚନ ମଣ୍ଡଳୀର ଡେରନି ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାକୁ ନୀତୀଶ କୁମାର ସମ୍ବୋଧନ କରୁଥିଲେ। ନୀତୀଶ କୁମାର ନିଜ ଦଳ ସପକ୍ଷରେ ଭୋଟ ମାଗୁଥିବା ବେଳେ ସେଠାରେ ସମବେତ ହୋଇଥିବା ଲୋକମାନେ “ଲାଲୁ ପ୍ରସାଦ ଜିନ୍ଦାବାଦ”ର ନାରା ଦେଇ ନୀତୀଶ କୁମାରଙ୍କୁ ନିନ୍ଦା କରିଥିଲେ।

ଏହାଶୁଣି ନୀତୀଶ କୁମାର ପ୍ରବଳ ରାଗି ଯାଇଥିଲେ। ସେ ଭାଷଣ ଦେବା ବନ୍ଦ କରି କହିଥିଲେ ଯେ “ଏଭଳି ନନସେନ୍ସ କାମ ଏଠାରେ କରନାହିଁ। ଯଦି ତୁମେମାନେ ଭୋଟ ଦେବାକୁ ଚାହୁଁନାହଁ, ତା’ହେଲେ ନ ଦିଅ। କିନ୍ତୁ ଏଭଳି ନନସେନ୍ସ ଆଚରଣ ଦେଖାଅ ନାହିଁ। ତୁମେମାନେ ଯାହା ପାଇଁ ଏଠାକୁ ଆସିଛି, ତା’କୁ କ୍ଷତି ପହଞ୍ଚାଇବା ଭଳି ନାରାବାଜୀ କରନାହିଁ।” ତଥାପି ଲୋକମାନେ ଜେଡିୟୁକୁ ଏଠାରେ ଗ୍ରହଣ କରିବେ ନାହିଁ ବୋଲି ନାରା ଦେଇଥିଲେ।
https://twitter.com/i/status/1318896740834054144

ନୀତୀଶ କୁମାରଙ୍କ ଘଟଣା ବେଳେ ଚନ୍ଦ୍ରିକା ରାଏ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବତନ ଆରଜେଡି ନେତା ଚନ୍ଦ୍ରିକା ରାଏ ୨୦୧୫ରୁ ୨୦୧୭ ଯାଏ ବିହାର ସରକାରରେ ମନ୍ତ୍ରୀ ଥିଲେ। ୨୦୧୫ରୁ ରାଏ ଏହି ପାରସା ଆସନରେ ବିଧାୟକ ରହିଛନ୍ତି। ସେ ଆରଜେଡିରେ ଥିଲେ। କିନ୍ତୁ ତେଜସ୍ୱୀ ଯାଦବଙ୍କ ସହ ତାଙ୍କର ପାରିବାରିକ କଳହ ଯୋଗୁ ସେ ଆରଜେଡି ଛାଡ଼ି ଜେଡିୟୁରେ ମିଶିଛନ୍ତି।

ତାଙ୍କ ଝିଅ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଛି। ଚଳିତ ବର୍ଷ ଜେଡିୟୁ ତାଙ୍କୁ ପାରସାରୁ ପ୍ରାର୍ଥୀ କରିଛି।

Related story