ସିବିଆଇ ତଦନ୍ତ ସୁପାରିସ ପରେ କଥା ବଦଳାଇଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଜୁଲାଇ ୧୬ରେ ଘଟଣାର ସିବିଆଇ ତଦନ୍ତ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟ କରିଥିଲେ। ବର୍ତ୍ତମାନ ବିବାଦ ଘନେଇବା ସହ ବିହାର ସରକାର ସିବିଆଇ ତଦନ୍ତର ସୁପାରିସ କରିଛନ୍ତି। ବିହାର ସରକାର ସିବିଆଇ ତଦନ୍ତର ସୁପାରିସ କରିବା ପରେ ରିୟା ପୂରା ୟୁ-ଟର୍ଣ୍ଣ ନେଇଛନ୍ତି। ବିହାର ସରକାର କେବେ ହେଲେ ଘଟଣାର ତଦନ୍ତ ପାଇଁ ସିବିଆଇକୁ ସୁପାରିସ କରିପାରିବେ […]

u

Hemant Lenka
  • Published: Tuesday, 04 August 2020
  • , Updated: 04 August 2020, 04:10 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଜୁଲାଇ ୧୬ରେ ଘଟଣାର ସିବିଆଇ ତଦନ୍ତ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟ କରିଥିଲେ। ବର୍ତ୍ତମାନ ବିବାଦ ଘନେଇବା ସହ ବିହାର ସରକାର ସିବିଆଇ ତଦନ୍ତର ସୁପାରିସ କରିଛନ୍ତି।

ବିହାର ସରକାର ସିବିଆଇ ତଦନ୍ତର ସୁପାରିସ କରିବା ପରେ ରିୟା ପୂରା ୟୁ-ଟର୍ଣ୍ଣ ନେଇଛନ୍ତି। ବିହାର ସରକାର କେବେ ହେଲେ ଘଟଣାର ତଦନ୍ତ ପାଇଁ ସିବିଆଇକୁ ସୁପାରିସ କରିପାରିବେ ନାହିଁ ବୋଲି ରିୟାଙ୍କ ଓକିଲ ସତୀଶ ମାନେସିନ୍ଧେ କହିଛନ୍ତି।

ସେ କହିଛନ୍ତି, ବିହାର ପୁଲିସ୍‌ର ଘଟଣାର ତଦନ୍ତ କରିବା ପାଇଁ କୌଣସି ଅଧିକାର ନାହିଁ। କାରଣ ଘଟଣାଟି ସେମାନଙ୍କ ସୀମା ବାହାରେ ଘଟିଛି। ଯେଉଁ ମାମଲାରେ ବିହାର ପୁଲିସର ତଦନ୍ତ ପାଇଁ ଆଇନଗତ ଅଧିକାର ନାହିଁ, ତା’କୁ କେବେ ହେଲେ ଅନ୍ୟ ଏକ ତଦନ୍ତକାରୀ ସଂସ୍ଥାକୁ ବଦଳି କରାଯାଇ ପାରିବ ନାହିଁ।

ମୁମ୍ବାଇ ପୁଲିସ୍‌ ହିଁ ଘଟଣାର ତଦନ୍ତ କରିପାରିବ। ଯେଉଁ ମାମଲାରେ ବିହାର ପୁଲିସ୍‌ କୌଣସି ଭୂମିକା ନାହିଁ, ତା’ର ତଦନ୍ତ ଭାର ବିହାର ସରକାର ସିବିଆଇକୁ ସୁପାରିସ କରିବା ବେଆଇନ। ବିହାର ସରକାର ବୁଝି ପାରିଛନ୍ତି ଯେ ମାମଲାଟି ତାଙ୍କ କ୍ଷମତା ପରିସର ବାହାରେ ରହିଛି। ତେଣୁ ସେମାନେ ବେଆଇନ ଭାବେ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପାରିସ କରିଛନ୍ତି ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ବିହାର ପୁଲିସ୍‌ ନିକଟରେ ସୁଶାନ୍ତଙ୍କ ବାପା ଦାଖଲ କରିଥିବା ଏଫଆଇଆରକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ରିୟା ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଆସନ୍ତାକାଲି ଏହାର ଶୁଣାଣି ହେବ।

Related story