ପରୀକ୍ଷାରେ କପିକୁ ନେଇ ପୁଣି ଚର୍ଚ୍ଚାରେ ବିହାର

ଛପରା: ପରୀକ୍ଷାରେ ଛାତ୍ରଛାତ୍ରୀମାନେ କପି କରିବା ଏକ ସାଧାରଣ ଘଟଣା। ହେଲେ ଏହି କପି ଲୁଚାଛପାରେ ହୋଇଥାଏ। ହେଲେ ବିହାରରେ କୌଣସି ପରୀକ୍ଷା ହେଲେ କପି ଖୁଲମ୍‌ଖୁଲା ହେବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଯୁକ୍ତଦୁଇ ପରୀକ୍ଷାରେ କପି କରି ଟପ କରିଥିବା ବିହାରର ଦୁଇ ଛାତ୍ରଛାତ୍ରୀଙ୍କ ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଛପରାର ଜୟପ୍ରକାଶ ବିଶ୍ୱ ବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ପରୀକ୍ଷାରେ ଖୋଲାଖୋଲି କପି ଚାଲିଥିବାର ଅଭିଯୋଗ ହୋଇଛି।

ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭି କ୍ୟାମେରାରେ କପି କରାଯିବାର ଭିଡିଓ ରେକର୍ଡ କରାଯାଇଛି। ସବୁଠାରୁ ବଡ କଥା ହେଲେ ପରୀକ୍ଷା କେନ୍ଦ୍ରରେ ଶିକ୍ଷକ ଉପସ୍ଥିତି ଏହି କପି ଚାଲିଥିଲା।

ଯୁକ୍ତ ଦୁଇ ପରୀକ୍ଷାରେ କପି କରି ଦୁଇ ଛାତ୍ର ଟପ୍‌ ହେବା ଘଟଣା ପରେ ରାଜ୍ୟ ସରକାର କପି ରୋକିବାକୁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। କପି କରୁଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ସହଯୋଗ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବ୍ୟବସ୍ଥା କରାଯାଇଛି। ହେଲେ ଏହାର ପ୍ରଭାବ ଦେଖିବାକୁ ମିଳୁ ନ ଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ ଏହି ଦୁଇ ଆକାଉଣ୍ଟରୁ ରିୟାଙ୍କ ପାଖକୁ ଯାଇଛି ଟଙ୍କା!

ସିବିଆଇ ପଞ୍ଝାରେ ରିୟା, ରୁଜୁ ହେଲା ମାମଲା

ରାମଙ୍କ ପରେ ଏବେ ନଜରରେ କୃଷ୍ଣ ଜନ୍ମଭୂମି

ରିୟାଙ୍କ ପାଇଁ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ, ତଦନ୍ତ ଆରମ୍ଭ କଲା କୋଲକାତା ପୁଲିସ୍‌

ଭୟଙ୍କର ଘଟଣା: ୧୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କଠାରୁ ଦୂରେଇ ଯାଇଥିଲେ ରିୟା, କିନ୍ତୁ କାହିଁକି?

କରୋନା ନେଲା ବରିଷ୍ଠ ସିପିଆଇଏମ ନେତାଙ୍କ ଜୀବନ

ସୁଶାନ୍ତଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚାହୁଁଥିଲେ ରିୟା, ୫ ଦିନରେ କରିଥିଲେ ୨୫ କଲ୍‌

ଭୟଙ୍କର ବର୍ଷାରେ ମୁମ୍ବାଇ ସ୍ଥିତି ଅସମ୍ଭାଳ, ୪୬ ବର୍ଷର ରେକର୍ଡ ଭାଙ୍ଗିଲା କୋଲାବା

ପୁଣି ଚାଇନାକୁ ଜାତିସଂଘରେ ଦୃଢ଼ ଜବାବ ଦେଲା ଭାରତ

ଭାରତୀୟ ସୀମାରେ ପଶି ଯାଇଥିଲା ଚାଇନା, ତଥ୍ୟ ପ୍ରକାଶ କରି ଡିଲିଟ କରିଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

କାହିଁକି ଇସ୍ତଫା ଦେଲେ ଗିରୀଶ ମୁର୍ମୁ, ଜାଣନ୍ତୁ ପୂରା କାରଣ