ବିହାରରେ ମଦ ସମ୍ପୂର୍ଣ୍ଣ ବନ୍ଦ

ପାଟନା: ବିହାରରେ ଆଜିଠାରୁ ମଦକୁ ସଂପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଛି। ଆଜି ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ୍‌ରେ ଏ ସଂପର୍କିତ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହେବା ପରେ ସେ ଏହି ଘୋଷଣା କରିଛନ୍ତି। ଏହା ସହିତ ବିହାର ଏବେ ଡ୍ରାଇ ରାଜ୍ୟ ବନିଯାଇଛି। ଗୁଜରାଟ, ନାଗାଲାଣ୍ଡ ଓ ମିଜୋରାମ ପରେ ମଦ ଉପରେ ସଂପୂର୍ଣ୍ଣ ବ୍ୟାନ୍ ଜାରି କରିବାରେ ବିହାର ହେଉଛି ଦେଶର ଚତୁର୍ଥ ରାଜ୍ୟ। […]

nitish

Rakesh Mallick
  • Published: Tuesday, 05 April 2016
  • , Updated: 05 April 2016, 11:45 AM IST

ପାଟନା: ବିହାରରେ ଆଜିଠାରୁ ମଦକୁ ସଂପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଛି। ଆଜି ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ୍‌ରେ ଏ ସଂପର୍କିତ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହେବା ପରେ ସେ ଏହି ଘୋଷଣା କରିଛନ୍ତି। ଏହା ସହିତ ବିହାର ଏବେ ଡ୍ରାଇ ରାଜ୍ୟ ବନିଯାଇଛି। ଗୁଜରାଟ, ନାଗାଲାଣ୍ଡ ଓ ମିଜୋରାମ ପରେ ମଦ ଉପରେ ସଂପୂର୍ଣ୍ଣ ବ୍ୟାନ୍ ଜାରି କରିବାରେ ବିହାର ହେଉଛି ଦେଶର ଚତୁର୍ଥ ରାଜ୍ୟ।

ନୀତୀଶ କହିଛନ୍ତି,“ରାଜ୍ୟରେ ଏଣିକି ମଦ ବିକ୍ରି କରିବା, ରଖିବା ଓ ପିଇବା ବେଆଇନ୍। ଉଭୟ ଦେଶୀ ଓ ବିଦେଶୀ ମଦ ଉପରେ ବ୍ୟାନ୍ ଜାରି କରାଯାଇଛି।  ହୋଟେଲ୍ ଓ ବାର୍‌ ଗୁଡ଼ିକ ବି ମଦ ରଖି ପାରିବେ ନାହିଁ। ମଦ ପାଇଁ କୌଣସି ପ୍ରକାର ଲାଇସେନ୍ସ ଜାରି କରାଯିବ ନାହିଁ। ତେବେ ସେନା କ୍ୟାଣ୍ଟିନ୍‌ରେ ମଦ ଉପଲବ୍ଧ ହେବ। ସେଥିରେ କୌଣସି ପ୍ରକାର କଟକଣା ଜାରି କରାଯାଇନାହିଁ।”

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ବେଳେ ନୀତୀଶ କୁମାର ରାଜ୍ୟକୁ ମଦ ମୁକ୍ତ କରିବା ପାଇଁ ଘୋଷଣା କରିଥିଲେ। ଏହା ତାଙ୍କ ଦଳର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଉଲ୍ଲେଖ ରହିଥିଲା।

Related story