ବିଧାୟକ ବାପା ନାଁରେ ଝିଅ ଆଣିଲା ହତ୍ୟା ଧମକ ଅଭିଯୋଗ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବରେଲି ବିଜେପି ବିଧାୟକ ତାଙ୍କ ଝିଅଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ଖୋଦ୍ ବିଧାୟକ ରାଜେଶ ମିଶ୍ରା ଓରଫ ପପୁ ଭରତୌଲଙ୍କ ଝିଅ ସାକ୍ଷୀ। ତାଙ୍କ ସ୍ୱାମୀଙ୍କ ସହ ଏକ ଭିଡିଓ ମେସେଜ ଜରିଆରେ ସାକ୍ଷୀ ନିଜ ପ୍ରତି ଏବଂ ତାଙ୍କ ଶାଶୁ ଘର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ଚନାଯୋଗ୍ୟ, ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ନିକଟରେ ଜଣେ ଦଳିତ […]

Bareilly_MLA_s_Daughter

Subhransu Sekhar
  • Published: Thursday, 11 July 2019
  • , Updated: 11 July 2019, 02:16 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବରେଲି ବିଜେପି ବିଧାୟକ ତାଙ୍କ ଝିଅଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ଖୋଦ୍ ବିଧାୟକ ରାଜେଶ ମିଶ୍ରା ଓରଫ ପପୁ ଭରତୌଲଙ୍କ ଝିଅ ସାକ୍ଷୀ। ତାଙ୍କ ସ୍ୱାମୀଙ୍କ ସହ ଏକ ଭିଡିଓ ମେସେଜ ଜରିଆରେ ସାକ୍ଷୀ ନିଜ ପ୍ରତି ଏବଂ ତାଙ୍କ ଶାଶୁ ଘର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି।

ଚନାଯୋଗ୍ୟ, ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ନିକଟରେ ଜଣେ ଦଳିତ ଜାତିର ପୁଅଙ୍କୁ ପ୍ରେମ ବିବାହ କରିଥିଲେ। ଯାହାକୁ ତାଙ୍କ ବାପଘର ଲୋକେ ବିରୋଧ କରୁଥିଲେ। ଏହାପରେ ବିଧାୟକ ବାପା ଏବଂ ତାଙ୍କର ସମର୍ଥକ ମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସହିତ ତାଙ୍କ ଶାଶୁ ଘର ଲୋକଙ୍କୁ ଧମକ ଚମକ ଦେଉଥିବା ଝିଅ ସାକ୍ଷୀ ତାଙ୍କ ସ୍ୱାମୀଙ୍କ ସହ ଏକ କାରରେ ବସି ରେକର୍ଡ କରିଥିବା ଭିଡିଓ ମେସେଜରେ କହିଛନ୍ତି।

ଭାଇରାଲ ହୋଇଥିବା ଏହି ଭିଡିଓରେ ସାକ୍ଷୀ କହିଛନ୍ତି, "ବିଧାୟକ ମହୋଦୟ ପପୁ ଭରତୌଲ ଜୀ ଓ ଭିକି ଭରତୌଲ ଜୀ ଶାନ୍ତିରେ ରୁହ ଓ ଆମକୁ ବଞ୍ଚିବାକୁ ଦିଅ। ମୁଁ ସତରେ ବାହା ହୋଇଯାଇଛି। ଏହି ସିନ୍ଦୂରକୁ କୌଣସି ଫ୍ୟାଶନ ପାଇଁ ମୁଁ ଲଗେଇ ନାହିଁ ବରଂ ବିବାହ କରିଛି ବୋଲି ଲଗେଇଛି।"

ଗଣମାଧ୍ୟମରେ ବିଧାୟକଙ୍କ ଝିଅର ଏହିଁ ମନ୍ତବ୍ୟ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ରାଜେଶ ମିଶ୍ରା। ମିଡିଆରେ ଏକ ପ୍ରେସ ରିଲିଜ ଜାରି କରି କହିଛନ୍ତି ତାଙ୍କ ଝିଅର ବୟସ ଅଠର ବର୍ଷରୁ ଅଧିକ। ସେ କେଉଁଠି ବିବାହ କରିବ ତାହା ତାର ନିଷ୍ପତ୍ତି। "ମୁଁ ଏହି ବିବାହକୁ ବିରୋଧ କରୁ ନାହିଁ, କି ତାକୁ ନିଜ ତରଫରୁ ଅବା ଅନ୍ୟ କାହା ମାଧ୍ୟମରେ ଧମକ ଦେଉନାହିଁ" ବୋଲି କହିଛନ୍ତି ବରେଲି ବିଧାୟକ ରାଜେଶ ମିଶ୍ରା।

Related story