ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ‘ମୈଁ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଥିବାବେଳେ ଏହାକୁ ନେଇ କଂଗ୍ରେସ କିଛି ଫେକ୍ ଫଟୋ ଜରିଆରେ ଅପପ୍ରଚାର କରୁଥିବା ଅଭିଯୋଗ ଆଣିଛି ବିଜେପି। ଏହି ଫେକ୍ ଫଟୋ ଗୁଡ଼ିକରେ ଦର୍ଶାଯାଇଛି, ଏହି ଅଭିଯାନରେ ଭାଗ ନେଇଥିବାରୁ ମୋଦି ନିରବ ମୋଦିଙ୍କ ଫେକ୍ ଆଇଡି ଏବଂ ଅନ୍ୟ କିଛି ଫେକ୍ ଆଇଡିକୁ ଧନ୍ୟବାଦ ଜଣାଇଛନ୍ତି।
https://twitter.com/BJP4India/status/1106941810134269957
କଂଗ୍ରେସ କରିଥିବା ଏକ ଟ୍ୱିଟ୍ରେ ଏଭଳି କିଛି ଫଟୋ ସ୍ଥାନ ପାଇଥିଲା, ଯେଉଁଥିରେ ଅମ୍ବାନୀ କା ଚେଲା ପରି ଆଇଡିକୁ ମୋଦି ଧନ୍ୟବାଦ ଜଣାଇଥିବାର ଫଟୋ ଥିଲା। ଏପରିକି ନିରବ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଥିବାରୁ ନିରବଙ୍କ ଆଇଡିରୁ ପ୍ରତିକ୍ରିୟା ଆସିଥିଲା, “ସାର୍ ମୋ ଋଣ କ୍ଷମା କରିଦିଅନ୍ତୁ ଟିକେ।”
ତେବେ ଏହି କଂଗ୍ରେସର ସମାଲୋଚନାକୁ ହୀନ ଉଦ୍ୟମ ବୋଲି କହିଛି ବିଜେପି। ବିଜେପି ପକ୍ଷରୁ କୁହାଯାଇଛି, “ଅଭଦ୍ରାମୀ, ପ୍ରତାରଣା, ଫଟୋଶପ୍ଡ ଇମେଜ୍ ଏବଂ ଫେକ୍ ନ୍ୟୁଜ୍ ତୁମ ଦଳର ପରିଚୟ। ଦଶନ୍ଧି ଦଶନ୍ଧି ଧରି ତୁମ ନେତାମାନେ ଭାରତକୁ ଲୁଟ୍ କରିବାରେ ଏବଂ ଧ୍ୱଂସ କରିବାରେ ଏହି ଟେକ୍ନିକ୍ ବ୍ୟବହାର କରିଛନ୍ତି। ସେଥିପାଇଁ ଲୋକେ କଂଗ୍ରେସ ବିରୋଧରେ ଏକାଠି ହୋଇ କହୁଛନ୍ତି ମୁଁ ବି ଚୌକିଦାର।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।